fbpx

ଗଭୀର ନିଦ୍ରାରେ ପାଲଟି ଯାଆନ୍ତି ଚମତ୍କାର ପେଣ୍ଟ୍‌ର, ଆଙ୍କନ୍ତି ବିସ୍ମୟ କଳାକୃତି

Advertisement

ନୂଆଦିଲ୍ଲୀ: ଅନେକ ବିସ୍ମୟ ମଣିଷ ଅଛନ୍ତି । ସେମିତି ଜଣେ ବ୍ୟକ୍ତି ହେଉଛନ୍ତି ବ୍ରିଟେନ୍ରେ ରହୁଥିବା ଲି’ ହେଡ୍ୱିନ୍‌ । ସେ ଏମିତି ଜଣେ ବ୍ୟକ୍ତି ଯେ କି ଗଭୀର ନିଦ୍ରାରେ ପାଲଟି ଯାଆନ୍ତି ଚମତ୍କାର ପେଣ୍ଟ୍‌ର। ମାତ୍ର ୪ବର୍ଷ ବୟସର ହୋଇଥିବା ବେଳୁ ସେ ଏହିଭଳି ପେଣ୍ଟିଂ କରୁଛନ୍ତି । ପ୍ରଥମେ ତ ସେ ନିଦରେ ନିଜ ଘରର କାନ୍ଥକୁ ରଙ୍ଗ କରି ଦେଉଥିଲେ । ବୟସ ବଢ଼ିବା ସହ ସେ ନିଦ୍ରାରେ ଥାଇ ସୁନ୍ଦର ପେଣ୍ଟିଂ କରୁଛନ୍ତି ।

୧୫ ବର୍ଷ ବୟସରେ ସେ ହଲିଉଡ୍‌ ଅଭିନେତ୍ରୀ ମର୍ଲିନ ମୋନରୋଙ୍କ ପୋଟ୍ରେଟ୍‌ ନିଦ୍ରାବସ୍ଥାରେ କରିଥିଲେ । ତେବେ ସେ ଉଠିବା ପରେ ପେଣ୍ଟିଂ କରିବା କଥା ଭୁଲି ଯାଇଥାନ୍ତି । ହେଡ୍ୱିନ୍‌ଙ୍କ ଏହି ଅବସ୍ଥା ଉପରେ କାର୍ଡିଫ୍‌ ବିଶ୍ୱବିଦ୍ୟାଳୟର ପେନି ଲୁଇସ୍‌ ଗବେଷଣା କରିଥିଲେ । ତାଙ୍କ ମତରେ ଏହା ସେତେ ବେଳେ ସମ୍ଭବ ଯେତେବେଳେ ବ୍ୟକ୍ତିଙ୍କ ମସ୍ତିଷ୍କ ଅର୍ଦ୍ଧ ସୁପ୍ତ ତଥା ଜାଗ୍ରତ ଅବସ୍ଥାରେ ଥାଏ । ଠିକ୍‌ ଯେମିତି ନିଦରେ ଥାଇ ଜଣେ କଡ଼ ଲେଉଟାନ୍ତି, ବିଳିବିଳେଇ ଥାଆନ୍ତି ।

Get real time updates directly on you device, subscribe now.