ଇଂଲଣ୍ଡରେ ଶୁଭମନଙ୍କ ଜର୍ସି କିଣିବାକୁ ଲୋକେ ବାଇଆ, ନିଲାମରେ ଡକାଗଲା ଏତିକି ଲକ୍ଷ, ରେସରେ ବୁମରାଙ୍କ ନାଁ ବି ସାମିଲ

ଏତିକି ଲକ୍ଷଙ୍କର ବିକ୍ରି ହେଲା ଶୁଭମନ ଏବଂ ବୁମରାଙ୍କ ଜର୍ସି, ଜାଣନ୍ତୁ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଯୁବ ଅଧିନାୟକ ଶୁଭମନ ଗିଲଙ୍କ ବ୍ୟାଟ୍ ନୁହେଁ, ତାଙ୍କ ଜର୍ସି ମଧ୍ୟ ବର୍ତ୍ତମାନ ଚର୍ଚ୍ଚାରେ ରହିଛି। ଇଂଲଣ୍ଡର ଲର୍ଡସରେ ଖେଳାଯାଇଥିବା ତୃତୀୟ ଟେଷ୍ଟ ମ୍ୟାଚରେ ସେ ପିନ୍ଧିଥିବା ଜର୍ସି ଏକ Charity Auctionରେ ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି ହୋଇଛି।

ପୂର୍ବତନ ଇଂଲଣ୍ଡ ଅଧିନାୟକ Andrew Straussଙ୍କ Charity ‘ରେଡ୍ ଫର୍ ରୁଥ୍’ ପାଇଁ ଏହି ନିଲାମ ଆୟୋଜନ କରାଯାଇଥିଲା, ଯାହାର ଲକ୍ଷ୍ୟ କର୍କଟ ରୋଗରେ ପୀଡିତ ପରିବାରଙ୍କୁ ସାହାଯ୍ୟ କରିବା।

ଏହି ନିଲାମରେ ଭାରତ ଏବଂ ଇଂଲଣ୍ଡର ଅନେକ ଖେଳାଳିଙ୍କ ଜର୍ସି ଥିଲା। ସେଥିମଧ୍ୟରୁ ଗୋଟିଏ ଜସପ୍ରିତ ବୁମରାହଙ୍କ ଜର୍ସି ମଧ୍ୟ ଥିଲା। ଏଥିରେ ଅଧିନାୟକଙ୍କ ଜର୍ସି ଅପେକ୍ଷା ନିଲାମ କମ୍ ଥିଲା।

ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି ହେଲା ଶୁଭମନ ଗିଲଙ୍କ ଜର୍ସି: ବଡ୍ସ ନିଲାମ ୱେବସାଇଟ୍ ଅନୁଯାୟୀ, ଶୁଭମନ ଗିଲଙ୍କ ଏହି ସ୍ୱତନ୍ତ୍ର ଜର୍ସି ମ୍ୟାଚ୍ ସମୟରେ ପିନ୍ଧାଯାଇଥିଲା ଏବଂ ଏଥିରେ ଝାଳ ଏବଂ କାଦୁଅ ଦାଗ ଏବେ ବି ରହିଛି। ବିଶେଷ କଥା ହେଉଛି ଏହାକୁ ଧୁଆ ଯାଇନାହିଁ।

ଏଥିରେ ‘ରେଡ୍ ଫର୍ ରୁଥ୍’ର ଏକ ସ୍ୱତନ୍ତ୍ର ମୋନୋଗ୍ରାମ ମଧ୍ୟ ଅଛି। ପ୍ରାରମ୍ଭିକ ନିଲାମ ୧୨୦ ପାଉଣ୍ଡରୁ ୧୫୦ ପାଉଣ୍ଡ (ପ୍ରାୟ ୧୩,୦୦୦ ରୁ ୧୮,୦୦୦ ଟଙ୍କା) ରଖାଯାଇଥିଲା, କିନ୍ତୁ ନିଲାମ ଶେଷ ହେବା ପରେ ଶୁଭମନ ଗିଲଙ୍କ ଜର୍ସି ୪୫୦୦ ପାଉଣ୍ଡ (ପ୍ରାୟ ୫.୪ ଲକ୍ଷ ଟଙ୍କା) ରେ ବିକ୍ରି ହୋଇଥିଲା। ୱେବସାଇଟ୍ ଏହାକୁ “Rare Collector’s Item” ବୋଲି କହିଛି।