Breaking: ସୋନିଆଙ୍କ ବୟାନକୁ ରାଷ୍ଟ୍ରପତି ଭବନରୁ ନିନ୍ଦା, ରାଷ୍ଟ୍ରପତିଙ୍କୁ POOR LADY କହିଛନ୍ତି ସୋନିଆ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧିଙ୍କ ବୟାନକୁ ନେଇ ରାଷ୍ଟ୍ରପତି ଭବନରୁ ପ୍ରତିକ୍ରିୟା ଆସିଛି । ସୋନିଆଙ୍କ ବୟାନକୁ ରାଷ୍ଟ୍ରପତି ଭବନ ପକ୍ଷରୁ ଘୋର ନିନ୍ଦା କରାଯାଇଛି ।

ବିରୋଧୀ ଦଳର ଏ ପ୍ରକାର ବୟାନ ‘ସର୍ବୋଚ୍ଚ ପଦବୀର ମର୍ଯ୍ୟାଦାକୁ ଆଘାତ ଦେଇଛି । ଏହା ଗ୍ରହଣୀୟ ନୁହେଁ । କୌଣସି କ୍ଷେତ୍ରରେ ରାଷ୍ଟ୍ରପତି ଥକି ନାହାନ୍ତି । ଅବହେଳିତ ବର୍ଗ ବାବଦରେ କହିବା କେବେବି କ୍ଳାନ୍ତ ଆଣେନି ।’

ବଜେଟ୍ ଉପସ୍ଥାପନ ପୂର୍ବରୁ ଆଜି ଆୟୋଜିତ ସର୍ବଦଳୀୟ ବୈଠକରେ ସୋନିଆ ସାମିଲ ହୋଇଥିଲେ । ବୈଠକ ପରେ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇ ସୋନିଆ ରାଷ୍ଟ୍ରପତିଙ୍କୁ ପୁଅର୍ ଲେଡି କହିଥିଲେ ।