fbpx

ପେଟ୍ରୋଲ ଶୁଙ୍ଘିବା କେତେ କ୍ଷତିକର ଆପଣ ଜାଣିଛନ୍ତି କି, ଏହାଦ୍ୱାରା ହୋଇଥାଏ ୧୭ ପ୍ରକାରର ରୋଗ, ଜାଣନ୍ତୁ କ’ଣ ସେସବୁ

ନୂଆଦିଲ୍ଲୀ: ଆମର ନିତିଦିନିଆ ଜୀବନରେ ଏପରି ଅନେକ କାର୍ଯ୍ୟ ରହିଛି, ଯାହାକୁ ଆମେ ସାଧାରଣ ଭାବେ ନେଉଥାଉ । କିନ୍ତୁ ବାସ୍ତବରେ ସେହି କାର୍ଯ୍ୟଗୁଡ଼ିକ ପାଇଁ ଆମ ଶରୀରର ଅନେକ କିଛି କ୍ଷତି ସାଧିତ ହୋଇଥାଏ । ସେଥିମଧ୍ୟରୁ ଗୋଟିଏ ହେଉଛି ପେଟ୍ରୋଲ ଶୁଙ୍ଘିବା । ଏପରି କୁଅଭ୍ୟାସକୁ ସ୍ନିଫିଙ୍ଗ ପେଟ୍ରୋଲ ବା ସ୍ନିଫିଙ୍ଗ ଗ୍ୟାସୋଲିନ୍ କୁହାଯାଇଥାଏ । ତେବେ ଆପଣମାନେ ବୋଧହୁଏ ଏକଥା ଜାଣିନଥିବେ ଯେ, ଏହାଦ୍ୱାରା ଆପଣ ୧୮ ପ୍ରକାର ଭୟଙ୍କର ରୋଗର ସମ୍ମୁଖୀନ ହୋଇପାରନ୍ତି । ପେଟ୍ରୋଲ ଶୁଙ୍ଘିବା ଦ୍ୱାରା ନିଶା ହେବା ସହ ଶରୀର ଉପରେ ଏହାର କୁପ୍ରଭାବ ପଡ଼ିଥାଏ । ଏହାର ସିଧାସଳଖ ପ୍ରଭାବ ଆମ ସେଣ୍ଟ୍ରାଲ ନର୍ଭସ ସିଷ୍ଟମ ଉପରେ ପଡ଼ିଥାଏ । ଏହାଛଡ଼ା ଏହାଦ୍ୱାରା ଆମର ମସ୍ତିଷ୍କ ମଧ୍ୟ ପ୍ରଭାବିତ ହୋଇଥାଏ । ଯୁବପୀଢ଼ିଙ୍କ ଠାରେ ଏହି ବ୍ୟାଧି ବ୍ୟାପିବା ଅତି ଭୟଙ୍କର ।

୧- ନିଶ୍ୱାସ ନେବାରେ ସମସ୍ୟା, ୨- ଗଳାରେ ଦର୍ଦ ବା ଜ୍ୱଳନ, ୩- ମଳରେ ରକ୍ତ, ୪- ଚିଡ଼ଚିଡ଼ା ସ୍ୱଭାବ, ୫- ଶିରରେ ଚକ୍କର, ୬- ମୁଡ଼ ସ୍ୱିଇଂ, ୭- ନିଦ ହ୍ରାସ, ୮- ବେହୋସ, ୯- ଡିପ୍ରେସନ, ୧୦- ଭୋକ ହ୍ରାସ, ୧୧- ତେଜ ସିରଦର୍ଦ, ୧୨- ଶରୀର ଦୁର୍ବଳତା, ୧୩- ଅତ୍ୟଧିକ ଥକ୍କାପଣ, ୧୪- ଏସୋଫୈଗସରେ ଜ୍ୱଳନ, ୧୫- ପେଟରେ ଯନ୍ତ୍ରଣା, ୧୬- ଦୃଷ୍ଟିଶକ୍ତି ହ୍ରାସ, ୧୭- ରକ୍ତ ବାନ୍ତି ।

Get real time updates directly on you device, subscribe now.