fbpx

ଯଦି ମୋବାଇଲର ଏହି ସ୍ଥାନରେ ଜଳୁଛି ଗ୍ରୀନ୍ ଲାଇଟ୍, ତେବେ ଜାଣିରଖନ୍ତୁ ଯେ କେହି ଶୁଣୁଛି ଆପଣଙ୍କ ପ୍ରାଇଭେଟ୍ କଥା

ନୂଆଦିଲ୍ଲୀ: ଆଜିକାଲି ସମସ୍ତେ ସ୍ମାର୍ଟଫୋନ୍ କିମ୍ବା ମୋବାଇଲ୍ ବ୍ୟବହାର କରୁଛନ୍ତି । ମୋବାଇଲ୍ ଆମ ଜୀବନକୁ ସହଜ କରିଦେଇଛି । ବହୁତ କାମ ମୋବାଇଲ୍ ମାଧ୍ୟମରେ ଘରେ ବସି ବସି ହେଇଯାଉଛି । କିନ୍ତୁ ସାଇବର ଅପରାଧୀମାନେ ମଧ୍ୟ ଟେକ୍ନୋଲୋଜିର ଲାଭ ଉଠାଉଛନ୍ତି ଏବଂ ଲୋକଙ୍କ ମୋବାଇଲ୍ ହ୍ୟାକ୍ କରୁଛନ୍ତି ।

ମୋବାଇଲ୍ ହ୍ୟାକ୍ କରି ସେମାନେ ବ୍ୟବହାରକାରୀଙ୍କ ପ୍ରାଇଭେଟ୍ ଡାଟା ଲିକ୍ କରନ୍ତି । ଏଭଳି ପରିସ୍ଥିତିରେ, ଆଜି ଆମେ ଆପଣଙ୍କୁ ଏପରି ଟେକନିକ୍ କହିବାକୁ ଯାଉଛୁ, ଯାହା ଦ୍ୱାରା ଆପଣ ତୁରନ୍ତ ଜାଣିପାରିବେ ଯେ ଆପଣଙ୍କର ମୋବାଇଲ୍ ହ୍ୟାକରର ଟାର୍ଗେଟରେ ଅଛି କି?

ଫୋନରେ ଗ୍ରୀନ୍ ଲାଇଟ୍ ଜଳିବା ଆରମ୍ଭ କରେ:
ସ୍ମାର୍ଟଫୋନରେ ଅନେକ ଫିଚର୍ସ ଅଛି, ଯାହାକୁ ବ୍ୟବହାରକାରୀମାନେ ସହଜରେ ହ୍ୟାକିଂ ଚିହ୍ନଟ କରିପାରିବେ । ଆପଣ ନିଶ୍ଚିତ ଭାବରେ ଜାଣିଥିବେ ଯେ ଯେତେବେଳେ ଆମେ ଫୋନର ମାଇକ୍ ବ୍ୟବହାର କରୁ, ଆଣ୍ଡ୍ରଏଡ୍ ଫୋନର ଉପର ଡାହାଣ ପାର୍ଶ୍ୱରେ ଗ୍ରୀନ୍ ଡଟର ବିକଳ୍ପ ଦେଖାଯାଏ । କିନ୍ତୁ ଯଦି ଆପଣ ଫୋନ୍ ବ୍ୟବହାର କରୁନାହାଁନ୍ତି କିମ୍ବା ମାଇକ୍ କୁ ଏଣ୍ଟର କରିନାହାଁନ୍ତି, ହେଲେ ବି ଉପର ଡାହାଣ ପାର୍ଶ୍ୱରେ ସବୁଜ ଡଟ୍ କିମ୍ବା ଏକ ଛୋଟ ମାଇକ୍ ଆଇକନ୍ ଦୃଶ୍ୟମାନ ହୁଏ, ତେବେ ଏହାର ଅର୍ଥ ହେଉଛି ଯେ କେହି ଆପଣଙ୍କ କଥା ଶୁଣୁଛି । ସେ ଆପଣଙ୍କ ସିକ୍ରେଟ୍ କଲ୍ ଏବଂ ସିକ୍ରେଟ୍ କଥା ମଧ୍ୟ ଶୁଣିପାରେ ।

ହ୍ୟାକିଂର ଲକ୍ଷଣ:
ସ୍ମାର୍ଟଫୋନ୍ ହ୍ୟାକିଂକୁ ଚିହ୍ନିବା ପାଇଁ ଆହୁରି ଅନେକ ଉପାୟ ଅଛି । ସ୍ମାର୍ଟଫୋନ୍ ବ୍ୟାଟେରୀର ଶୀଘ୍ର ସରିଯିବା ମଧ୍ୟ ହ୍ୟାକିଂର ସଙ୍କେତ, କାରଣ ହ୍ୟାକିଂ ସମୟରେ ବ୍ୟାଟେରୀ ଉପରେ ଭାର ବଢ଼ିଥାଏ । ଏହା ସହିତ ମୋବାଇଲ୍ କାର୍ଯ୍ୟଦକ୍ଷତା ତଳକୁ ଖସିବା କିମ୍ବା ମୋବାଇଲ୍ ସ୍ପିଡ୍ ହଠାତ୍ ଧୀର ହେବା ମଧ୍ୟ ହ୍ୟାକିଂର ସଙ୍କେତ । ଯଦି ଫୋନ୍ କଲ୍ ମଝିରେ ମଝିରେ ବିପିଂ କିମ୍ବା ଅନ୍ୟ କୌଣସି ଇଲେକ୍ଟ୍ରୋନିକ୍ ମେସିନର ଶବ୍ଦ ଆସେ, ତେବେ ହ୍ୟାକିଂ ଚିହ୍ନଟ ହୋଇପାରିବ ।

ଏହିପରି ହ୍ୟାକିଂରୁ ଦୂରେଇ ରୁହନ୍ତୁ:
ନିଜକୁ ହ୍ୟାକିଂରୁ ସୁରକ୍ଷିତ ରଖିବା ପାଇଁ ପ୍ରଥମେ ଫୋନରୁ ସ୍ପାଇ ଆପକୁ ରିମୁଭ୍ କରନ୍ତୁ । ସ୍ପାଇ ଆପଗୁଡ଼ିକ ପ୍ରାୟତଃ ଗୁପ୍ତ ଭାବରେ କାମ କରନ୍ତି । ଏପରି ପରିସ୍ଥିତିରେ, ଆପଣ ମୋବାଇଲର ସେଟିଙ୍ଗକୁ ଯାଇ ମାଇକ୍ କିମ୍ବା କ୍ୟାମେରାର ଅନୁମତି ଯାଞ୍ଚ କରିପାରିବେ । ଯଦି କୌଣସି ଆପ୍ ଅନାବଶ୍ୟକ ଅନୁମତି ଆକ୍ସେସ୍ କରେ, ତୁରନ୍ତ ଏହାକୁ ଅନଇଷ୍ଟଲ କରନ୍ତୁ ।

Get real time updates directly on you device, subscribe now.