ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆର ବ୍ୟବହାର ଦ୍ରୁତ ଭାବେ ବଢ଼ିଚାଲିଛି । ଛୋଟ ପିଲାଙ୍କଠାରୁ ଆରମ୍ଭ ବୃଦ୍ଧ ପର୍ଯ୍ୟନ୍ତ, ଗୃହିଣୀଙ୍କ ଠାରୁ ଆରମ୍ଭ କରି କର୍ମଜୀବୀ, ବ୍ୟବସାୟୀ ସମସ୍ତଙ୍କ ପାଇଁ ଇଣ୍ଟରନେଟ୍ ନିହାତି ଆବଶ୍ୟକ । ତେବେ ଏହା ମଧ୍ୟରେ ସୋସିଆଲ ମିଡ଼ିଆ ୟୁଜର୍ସଙ୍କ ପାଇଁ ଆସିଛି ଏକ ଜରୁରୀ ଖବର । ଗୋଟିଏ ଭୁଲ୍ କାରଣରୁ ଆପଣଙ୍କର ଆକାଉଣ୍ଟ ସବୁଦିନ ପାଇଁ ବନ୍ଦ ହୋଇପାରେ ।
ସୋସିଆଲ ମିଡ଼ିଆ ପାଇଁ କେନ୍ଦ୍ର ସରକାର ଏକ ନିୟମ ପ୍ରସ୍ତୁତ କରିଛନ୍ତି । ଯେଉଁ ଆକାଉଣ୍ଟ ଗତ ୩ ବର୍ଷ ଧରି ଖୋଲା ଯାଇନଥିବ, ସେହିସବୁ ଅକାଉଣ୍ଟକୁ ସ୍ଥାୟୀ ଭାବେ ବନ୍ଦ କରି ଦିଆଯିବ । ତେଣୁ ଏନେଇ ଆପଣମାନେ ମଧ୍ୟ ସତର୍କ ହୋଇଯିବା ଆବଶ୍ୟକ । ଏଭଳି ସ୍ଥିତିରେ ୟୁଜର୍ସ ଯଦି ଏହି ଭୁଲ କରନ୍ତି, ତେବେ ସେମାନଙ୍କର ଫେସବୁକ, ଇନଷ୍ଟାଗ୍ରାମ ସହିତ ଅନ୍ୟ ସୋସିଆଲ ମିଡ଼ିଆ ଆକାଉଣ୍ଟ ସବୁଦିନ ପାଇଁ ଡିଲିଟ୍ ହୋଇପାରେ । ତେଣୁ ଏଭଳି ଭୁଲରୁ ଦୂରେଇ ରହିବା ଭଲ ।
ଡିଜିଟାଲ ପର୍ସନାଲ ଡାଟା ପ୍ରୋଟେକ୍ସନର ସୁପାରିଶ ଆଧାରରେ କେନ୍ଦ୍ର ସରକାର ଏହି ନିୟମରେ ପରିବର୍ତ୍ତନ କରିଛନ୍ତି । ଏହାଦ୍ୱାରା ବିନା ସୂଚନାରେ ୟୁଜର୍ସଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ଡିଲିଟ କରି ଦିଆଯିବ । ଯେଉଁମାନେ ଗତ ୩ ବର୍ଷ ଧରି ନିଜର ସୋସିଆଲ ମିଡ଼ିଆ ଆକାଉଣ୍ଟ ଆକ୍ସେସ କରିନଥିବେ ବା ଆକାଉଣ୍ଟରେ କୌଣସି ପୋଷ୍ଟ କରିନଥିବେ, ସେମାନଙ୍କ ଆକାଉଣ୍ଟକୁ ସରକାର ସବୁଦିନ ପାଇଁ ବନ୍ଦ କରିଦେଇ ପାରନ୍ତି । ସୋସିଆଲ ମିଡ଼ିଆ ସହ ଜଡ଼ିତ ଏହି ନିୟମ ଇ-କମର୍ସ କମ୍ପାନୀ, ଅନଲାଇନ ମାର୍କେଟପ୍ଲେସ, ଗେମିଂ କମ୍ପାନୀ ଓ ସମସ୍ତ ସୋସିଆଲ ମିଡ଼ିଆ କମ୍ପାନୀଙ୍କ ଉପରେ ଲାଗୁ କରାଯାଇପାରେ ।