fbpx

ଗୁପ୍ତଧନ ଲୋଭ: ବାପାକୁ ବଳି ଦେବାକୁ ଉଦ୍ୟମ କଲା କୁଳାଙ୍ଗାର ପୁଅ, ପୋଲିସ ଅଟକାଇବାରୁ କଲା ପାଲଟା ଆକ୍ରମଣ

Advertisement

ଧର୍ମଗଡ଼ (ଭାସ୍କର ନ୍ୟୁଜ୍‌): କୁହାଯାଏ ବାପା-ମାଙ୍କ ଠାରୁ ବଡ଼ ସମ୍ପତ୍ତି ଏ ଦୁନିଆରେ ଆଉ କିଛି ନାହିଁ । ସେମାନଙ୍କ ଆଶୀର୍ବାଦରେ ପୁଅ ହେଉ ବା ଝିଅ ସେମାନେ ନିଜ ଭବିଷ୍ୟତର ଉଜ୍ଜ୍ୱଳ ସମ୍ଭାବନା ସୃଷ୍ଟି କରିବାରେ ସମର୍ଥ ହୋଇ ପାରିଥାନ୍ତି । ସେମାନଙ୍କ ସ୍ନେହ ମମତାର ଡୋର ସେମାନଙ୍କୁ ସମାଜରେ ପ୍ରତିଷ୍ଠିତ ହେବାରେ ସହାୟକ ହୋଇଥାଏ । ହେଲେ ସାମାନ୍ୟ କିଛି ଗୁପ୍ତଧନ ଲୋଭରେ ପୁଅ ବାପାକୁ ବଳି ଦେବାପାଇଁ ଉଦ୍ୟମ କରିବା ଭଳି ଘଟଣା ସାରା କଳାହାଣ୍ଡି ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି କରିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ପୁଅ ଓ ବଳିଦେବାପାଇଁ ପୂଜା ପାଠ କରୁଥିବା ପୂଜକକୁ ଗିରଫ କରିଛି । କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା କଲମପୁର ଫାଣ୍ଡି ଅଞ୍ଚଳରେ ଘଟିଥିବା ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ମିଳିଥିବା ସୂଚନା ଅନୁଯାୟୀ କଲମପୁର ଫାଣ୍ଡି ଅନ୍ତର୍ଗତ ବେଲପଡ଼ା ଗାଁର ଲିଙ୍ଗରାଜ ଭୋଇ ନିଜ ୭୦ ବର୍ଷୀୟ ବାପାକୁ ବଳି ଦେବାପାଇଁ ନୂଆ ଲୁଗା ପିନ୍ଧାଇ ଘର ବାଡ଼ିଟକୁ ନେଇଥିଲେ । ସେଠାରେ ପୂର୍ବରୁ ଜଣେ ପୂଜକ ମଧ୍ୟ ଉପସ୍ଥିତ ଥିଲେ । ପୁଅ ସେଠାରେ ବାପାକୁ ନିସ୍ତୁକ ମାଡ଼ ମଧ୍ୟ ମାରିଥିଲା । ତେବେ ପଡ଼ୋଶୀମାନେ ଏଭଳି ଘଟଣା ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ବୃଦ୍ଧ ବାପାଙ୍କୁ ଉଦ୍ଧାର କରିବା ସମୟରେ ଲିଙ୍ଗରାଜ ଟାଙ୍ଗିଆରେ ପୋଲିସକୁ ଆକ୍ରମଣ କରିଥିଲା । ଏଥିରେ ଜଣେ ଗ୍ରାମରକ୍ଷୀ ଗୁରୁତର ହୋଇଛନ୍ତି । ତାଙ୍କୁ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଜୟପାଟଣା ଥାନା ପୋଲିସ ଉଭୟ ପୁଅ ଓ ପୂଜକକୁ ଗିରଫ।

Get real time updates directly on you device, subscribe now.