ଭୁବନେଶ୍ୱର: ସାରା ରାଜ୍ୟରେ ତାପମାତ୍ରା ଏବେ ବଢିବାରେ ଲାଗିଛି । ବିଶେଷ କରି ପଶ୍ଚିମ ଓଡିଶାରେ ତାତିର ପ୍ରଭାବ ଅଧିକ ପରିଲକ୍ଷିତ ହୋଇଛି । ଆଜି ଝାରସୁଗୁଡାରେ ବର୍ଷର ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି । ବର୍ତ୍ତମାନ ୪୪ ଡିଗ୍ରୀରେ ସିଝୁଛି ଝାରସୁଗୁଡା । ସେପଟେ ସୋନପୁରର ତାପମାତ୍ରା ମଧ୍ୟ ୪୪ ଡିଗ୍ରୀ ଆଡକୁ ମୁହାଁଉଛି । ଏବେ ସହରରେ ୪୩.୯ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ୪୪ ଡିଗ୍ରୀ ସହିତ ଝାରସୁଗୁଡା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି ।
#Jharsuguda tops the list highest maximum temperature with 44°C#Sonepur 43.9°C#Bolangir 43.2°C#Titlagarh 43°C pic.twitter.com/4zORtj7HWl
— Meteorological Centre, Bhubaneswar (@mcbbsr) April 13, 2022
ଅନ୍ୟ ପକ୍ଷରେ ବଲାଙ୍ଗୀରରେ ତାପମାତ୍ରା ୪୩.୨ ଡିଗ୍ରୀ ରହିଥିବା ବେଳେ ଟିଟିଲାଗଡରେ ୪୩ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ତେବେ ଅନୁଗୁଳରେ ୪୨.୭ଡିଗ୍ରୀ ତାପମାତ୍ରା ଥିବା ବେଳେ ବୌଦ୍ଧରେ ଏହି ତାପମାତ୍ରା ୪୨ ଡିଗ୍ରିରେ ପହଞ୍ଚିଛି । ଅନ୍ୟ ପକ୍ଷରେ ତାଳଚେର ଏବଂ ସମ୍ବଲପୁରରେ ୪୧.୬ ତାପମାତ୍ରା ଓ ଭବାନୀପାଟଣା ଏବଂ ସୁନ୍ଦରଗଡରେ ତାପମାତ୍ରା ୪୧.୫ ଡିଗ୍ରୀ ରେକର୍ଡ କରାଯାଇଛି । ଅନ୍ୟ ଜିଲ୍ଳାମାନଙ୍କ ମଧ୍ୟରେ ହୀରାକୁଦ, ପାରଳାଖେମୁଣ୍ଡି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ପାଣିପାଗ ବିଭାଗ ସୂଚନା ଦେଇଛି ।