ଶାବଳରେ ଆକ୍ରମଣ କଲା ପୁଅ… ବାପା ମୃତ, ମା’ ଜୀବନ-ମୃତ୍ୟୁ ସହ କରୁଛି ସଂଘର୍ଷ

ସମ୍ବଲପୁର: ସମ୍ବଲପୁର ଯୁଯୁମରା ଥାନା ଝାଙ୍କରପାଲି ତୁରୀପଡ଼ାରେ ଘଟିଯାଇଛି ଅଭାବନୀୟ ଘଟଣା । ସୈତାନ ପୁଅ ଶାବଳରେ ବାପା-ମା’ଙ୍କୁ ଆକ୍ରମଣ କରିଛି ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

ପୁଅର ଶାବଳ ମାଡ଼ରେ ବାପା ମୃତ । ପୁଅର ମାଡ଼ରେ ମା’ ଗୁରୁତର ଥିବା ସୂଚନା ।

ଗୁରୁତର ଅବସ୍ଥାରେ ମା’କୁ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମାସିକ ବିକୃତ ପୁଅ ଏଭଳି କାଣ୍ଡ କରିଥିବା କୁହାଯାଉଛି ।

ଘଟଣାର ସୂଚନା ପାଇ ସ୍ଥାନୀୟ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।