fbpx

କିଡନୀ ସମସ୍ୟା ହେଲେ ଶରୀରରେ ଦେଖାଦିଏ ଏହି ୫ଟି ସଂକେତ ; ଭୁଲରେ କରନ୍ତୁ ନାହିଁ ଅଣଦେଖା

କିଡନୀ ହେଉଛି ଆମ ଶରୀର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ଯାହା ମୂତ୍ର ଆକାରରେ ଆମ ଶରୀରରେ ଥିବା ବର୍ଜ୍ୟବସ୍ତୁକୁ ବାହର କରିବା ସହ ଆମକୁ ସୁସ୍ଥ ରଖିଥାଏ । କିନ୍ତୁ କିଡନୀରେ କୌଣସି ସମସ୍ୟା ହେଲେ ଏହା ଆମ ଜୀବନ ପ୍ରତି ବିପଦ ସୃଷ୍ଟି କରିବାର ଅନେକ ସମ୍ଭାବନା ଥାଏ । ତେଣୁ ଏହାର ଯତ୍ନ ନେବା ନିତ୍ୟାନ୍ତ ଆବଶ୍ୟକ । ତେବେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ, ଯେତେବେଳେ କିଡନୀରେ କୌଣସି ସମସ୍ୟା ସୃଷ୍ଟି ହୋଇଥାଏ ଏହା ପୂର୍ବରୁ ଶରୀର କିଛି ସଂକେତ ଦେଇଥାଏ । ଯାହାକୁ ଆଦୌ ଅଣଦେଖା କରିବା ଉଚିତ୍ ନୁହେଁ । ବର୍ତ୍ତମାନ ଆସନ୍ତୁ ଜାଣିବା ସେହି ସଂକେତ ବିଷୟରେ…

ଅଣନିଶ୍ୱାସୀ: ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ କିଛି ବାଟ ଚାଲିବା ପରେ ଯଦି ଆପଣଙ୍କୁ ଅଣନିଶ୍ୱାସୀ ଲାଗୁଛି ତେବେ ଏହା କିଡନୀ ସମସ୍ୟାର ସଂକେତ ଦେଇଥାଏ । କାରଣ କିଡନୀ ଖରାପ ହେବା ଦ୍ୱାରା ଏରିଥ୍ରୋପୋଇଏଟିନ୍ ନାମକ ଏକ ହରମୋନ୍ ଉତ୍ପାଦନ ପ୍ରଭାବିତ ହୁଏ । ଏହି ହରମୋନଗୁଡିକ ଲାଲ ରକ୍ତ କଣିକା ଅର୍ଥାତ୍ (RBC) ଉତ୍ପାଦନ କରନ୍ତି । ଏହାର ଅଭାବ ହେତୁ ନିଶ୍ୱାସ ପ୍ରଶ୍ୱାସର ସମସ୍ୟା ଅତି ଶୀଘ୍ର ଆରମ୍ଭ ହୋଇଥାଏ । ତେଣୁ ଏହାକୁ ଅଣଦେଖା ନକରି ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ଆବଶ୍ୟକ ।

ଶରୀର କୁଣ୍ଡାଇ ହେବା: ଯଦି କୌଣସି କାରଣରୁ କିଡନୀରେ ସମସ୍ୟା ସୃଷ୍ଟି ହୁଏ, ଶରୀରରେ ଥିବା ବର୍ଜ୍ୟ ବସ୍ତୁ ବାହାରକୁ ନ ବାହାରି ରକ୍ତରେ ଜମାଟ ବାନ୍ଧିଥାଏ । ଯେଉଁ କାରଣରୁ ଶରୀରରେ ବିଭିନ୍ନ ସମସ୍ୟା ଦେଖା ଦେବା ଶରୀର କୁଣ୍ଡାଇ ହୋଇଥାଏ । ତେବେ ଆପଣଙ୍କ ଯଦି ଏପରି ସମସ୍ୟା ଦେଖାଦେଉଛି ,ତେବେ ଏହାକୁ ଭୁଲରେ ମଧ୍ୟ ଅଣଦେଖା କରନ୍ତୁ ନାହିଁ ।

ଗୋଡ ଏବଂ ମୁହଁ ଫୁଲିବା: ଯଦି କୌଣସି ବ୍ୟକ୍ତିଙ୍କର ମୁହଁ କିମ୍ବା ଗୋଡ ହଠାତ ଫୁଲିଯାଏ ତେବେ ସତର୍କ ହୋଇଯିବା ନିତ୍ୟାନ୍ତ ଆବଶ୍ୟକ । କାରଣ ଏହା କିଡନୀ ରୋଗର ସଂକେତ ଦେଇଥାଏ । କିଡନୀ ଖରାପ ହେବା ଦ୍ୱାରା ଶରୀରରେ ଥିବା ସୋଡିୟମ ବାହାରକୁ ନ ବାହାରି ଶରୀରରେ ଜମା ହୋଇ ରହିଥାଏ । ଯାହାଫଳରେ ମୁହଁ ଏବଂ ଗୋଡ ହଠାତ୍ ଫୁଲିଯାଏ ।

ନିଦର ଅଭାବ: ଧୀରେ ଧୀରେ ଆବଶ୍ୟକତା ଠାରୁ କମ୍ ନିଦ ହେବା ବା ସଠିକ୍ ଭାବରେ ନିଦ ନ ହେବା କିଡନୀ ସମସ୍ୟାର ଏକ କାରଣ ହୋଇପାରେ । ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତରେ କିଡନୀରେ ସମସ୍ୟା ହେବା ଦ୍ୱାରା ଶରୀରରେ ବର୍ଜ୍ୟବସ୍ତୁର ପରିମାଣ ବଢିବାର ଲାଗିଥାଏ । ଯେଉଁ କାରଣରୁ ଶରୀର ଦରଜ ହେବା ସହ ବ୍ୟସ୍ତ ବିବ୍ରତ ଲାଗିଥାଏ ଏବଂ ସଠିକ୍ ଭାବରେ ନିଦ ହୋଇ ନଥାଏ । ତେଣୁ ଏହି ସମସ୍ୟାକୁ ଅଣଦେଖା ନକରି ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ୍ ।

ୟୁରିନ୍ ରଙ୍ଗ ପରିବର୍ତ୍ତନ ହେବା: ଯେତେବେଳେ କିଡନୀ ସଠିକ୍ ଭାବରେ କାର୍ଯ୍ୟ କରି ନଥାଏ ସେତେବେଳେ ଶରୀରରେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଦେଇଥାଏ । କାରଣ କିଡନୀ ଖରାପ ହେବା ଦ୍ୱାରା ରକ୍ତ ସଠିକ୍ ଭାବରେ ସ୍ୱଚ୍ଛ ହୋଇପାରିନଥାଏ । ଯାହାଫଳରେ ୟୁରିନ୍ ସାହାଯ୍ୟରେ ପ୍ରୋଟିନ୍ ଅଧିକ ମାତ୍ରାରେ ଶରୀରରୁ ବାହାରି ଯାଏ । ଏହି କାରଣରୁ ୟୁରିନ ରଙ୍ଗରେ ପରିବର୍ତ୍ତନ ଆସିଥାଏ । ତେବେ ଶରୀରରେ ଏହି ଲକ୍ଷଣ ଦେଖାଦେଲେ ଏହାକୁ କେବେ ବି ଅଣଦେଖା କରନ୍ତୁ ନାହିଁ ।

Get real time updates directly on you device, subscribe now.