fbpx

ସ୍ୱାଧୀନ ଭାରତର ପ୍ରଥମ ଭୋଟରଙ୍କ ପରଲୋକ: ମୃତ୍ୟୁର ଗୋଟିଏ ଦିନ ପୂର୍ବରୁ କରିଥିଲେ ମତଦାନ

ନୂଆଦିଲ୍ଲୀ: ସ୍ୱାଧୀନ ଭାରତର ପ୍ରଥମ ଭୋଟର ଭାବେ ଗୌରବ ଅର୍ଜନ କରିଥିବା କିନ୍ନୌରର ଶ୍ୟାମ ସରନ ନେଗୀଙ୍କ ପରଲୋକ ହୋଇଛି । ୧୦୬ ବର୍ଷ ବୟସରେ ନେଗୀଙ୍କ ପରଲୋକ ହୋଇଛି । ହିମାଚଳପ୍ରଦେଶର କାଲପା ବାସଭବନରେ ସେ ସବୁଦିନ ପାଇଁ ଆଖିବୁଜିଛନ୍ତି । ୧୯୫୧ ପ୍ରଥମ ସାଧାରଣ ନିର୍ବାଚନରେ ସେ ପ୍ରଥମ ଭୋଟ୍ ଦେଇଥିଲେ । ନିଜ ଜୀବନକାଳ ଭିତରେ ୩୪ଥର ଭୋଟ ଦେଇଛନ୍ତି ନେଗୀ । ତାଙ୍କ ଦେହାନ୍ତରେ ଗଭୀର ଶୋକ ପ୍ରକାଶ କରିଛନ୍ତି ହିମାଚଳପ୍ରଦେଶର ମୁଖ୍ୟମନ୍ତ୍ରୀ ।

ସବୁଠାରୁ ଖାସ୍ କଥା ହେଉଛି କି, ସେ ମୃତ୍ୟୁର ଠିକ୍ ଗୋଟିଏ ଦିନ ପୂର୍ବରୁ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ମତଦାନ କରିଥିଲେ । ତାଙ୍କୁ ଲାଲ୍ କାଳି ଲଗାଇ ଦିଆଯିବା ସହ ସ-ସମ୍ମାନରେ ଭୋଟ୍ ନିଆଯାଇଥିଲା । ବୟସ୍କ ହୋଇଥିବା କାରଣରୁ ନିର୍ବାଚନୀ ଅଧିକାରୀମାନେ ତାଙ୍କ ଘରେ ପହଞ୍ଚିଥିଲେ ଓ ପୋଷ୍ଟାଲ ବାଲାଟ ଜରିଆରେ ଭୋଟ୍ ନେଇଥିଲେ । ଦେଶର ସାଧାରଣ ନିର୍ବାଚନରେ ଶ୍ୟାମ ପ୍ରଥମେ ଭୋଟ୍ ଦେଇଥିଲେ ଓ ସେବେଠାରୁ କେବେ ବି ଭୋଟ୍ ଦେବାରୁ ବଞ୍ଚିତ ହୋଇନଥିଲେ ।

ତେବେ ନେଗୀ କିଛି ଦିନରୁ ରୋଗରେ ପୀଡିତ ଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କର ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି କରାଯାଉଛି । ତାଙ୍କୁ ସମ୍ମାନର ବିଦାୟ ଦିଆଯିବ ଓ ଏଥିପାଇଁ ବ୍ୟାଣ୍ଡର ବ୍ୟବସ୍ଥା କରାଯାଇଛି । ଶ୍ୟାମ ସରନ ନେଗୀଙ୍କ ଜନ୍ମ ୧ ଜୁଲାଇ ୧୯୧୭ରେ ହୋଇଥିଲା । ସେ କିନ୍ନୌରର କଳ୍ପାରେ ଅଧ୍ୟାପକ ଭାବେ କାର୍ଯ୍ୟରତ ଥିଲେ ।

Get real time updates directly on you device, subscribe now.