fbpx

‘Sorry…ଆଇ ଆମ୍ ଲୁଜର’, ମାଆ ବାପାଙ୍କ ପାଇଁ ଭାବପ୍ରବଣ ନୋଟ୍ ଲେଖି ଝିଅର ଆତ୍ମହତ୍ୟା

କୋଟା: ରାଜସ୍ଥାନ ସ୍ଥିତ କୋଟାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । JEE ଆଶାୟୀ ଜଣଙ୍କ ପରୀକ୍ଷାରେ ସଫଳତା ହାସଲ କରିପାରିବେ ନାହିଁ ବୋଲି ନିଜ ମାତା ପିତାଙ୍କୁ ଏକ ସୁଇସାଇଡ୍ ନୋଟ୍ ଲେଖି ଆତ୍ମହତ୍ୟା କରିଥିବାର ସୂଚନା ମିଳିଛି । ସୋମବାର ଏହି ଘଟଣା ସାମ୍ନାକୁ ଆସିବା ପରେ ସମ୍ପୃକ୍ତ ଅଂଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।

ସୂଚନାରୁ ପ୍ରକାଶ ଯେ କୋଟା ରାଜସ୍ଥାନର ୧୮ ବର୍ଷୀୟା ଯୁବତୀ ନିହାରିକା JEEମେନ୍ସ ପାଇଁ ପ୍ରସ୍ତୁତ ହେଉଥିଲେ । ପରୀକ୍ଷାର ଦୁଇ ଦିନ ପୂର୍ବରୁ ମାତା ପିତାଙ୍କ ଉଦ୍ଦେଶ୍ୟରେ ଏକ ସୁଇସାଇଡ୍ ନୋଟ୍ ଲେଖି ଜୀବନ ହାରିଛନ୍ତି । ଉକ୍ତ ସୁଇସାଇଡ୍ ନୋଟରେ ସେ ଲେଖିଥିଲେ, ‘ମାଆ ଏବଂ ବାପା, ମୁଁ JEE ପାରିବି ନାହିଁ । ତେଣୁ ମୁଁ ଆତ୍ମହତ୍ୟା କରୁଛି । ମୁଁ ଏକ ଲୁଜର ଅଟେ । ମୁଁ ସବୁଠାରୁ ଖରାପ ଝିଅ । ସରି ମାଆ ବାପା । ଏହା ହିଁ ଶେଷ ବିକଳ୍ପ ।’

Get real time updates directly on you device, subscribe now.