ଶୁଳିଆ ଯାତ୍ରା: ରକ୍ତ ରଞ୍ଜିତ ହେଲା ଶୁଳିଆ ପୀଠ, ୨ ପ୍ଲାଟୁନ ଫୋର୍ସ ମୁତୟନ
ଆରମ୍ଭ ହେଲା ବଲାଙ୍ଗୀରର ପ୍ରସିଦ୍ଧ ପର୍ବ ଶୁଳିଆ ଯାତ୍ରା । ରକ୍ତ ରଞ୍ଜିତ ହୋଇଛି ଶୁଳିଆ ପୀଠ..
ବଲାଙ୍ଗୀର: ଆରମ୍ଭ ହେଲା ଶୁଳିଆ ଯାତ୍ରା । ବଲାଙ୍ଗୀର ପ୍ରସିଦ୍ଧ ପର୍ବ ଶୁଳିଆ ଯାତ୍ରା ରକ୍ତ ରଞ୍ଜିତ ହୋଇଛି ଶୁଳିଆ ପୀଠ । ରକ୍ତ ରଞ୍ଜିତ ହୋଇଛି ଦେଓଗାଁ ବ୍ଲକ ଖଇରିଗୁରା, କୁମୁରିଆ ଗାଁ । ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଶୋଭାଯାତ୍ରାରେ ପହଞ୍ଚିବା ପରେ ପର୍ବ ପାଳିତ ହୋଇଛି ।
ପର୍ବ ନେଇ ଶୁଳିିଆ ପୀଠରେ ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ଼ ଜମିଛି । ଭିଡ଼କୁ ଦୃଷ୍ଟିରେ ରଖାଯାଇ ୨ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଚଳିତବର୍ଷ ଦୁଇଟି ଗୋଷ୍ଠୀ ମଧ୍ୟରେ ବିବାଦ ଯୋଗୁ ଶୁଳିଆ ମହୋତ୍ସବ ଆୟୋଜିତ ହୋଇପାରିନି । କେବଳ ଯାତ୍ରା ଅନୁଷ୍ଠିତ ହେଉଛି । ଏନେଇ ପୋଲିସ ପକ୍ଷରୁ ଗତକାଲି ଉଭୟ ଗାଁରେ ଫ୍ଲାଗମାର୍ଚ୍ଚ କରାଯାଇଥିଲା ।
ଗତକାଲି ଅର୍ଦ୍ଧରାତ୍ରୀରେ ନିଶି ପୂଜା ସରିଥିବା ବେଳେ ବର୍ତ୍ତମାନ ଶୁଳିଆ ପୀଠ ରକ୍ତ ରଞ୍ଜିତ ହୋଇଛି । ତେବେ ବଳି ପାଇଁ ସେବଳି କିଛି କଟକଣା ନଥିବାରୁ ଏବର୍ଷ ମଧ୍ୟ ବୋଦା, କୁକୁଡା, ମେଣ୍ଢା ଆଦି ବଳି ଦିଆଯାଇଛି ।