fbpx

ୟୁଜର୍ସଙ୍କୁ ବଡ଼ ଝଟକା, ବନ୍ଦ ହେବ ଦେଶୀ ଟ୍ୱିଟର Koo ! ଇଣ୍ଟରନେଟ୍ କମ୍ପାନୀ ସହ ହୋଇପାରିଲା ନାହିଁ ଡିଲ୍

Advertisement

ନୂଆଦିଲ୍ଲୀ: ଆଜିକାଲି ଅଧିିକାଂଶ ବ୍ୟକ୍ତି ସୋସିଆଲ ମିଡିଆ ବ୍ୟବହାର କରୁଛନ୍ତି । ବର୍ତ୍ତମାନ ଦୈନନ୍ଦିଦ ଜୀବନରେ ସୋସିଆଲ ମିଡିଆ ଏହାର କାୟା ବିସ୍ତାର କରିବାରେ ଲାଗିଛି । ସୋସିଆଲ ମିଡିଆରେ ଆମେ ସାଙ୍ଗସାଥି ଓ ପରିବାର ବର୍ଗଙ୍କ ସହ ଅନେକ ଫୋଟୋ, ଭିଡିଓ ଇତ୍ୟାଦି ଶେୟାର କରିଥାଉ । ଦେଶୀ ସୋସିଆଲ ମିଡିଆ ପ୍ଲାଟଫର୍ମ Koo ବିଷୟରେ ତ ସମସ୍ତେ ଜାଣିଥିବେ । ଖୁବ୍ ଶୀଘ୍ର ଏହା ବନ୍ଦ ହେବାକୁ ଯାଉଛି । ଏନେଇ କମ୍ପାନୀ ସହ ପ୍ରତିଷ୍ଠାତା ଅପ୍ରମେୟା ରାଧାକୃଷ୍ଣ LinkedInରେ ଏକ ପୋଷ୍ଟ ଶେୟାର କରିଛନ୍ତି ।

ଦେଶୀ ସୋସିଆଲ ମିଡିଆ ପ୍ଲାଟଫର୍ମ ‘Koo’ର ବିକ୍ରୟ ଏବଂ ମିଶ୍ରଣକୁ ନେଇ ବିଭିନ୍ନ କମ୍ବାନୀ ସହ ଆଲୋଚନା ଜାରି ରହିଥିଲା । ଏଥିରେ Dailyhunt ମଧ୍ୟ ସାମିଲ ଅଛି । ତେବେ ବିଭିନ୍ନ କମ୍ପାନୀ ସହ କଥାବାର୍ତ୍ତା ସଫଳ ନହେବାରୁ କମ୍ପାନୀର ସହ ପ୍ରତିଷ୍ଠାତା ‘Koo’କୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଅପ୍ରମେୟା ରାଧାକୃଷ୍ଣ LinkedInରେ ଏକ ପୋଷ୍ଟ ଶେୟାର କରି ଲେଖିଛନ୍ତି, ‘ଆମ ତରଫରୁ ଏହା ଚୂଡ଼ାନ୍ତ ଅପଡେଟ୍ । ସହଭାଗୀତା ସମ୍ବନ୍ଧରେ ଚାଲୁଥିବା ଆମ କଥାବାର୍ତ୍ତା ବିଫଳ ହୋଇଛି । ତେଣୁ ସାଧାରଣ ଲୋକଙ୍କ ଆମର ସେବା ବନ୍ଦ କରିବାକୁ ଯାଉଛୁ । ଆମେ ବଡ଼ ବଡ଼ ଇଣ୍ଟରନେଟ କମ୍ପାନୀ, କର୍ପୋରେଟ ଗୋଷ୍ଠୀ ଏବଂ ମିଡିଆ ହାଉସଙ୍କ ସହ ସହଭାଗୀତାକୁ ନେଇ କଥାବାର୍ତ୍ତା କରିଥିଲୁ କିନ୍ତୁ ଆଶା ଅନୁଯାୟୀ ପରିଣାମ ମିଳିଲା ନାହିଁ । ଶେଷରେ ସୋସିଆଲ ମିଡିଆ ଆପ୍ ଚଳାଇବା ପାଇଁ ଟେକ୍ନୋଲୋଜି ସର୍ଭିସେସର ଖର୍ଚ୍ଚ ବହୁତ ଅଧିକ ତେଣୁ ‘Koo’କୁ ବନ୍ଦ କରିବାକୁ ନିଷ୍ପତ୍ତି ନେବାକୁ ପଡ଼ିଲା ।’

Get real time updates directly on you device, subscribe now.