fbpx

Shah Rukh Khanଙ୍କ ସହିତ ଭେଟିବାକୁ ପୁଅକୁ ନେବାକୁ ପଡ଼େ Appointment, NCB ସାମନାରେ ଆର୍ଯ୍ୟନ୍ କଲେ ଖୁଲାସା

Advertisement

ମୁମ୍ବାଇ: ବଲିଉଡ୍ ର କିଙ୍ଗଖାନ୍ ଶାହରୁଖ ଖାନ୍ ଅନେକ ଦଶକକୁ ଲୋକମାନଙ୍କ ମନୋରଞ୍ଜନ କରିଆସୁଛନ୍ତି । ଶାହରୁଖ ଖାନ୍ ନିଜ କାମରେ ସବୁବେଳେ ବ୍ୟସ୍ତ ଥାନ୍ତି । ଅଭିନୟ, ପ୍ରଡକ୍ସନ୍ ବ୍ୟତୀତ ଅନ୍ୟ କାମରେ ବି ସେ ବ୍ୟସ୍ତ ରହିଥାନ୍ତି । ଏବେ କିଙ୍ଗଖାନ୍ ଏକରୁ ଅଧିକ ପ୍ରୋଜେକ୍ଟରେ କାମ କରୁଛନ୍ତି । ଯେଉଁଥିପାଇଁ ତାଙ୍କ ସିଡ୍ୟୁଲ୍ ଏକଦମ୍ ଟାଇଟ୍ ରହିଛି । ତେଣୁ ଏହା ଭିତରେ ସେ ନିଜ ପିଲାମାନଙ୍କ ସହ ବି ଭେଟିବାକୁ ସମୟ ପାଉନାହାନ୍ତି । ତେଣୁ ପିଲାମାନେ ନିଜ ବାପାଙ୍କୁ ଭେଟିବାକୁ ଆପୋଏଣ୍ଟମେଣ୍ଟ ନେବାକୁ ପଡ଼େ । ଏନେଇ ଆଉ କିଏ ନୁହେଁ ବରଂ ତାଙ୍କ ବଡ଼ ପୁଅ ଖୁଲାସା କରିଛନ୍ତି ।

ଆର୍ଯ୍ୟନଙ୍କୁ ଏନସିବି ପଚରାଉଚରା କରିବା ସମୟରେ ନିଜ ବାପାଙ୍କ ବିଜି ସିଡ୍ୟୁଲ୍ ସମ୍ପର୍କରେ ସୂଚନା ଦେଇଛନ୍ତି । ସୁତ୍ର ଅନୁସାରେ, ଆର୍ଯ୍ୟନ୍ ଙ୍କୁ ଏନସିବି ଜେରା କରୁଥିବା ସମୟରେ ସେ କହିଛନ୍ତି ଯେ ବାପା ଏବେ ଏକାସାଙ୍ଗରେ ତିିନିଟି ଫିଲ୍ମର ଶୁଟିଂରେ ବ୍ୟସ୍ତ ଅଛନ୍ତି । ସେ ନିଜର ଆଗାମୀ ଫିଲ୍ମ ପଠାନ୍ କୁ ନେଇ ଖୁବ୍ ପରିଶ୍ରମ କରୁଛନ୍ତି । ପଠାନ୍ ରେ ନିଜ ଭୂମିକା ପାଇଁ ତାଙ୍କୁ ଅନେକ ସମୟ ପର୍ଯ୍ୟନ୍ତ ମେକଅପ୍ ରେ ରହିବାକୁ ପଡ଼ୁଛି ।

ଆର୍ଯ୍ୟନ୍ ଖାନ୍ କହିଛନ୍ତି ଯେ, ତାଙ୍କ ବାପା ଏତେ ବ୍ୟସ୍ତ ରହୁଛନ୍ତି ଯେ ଅନେକ ଥର ତାଙ୍କୁ ଭେଟିବାକୁ ମ୍ୟାନେଜରଙ୍କ ଠାରୁ ଆପୋଏଣ୍ଟମେଣ୍ଟ ନେବାକୁ ପଡ଼ିଥାଏ । ତେବେ ଯାଇ ସେ ନିଜ ବାପାଙ୍କୁ ଭେଟିପାରନ୍ତି । ସୂଚନା ଥାଉ ଯେ, ଆର୍ଯ୍ୟନ୍ ଙ୍କୁ ଡ୍ରଗ୍ସ କେସ୍ ରେ ଏନସିବି ଗିରଫ କରିଛି । ଏବେ ସେ ଅକ୍ଟୋବର ୭ ତାରିଖ ପର୍ଯ୍ୟନ୍ତ ରିମାଣ୍ଡରେ ରହିବେ । ମୁମ୍ବାଇରୁ ଗୋଆ ଯାଉଥିବା କ୍ରୁଜ୍ ରେ ଏନସିବିରେ ବିପୁଳ ମାତ୍ରାରେ ଡ୍ରଗ୍ସ ମିଳିବା ମାମଲାରେ ଆର୍ଯ୍ୟନ୍ ଙ୍କ ସମେତ ୧୧ ଜଣଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇଛି ।

Get real time updates directly on you device, subscribe now.