fbpx

(video) : ପେଟରେ ଲୁଚି ରହିଥିଲା ସାପ, ପାଟି ବାଟେ ଟାଣି ବାହାର କରାଗଲା, ଡାକ୍ତରମାନେ ମଧ୍ୟ ଆଶ୍ଚର୍ଯ୍ୟ

ଭୁବନେଶ୍ୱର : ସାପ ଏପରି ଏକ ପ୍ରାଣୀ ଯେ ଯାହାର ନାମ ଶୁଣିଲେ ଲୋକ ଭୟବୀତ ହୋଇ ଯାଆନ୍ତି । ଯଦି ସାମ୍ନାକୁ ଆସେ, ତେବେ ଲୋକ ଉଠେ । ସାପ ଏପରି ଏକ ପ୍ରାଣୀ ଯାହା ଯେକୌଣସି ସ୍ଥାନରେ ଲୁଚି ରହି ପାରିବ । ଗାଡି, ଜୋତା, ଆଲମାରୀ, ଘରର କୋଣରେ ମଧ୍ୟ ଲୁଚିରହିପାରିବ । ଏଥର ଏକ ସାପ ସବୁ ସୀମା ଅତିକ୍ରମ କରିଛି । ୪ ଫୁଟ ଲମ୍ବା ସାପ ପାଟି ଦେଇ ଜଣେ ମହିଳାଙ୍କ ପେଟକୁ ଯାଇ ଲୁଚି ରହିଛି ।

ଟ୍ୱିଟରର ସେୟାର ହୋଇଥିବା ଏକ ଭିଡିଓରେ ମହିଳାଙ୍କ ପେଟରୁ ଏକ ସାପ ବାହାରକୁ ଦେଖି ଆପଣ ଆଶ୍ଚର‌୍ୟ୍ୟ ହୋଇଯିବେ। କୁହାଯାଇଥିଲା ଯେ ଗଭୀର ନିଦ୍ରାରେ ଶୋଇଥିବା ମହିଳାଙ୍କ ପାଟିରେ ଏକ ସାପ ପଶିଥିଲା ଏବଂ ସିଧା ପେଟରେ ଯାଇ ରହିଥିଲା । ପରେ ଡାକ୍ତରମାନେ ସାପଟିକୁ ବାହାର କରିଥିଲେ ଏବଂ ୫ ଫୁଟ୍ ସାପ ଦେଖି ଡାକ୍ତରଙ୍କ ଦଳ ମଧ୍ୟ ଆଶ୍ଚର‌୍ୟ୍ୟ ହୋଇଯାଇଥିଲେ। ଭିଡିଓଟି ୧୯ ଲକ୍ଷରୁ ଅଧିକ ଲୋକ ଦେଖିଛନ୍ତି ।

ଭାଇରାଲ୍ ଭିଡିଓ ପ୍ରକୃତରେ ଆଶ୍ଚର‌୍ୟ୍ୟଜନକ ପରିପୂର୍ଣ୍ଣ । ଭିଡିଓରେ ଜଣେ ମହିଳା ଅପରେସନ୍ ଥିଏଟରରେ ଚେତାଶୂନ୍ୟ ଅବସ୍ଥାରେ ପଡ଼ିଥିବାର ନଜର ଆସିଛନ୍ତି, ଯାହାର ମୁଖ ମାଧ୍ୟମରେ ଡାକ୍ତରମାନେ କିଛି ବାହାର କରିବାକୁ ଚେଷ୍ଟା କରୁଛନ୍ତି । ସାପଟି ବାହାରିଲା ବେଳେ ଏହାକୁ ଦେଖି ଡାକ୍ତର ମାନେ ମଧ୍ୟ ଆଶ୍ଚର‌୍ୟ୍ୟ ହୋଇ ଦୁଇଟି ପାଦେ ପଛକୁ ଯାଇଥିଲେ । ସବୁଠାରୁ ଆଶ୍ଚର୍ଯ୍ୟକଥା ଯେ, ଜଣେ ବ୍ୟକ୍ତି ଏଭଳି କେମିତି ଶୋଇପାରିବ ଯେ ସାପ ପାଟିରେ ପଶିଲେ ସେ ଜାଣିପାଡିିନାହିଁ ।

ତେବେ ଖବର ଅନୁଯାୟୀ ସାପଟି ଜୀବନ୍ତ ନା ମୃତ ତାହା ଜଣା ପଡି ନାହିଁ। ଏଥିସହ ମହିଳାଙ୍କ ପରିଚୟ ପ୍ରକାଶ କରାଯାଇ ନାହିଁ। ଅନେକ ଲୋକ ଏହାକୁ ସାପ ଅପେକ୍ଷା ଅନ୍ୟ ଜୀବ ବୋଲି କହିଥିଲେ । ଯାହା ଏକ ଲମ୍ବା କୀଟ ପରି ଥିଲା । ଯାହା ଏକ ଜୀବାଣୁ ମାଧ୍ୟମରେ ପେଟରେ ଜନ୍ମ ହୋଇଥାଏ ବୋଲି ଲୋକେ କହିଛନ୍ତି ।

Get real time updates directly on you device, subscribe now.