ନୂଆଦିଲ୍ଲୀ: ଚୀନର ହାଙ୍ଗଝୋଉଠାରେ ଚାଲିଥିବା ଏସୀୟ ପାରା କ୍ରୀଡ଼ାର ଆଜି ହେଉଛି ଚତୁର୍ଥ ଦିବସ । ପ୍ରଥମ ଦିନରେ ଭାରତ ୬ଟି ସ୍ୱର୍ଣ୍ଣ ସହିତ ୧୭ଟି ପଦକ, ଦ୍ୱିତୀୟ ଦିନରେ ୩ଟି ସ୍ୱର୍ଣ୍ଣ ସହିତ ୧୭ଟି ପଦକ ଓ ତୃତୀୟ ଦିନରେ ୬ଟି ସ୍ୱର୍ଣ୍ଣ ସହିତ ୩୦ଟି ପଦକ ଜିତିଥିଲା । ଏହା ଫଳରେ ଭାରତର ମୋଟ ପଦକ ସଂଖ୍ୟା ୬୪ରେ ପହଞ୍ଚିବା ସହିତ ସେଥିରେ ୧୫ଟି ସ୍ୱର୍ଣ୍ଣ, ୨୦ଟି ରୌପ୍ୟ ଓ ୨୯ଟି ବ୍ରୋଞ୍ଜ ପଦକ ସାମିଲ ରହିଥିଲା ।
ଆଜି ଭାରତ ପୁରୁଷ ଶଟ୍ ପୁଟ୍ ଏଫ-୪୬ ଇଭେଣ୍ଟରେ ପ୍ରଥମ ସ୍ୱର୍ଣ୍ଣ ଜିତିଥିଲା । ସଚିନ ସର୍ଜେରାଓ ଖିଲାରି ୧୬.୦୩ ମିଟର ପ୍ରଦର୍ଶନ କରି ଏହି ରେକର୍ଡ କରିଥିଲେ । ଏହାଫଳରେ ଭାରତ ଗତ ଜାକର୍ତ୍ତା ସଂସ୍କରଣର ରେକର୍ଡ ୧୫ଟି ସ୍ୱର୍ଣ୍ଣ ରେକର୍ଡକୁ ଅତିକ୍ରମ କରି ନୂଆ ରେକର୍ଡ ସ୍ଥାପନ କରିଥିଲା । ତେବେ ଏହା ମଧ୍ୟରେ ଭାରତ ୪ର୍ଥ ଦିନର ଦ୍ୱିତୀୟ ସ୍ୱର୍ଣ୍ଣ ଜିତିଛି । ଫଳରେ ମୋଟ ସ୍ୱର୍ଣ୍ଣ ସଂଖ୍ୟା ଏବେ ୧୭ରେ ପହଞ୍ଚି ଯାଇଛି । ଆର୬- ମିକ୍ସଡ ୫୦ ମିଟର ରାଇଫଲ ପ୍ରୋନ ଏସଏଚ୧ରେ ୨୪୭.୭ ସ୍କୋର କରି ସିଦ୍ଧାର୍ଥ ବାବୁ ଏହି ସଫଳତା ହାସଲ କରିଛନ୍ତି । ବାବୁ ଚୀନର ପ୍ରତିପକ୍ଷ ଚାଓ ଡୋଙ୍ଗକୁ ଏକ ସଂଘର୍ଷପୂର୍ଣ୍ଣ ପ୍ରତିଯୋଗିତାରେ ୦.୨ ପଏଣ୍ଟରେ ହରାଇଥିଲେ । ଏହା ଫଳରେ ଭାରତର ମୋଟ ପଦକ ସଂଖ୍ୟା ୭୧ରେ ପହଞ୍ଚିଛି ।
ଚଳିତ ବର୍ଷ ଏହି ଇଭେଣ୍ଟରେ ମୋଟ ୩୦୯ ଜଣ ଭାରତୀୟ ଆଥଲେଟ୍ ଭାଗନେଉଥିବା ବେଳେ ସେଥିମଧ୍ୟରେ ୧୯୬ ଜଣ ପୁରୁଷ ଓ ୧୧୩ ଜଣ ମହିଳା ରହିଛନ୍ତି । ୪ ବର୍ଷ ପୂର୍ବେ ଅନୁଷ୍ଠିତ ହୋଇଥିବା ଇଣ୍ଡୋନୋସିଆର ଜାକର୍ତ୍ତା ସଂସ୍କରଣରେ ଭାରତର ୧୮୮ ଜଣ ଆଥଲେଟ୍ ଅଂଶଗ୍ରହଣ କରିଥିଲେ । ଚଳିତ ବର୍ଷ ଓଡ଼ିଶାରୁ ୭ ଜଣ କ୍ରୀଡ଼ାବିତ ଭାଗ ନେଇଛନ୍ତି । ବ୍ୟାଡମିଣ୍ଟନରେ ପ୍ରମୋଦ ଭଗତ, ଦୌଡ଼କୁଦରେ ଜୟନ୍ତୀ ବେହେରା, ଦୃଷ୍ଟିହୀନ ଚେସରେ ସୌନ୍ଦର୍ଯ୍ୟକୁମାର ପ୍ରଧାନ, ହ୍ୱିଲଚେୟାର ଫେନ୍ସିରେ ପୂଜାସ୍ୱିନୀ ନାୟକ, ରାଖାଲ କୁମାର ସେଠୀ, ଭି. ରମେଶ ରାଓ ଓ ପ୍ରଫୁଲ୍ଲ କୁମାର ଖଣ୍ଡାୟତରାୟ ନିଜର ପ୍ରତିଭା ପ୍ରଦର୍ଶନ କରିବେ ।
1⃣7⃣th gold medal
Babu Sidhartha wins gold in R6 – Mixed 50m Rifle Prone SH1 by scoring 247.7 at #AsianParaGames2023
He leapfrogged China's Chao Dong by 0.2 points in a close battle.#Shooting #AsianParaGames pic.twitter.com/p1zUqcq69g
— Khel Now (@KhelNow) October 26, 2023