fbpx

ନିର୍ବାଚନରେ ହାରିଲେ ସିଦ୍ଧୁ: କପିଲ ଶର୍ମା ଶୋ’ରେ କରିବେ କି କମବ୍ୟାକ?

ନୂଆଦିଲ୍ଳୀ: ପଞ୍ଜାବ ବିଧାନସଭା ନିର୍ବାଚନର ଫଳାଫଳ ପରେ ଶାନ୍ତ ପଡି ଯାଇଛନ୍ତି କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ । ପଞ୍ଜାବ ମୁଖ୍ୟମନ୍ତ୍ରୀ ସିଟ ପାଇଁ ଦୀର୍ଘ ଦିନରୁ ଅଙ୍କ କଷି କଷି ଶେଷରେ ମେନ ପରୀକ୍ଷାରେ ଫେଲ । ଏମିତି କି ଏହି ସିଟ ପାଇଁ ସେ କପିଲ ଶର୍ମା ଶୋ’ର ଜଜ୍ ସିଟକୁ ମଧ୍ୟ ହାତଛଡା କରିଛନ୍ତି । ପାର୍ଟି ପରିବର୍ତ୍ତନ, ବିଦ୍ରୋହ ସବୁ ପରେ ବି ମିଳିଲାନି ସ୍ୱପ୍ନର ଚେୟାର । ଏବେ ସିଦ୍ଧୁଙ୍କୁ ନେଇ ସବୁଆଡେ ଆଲୋଚନା ଆଉ ପର୍ଯ୍ୟାଳୋଚନା ।

ତେବେ ନିର୍ବାଚନ ହାରିବା ପରେ ପୁଣି ଥରେ କମେଡି ଶୋ’ ଦ କପିଲ ଶର୍ମା ଶୋ’ରେ କମବ୍ୟାକ କରିବେ ବୋଲି ଆଶା ଉଜ୍ଜିବୀତ ହୋଇଛି । କିନ୍ତୁ ଏଥିପାଇଁ ଅର୍ଚ୍ଚନା ପୁରଣ ସିଂହଙ୍କୁ ଜଜ୍ ପଦରୁ ହଟାଇବାକୁ ପଡିବ । ନିର୍ବାଚନ ହାରିବା ଏହାପରେ ସିଦ୍ଧୁଙ୍କ କମବ୍ୟାକକୁ ନେଇ ପ୍ରଶଂସକମାନେ ମଧ୍ୟ ଖୁବ ଉତ୍ସାହିତ ଅଛନ୍ତି । କିନ୍ତୁ ଏହାରି ମଧ୍ୟରେ ସମସ୍ତଙ୍କ ଆଶା ଭାଙ୍ଗି ଦେଇଛନ୍ତି ଫିଲ୍ମ ମେକର ଅଶୋକ ପଣ୍ଡିତ ।

ଅଶୋକ ଟ୍ୱିଟ କରି ସ୍ପଷ୍ଟ କରିଛନ୍ତି ଯେ, ସିଦ୍ଧୁ ଚାହିଁଲେ ମଧ୍ୟ କପିଲ ଶର୍ମା ଶୋ’କୁ ଫେରି ପାରିବେ ନାହିଁ । ସେ କହିଛନ୍ତି, ଯେଉଁମାନେ ଶୋ’ରେ ସିଦ୍ଧୁଙ୍କ ଫେରିବାକୁ ନେଇ ଅପେକ୍ଷା କରିଛନ୍ତି ସେମାନେ ଜାଣି ରଖନ୍ତୁ ଯେ, Federation of Western India Cine Employees ତାଙ୍କ ବରିଦ୍ଧରେ ଏକ ସଙ୍ଗୀନ ଆରୋପ ଲଗାଇଛି । ପୁଲଓ୍ବାମା ଆକ୍ରମଣ ଘଟଣାରେ ପାକିସ୍ତାନକୁ ସମର୍ଥନ କରିବାରୁ ତାଙ୍କ ନାମରେ ନନ୍ କୋପରେସନ ଇଶ୍ୟୁ କରିଛି । ଏହା ଦ୍ୱାରା ସେ କେବେ ଚାହିଁଲେ ବି ଶୋ’ରେ କମବ୍ୟାକ କରି ପାରିବେ ନାହିଁ ।

Get real time updates directly on you device, subscribe now.