fbpx

ସିକ୍କିମ ଭୂସ୍ଖଳନ ଘଟଣା: ୧୨୦୦ରୁ ଉର୍ଦ୍ଧ୍ୱ ପର୍ଯ୍ୟଟକ ସୁରକ୍ଷିତ ଉଦ୍ଧାର

Advertisement

ଗ୍ୟାଙ୍ଗଟକ୍‌: ସିକ୍କିମରେ ପ୍ରବଳ ବର୍ଷା ଏବଂ ଭୂସ୍ଖଳନ ଯୋଗୁଁ ଦେଶ ତଥା ବିଦେଶର ଅନେକ ପର୍ଯ୍ୟଟକ ବିଭିନ୍ନ ସ୍ଥାନରେ ଫସି ଯାଇଥିଲେ । ଲଗାତାର ଖରାପ ପାଗ କାରଣରୁ ଫସି ରହିଥିବା ସମସ୍ତ ପର୍ଯ୍ୟଟକଙ୍କୁ ହେଲିକପ୍ଟର ଦ୍ୱାରା ଉଦ୍ଧାର କାର୍ଯ୍ୟ ସମ୍ଭବ ନଥିଲା । କିନ୍ତୁ ଭାରତୀୟ ସେନା ପକ୍ଷରୁ ରେସ୍କ୍ୟୁ ଅପରେସନ ଜାରି କରାଯାଇଥିଲା । ଏହା ଅନ୍ତର୍ଗତ ମଙ୍ଗଳବାର ପ୍ରାୟ ୧୨୦୦ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ଖବର ସାମ୍ନାକୁ ଆସିଛି । ଅପରପକ୍ଷରେ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯିବା ପରେ ସୁରକ୍ଷିତ ସ୍ଥାନରେ ପହଞ୍ଚାଇବା ପାଇଁ ସିକ୍କିମ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ, ବିଆରଓ, ଏନଡିଆରଏଫ୍‌, ଏସଡିଆରଏଫ୍ ଏବଂ ସ୍ଥାନୀୟ ଲୋକଙ୍କୁ ଧନ୍ୟବାଦ କରିଛନ୍ତି ଉଦ୍ଧାର ହୋଇଥିବା ପର୍ଯ୍ୟଟକ । ତେବେ ରେସ୍କ୍ୟୁ ଅଭିଯାନ ସମୟରେ ପର୍ଯ୍ୟଟକଙ୍କ ପାଇଁ ଭୋଜନ ବ୍ୟବସ୍ଥା ସହ ପ୍ରଥମିକ ଚିକିତ୍ସା ସୁବିଧା ପ୍ରଦାନ କରାଯାଇଥିଲା ।

Get real time updates directly on you device, subscribe now.