fbpx

ରାତିରେ ଡେରିରେ ଶୋଇବା ଦ୍ୱାରା ଫୁସଫୁସ ଏବଂ ଲିଭର ଉପରେ ପଡିଥାଏ ଖରାପ ପ୍ରଭାବ : ରିସର୍ଚ୍ଚ

Advertisement

ବୈଜ୍ଞାନିକମାନେ ଅନେକ ସମୟରେ ବିଭିନ୍ନ ପ୍ରକାର ଜିନିଷକୁ ନେଇ ଗବେଷଣା କରିଥାନ୍ତି । ଫଳରେ ସେମାନେ ଏହା ଦ୍ୱାରା ଅନେକ କିଛି କଥାର ସନ୍ଧାନ ପାଇଥାନ୍ତି , ଯାହାକି ପ୍ରତ୍ୟେକ ବ୍ୟକ୍ତି ଜାଣିବା ନିତ୍ୟାନ୍ତ ଜରୁରୀ । ତେବେ ବୈଜ୍ଞାନିକମାନେ ଅନେକ ଗଣେବଷଣାରୁ ଏହା ଜାଣିବାରୁ ପାଇଛନ୍ତି ଜଣେ ବ୍ୟକ୍ତି ପ୍ରତ୍ୟେକ ଦିନ ୭ ରୁ ୮ ଘଣ୍ଟା ଶୋଇବା ନିହାତି ଜରୁରରୀ । କାରଣ ଏତିକି ଘଣ୍ଟା ଶୋଇବା ଦ୍ୱାରା ଜଣେ ବ୍ୟକ୍ତି ସୁସ୍ଥ ଏବଂ ସ୍ୱାସ୍ଥ୍ୟବାନ ହୋଇଥାଏ । ଏଥିସହିତ ସେ ଦିନସାରା ସତେଜ ଅନୁଭବ କରିଥାଏ । ଏତତ୍ ବ୍ୟତୀତ ଶୋଇବାର ସଠିକ୍ ସମୟ ଉପରେ ମଧ୍ୟ ଧ୍ୟାନ ଦେବା ଉଚିତ୍ ।

ସଠିକ୍ ସମୟରେ ଶୋଇବା ଏବଂ ଉଠିବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ । ଏଥିସହିତ ହୃଦଘାତ ଏବଂ ମଧୁମେହ ପରି ରୋଗ ହେବାର ଭୟ ନଥାଏ । କିନ୍ତୁ ଆଜିକାଲି ଲୋକେ କାମରେ ତେବେ ବ୍ୟସ୍ତ ରହୁଛନ୍ତି ଯେ ସେମାନେ ନିଜର ଖାଇବା ପିଇବା ଭୁଲି ଯାଉଛନ୍ତି । ଏଥିସହିତ କେଉଁ ସମୟରେ ଶୋଇବା ଉଚିତ୍ ତାହା ମଧ୍ୟ ଜାଣିପାରୁ ନାହାଁନ୍ତି । ଫଳରେ ସେମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏତତ୍ ବ୍ୟତୀତ ଡେରିରେ ଶୋଇବା ଦ୍ୱାରା ଶରୀର କିଛି ଅଙ୍ଗ ମଧ୍ୟ ପ୍ରଭାବିତ ହୋଇଥାଏ । ଫଳରେ ସେମାନେ ଅନେକ ଅସୁବିଧାର ସମ୍ମୁଶୀନ ହୋଇଥାନ୍ତି । ବର୍ତ୍ତମାନ ଆସନ୍ତୁ ଜାଣିବା ଡେରିରେ ଶୋଇବା ଦ୍ୱାରା ଶରୀରର କେଉଁସବୁ ଅଙ୍ଗ
ଖରାପ ହୋଇଥାଏ ଏବଂ ଶୋଇବାର ସଠିକ୍ ସମୟ କଣ?

ଡେରିରେ ଶୋଇବା ଦ୍ୱାରା ହୋଇଥାଏ ଏହିସବୁ କ୍ଷତି: ଆଜିକାଲି ଅନେକ ଲୋକେ ରାତି ୨ଟା ୩ ଟାରେ ଶୋଇଥାନ୍ତି ଏବଂ ସକାଳ ୧୦ଟା୧୧ ଟା ଉଠିଥାନ୍ତି । ତେବେ ବିଶେଷଜ୍ଞମାନଙ୍କ ମତରେ ୭ ରୁ ୮ ଘଣ୍ଟା ଶୋଇବାର ଅର୍ଥ ଏହା ନୁହେଁ ଯେ ଆପଣ ରାତିରେ ଡେରୀରେ ଶୋଇବେ ଏବଂ ସକାଳୁ ଡେରିରେ ଉଠିବେ । ଯଦି ଆପଣ ସଠିକ୍ ସମସୟରେ ନ ଶୁଅନ୍ତି ତେବେ ଆପଣ ୭ ରୁ ୮ଘଣ୍ଟା ଶୋଇଲେ ମଧ୍ୟ କୌଣସି ଫାଇଦା ମିଳିବ ନାହିଁ । ବରଂ ଏହା ବଦଳରେ ଆପଣଙ୍କର କ୍ଷତି ହୋଇଥାଏ ।

ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ ରାତିରେ ଡେରିରେ ଶୋଇବା ଦ୍ୱାରା ଏହା ଫୁସଫୁସ ଏବଂ ଲିଭର ଉପରେ ଖରାପ ପ୍ରଭାବ ପକାଇଥାଏ । ଫଳରେ ଏହି ଅଙ୍ଗ ଖରାପ ଏହାର ଅନେକ ଆଶଙ୍କା ରହିଥାଏ ।ଯେଉଁ କାରଣରୁ ହୃଦଘାତ ସମେତ ଅନେକ ଶରୀରିକ ସମସ୍ୟା ଦେଖାଦେଇଥାଏ । ତେଣୁ ସଠିକ୍ ସମୟରେ ଶୋଇବା ଜଣେ ବ୍ୟକ୍ତି ପାଇଁ ନିତ୍ୟାନ୍ତ ଜରୁରୀ ।

ଶୋଇବାର ସଠିକ୍ ସମୟ: ବୈକ୍ଷାନିକମାନଙ୍କ ମତରେ ସୂର୍ଯ୍ୟଦୋୟ ଏବଂ ସୂର୍ଯ୍ୟାସ୍ତ ଅନୁସାରେ ଆମେ ଶୋଇବା ଏବଂ ଉଠିବା ଆବଶ୍ୟକ । କାରଣ ଆମ ଶରୀରରେ ଥିବା ବାୟୋଲୋଜିକାଲ କ୍ଲକ ଏହି ସମୟ ଅନୁସାରେ ଶରୀରରେ ଥିବା ମଇଳାକୁ ବାହାର କରି ଏହାକି ମରାମତି କରିଥାଏ । ଫଳରେ ଜଣେ ବ୍ୟକ୍ତି ସୁସ୍ଥ ରହିଥାଏ । ତେଣୁ ଜଣେ ବୟସ୍କ ବ୍ୟକ୍ତିଙ୍କୁ ରାତି ୧୦ରୁ ୧୧ ଟା ସମୟ ମଧ୍ୟରେ ଶୋଇବା ଆବଶ୍ୟକ ହୋଇଥିବା ବେଳେ ଯୁବାବୟସର ଲୋକମାନଙ୍କୁ ରାତି ୯ ଟାରୁ ୧୦ ଟା ମଧ୍ୟରେ ଶୋଇବା ଉଚିତ୍ । ଏପରି କରିବା ଦ୍ୱାରା ଜଣେ ବ୍ୟକ୍ତି ସକାଳୁ ଠିକ୍ ସମୟରେ ଉଠିଥାଏ ଏବଂ ନିଜକୁ ସୁସ୍ଥ ଏବଂ ସତେଜ ଅନୁଭବ କରିଥାଏ ।

Get real time updates directly on you device, subscribe now.