fbpx

ବିଂଝାରପୁର; ଲାଞ୍ଚ ନେଲା ବେଳେ ଧରା ପଡ଼ିଗଲେ ଏସ୍‌ଆଇ, ସରକାରୀ କ୍ୱାଟରରୁ ଧରିଲା ଭିଜିଲାନ୍ସ

Advertisement

ଯାଜପୁର: (ଓଡ଼ିଶା ଭାସ୍କର) ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରା ପଡିଲେ ଥାନା ଏସ. ଆଇ । ବିଂଝାରପୁର ଥାନା ଏସ ଆଇ କେଶବ ଚନ୍ଦ୍ର ଦାସ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଦ୍ୱାରା ଗିରଫ । ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବିଞ୍ଝାରପୁର ସ୍ଥିତ ସରକାରୀ କ୍ୱାଟରରୁ ଧରିଥିଲା ଯାଜପୁର ଭିଜିଲାନ୍ସ ଟିମ ।

ଏକ ଦୁର୍ଘଟଣା ଜନିତ ମୃତ୍ୟୁ ଘଟଣାରେ ମେଡିକାଲ କାଗଜପତ୍ର ଓ ପୋଷ୍ଟମଟମ ରିପୋର୍ଟରେ ହେରଫେର ପାଇଁ ମାଗିଥିଲେ ଟଙ୍କା । ଆଜି ଟଙ୍କା ନେଉଥିବା ସମୟରେ ଭିଜିଲାନ୍ସ ଡେପୁଟି ସୁପରିଟେଣ୍ଡ ସୁଶୀଲ ଏକ୍କାଙ୍କ ନେତୃତ୍ୱରେ ଘଟଣାସ୍ଥଳରୁ ଏସଆଇ କେଶବ ଚନ୍ଦ୍ର ଦାସଙ୍କୁ ଗିରଫ କରି ନିଜ ହେପାଜତକୁ ନେଇଛି ଏକ ସ୍ୱତନ୍ତ୍ର ଟିମ ।

Get real time updates directly on you device, subscribe now.