fbpx

ଟି-୨୦ ୱାର୍ଲ୍ଡ କପ୍: ମୁମ୍ବାଇରେ ପହଞ୍ଚିଲେ ସୌରଭ ଗାଙ୍ଗୁଲି, ହୋଇପାରେ ବଡ଼ ନିଷ୍ପତ୍ତି

ମୁମ୍ବାଇ: ଅକ୍ଟୋବର-ନଭେମ୍ବରରେ ଭାରତରେ ଟି -୨୦ ବିଶ୍ୱକପ ପ୍ରସ୍ତାବ ଦିଆଯାଇଛି । କିନ୍ତୁ କରୋନା ଯୋଗୁଁ ଏହାର ଆୟୋଜନ ଉପରେ ସନ୍ଦେହ ରହିଛି। ଏଭଳି ସ୍ଥିତିରେ ବିସିସିଆଇ ଆଇପିଏଲର ଅବଶିଷ୍ଟ ୩୧ ଟି ମ୍ୟାଚ୍ ବ୍ୟତୀତ ଟି -୨୦ ବିଶ୍ୱକପ୍  ୟୁଏଇରେ ଆୟୋଜନ କରିପାରେ । ସେପଟେ ବୋର୍ଡ ସଭାପତି ସୌରଭ ଗାଙ୍ଗୁଲି ଟି -୨୦ ବିଶ୍ୱକପ ଆୟୋଜନ ବିଷୟରେ ଆଲୋଚନା କରିବା ପାଇଁ ମୁମ୍ବାଇରେ ପହଞ୍ଚିଛନ୍ତି। ଖୁବ ଶୀଘ୍ର ଏହା ଉପରେ ଏକ ବଡ଼ ନିଷ୍ପତ୍ତି ନିଆଯାଇପାରେ  । ଆଇସିସି ଏହି ନିଷ୍ପତ୍ତି ନେବା ପାଇଁ ଜୁନ୍ ୨୮ ପର୍ଯ୍ୟନ୍ତ ସମୟ ଦେଇଛି।

ସୂଚନା ଅନୁଯାୟୀ, ଟିକସ ଛାଡ ସମ୍ପର୍କରେ ମଧ୍ୟ ବିସିସିଆଇକୁ ଜୁନ୍ ୧୫ ସୁଦ୍ଧା ଆଇସିସିକୁ ଜଣାଇବାକୁ ପଡିବ। ବିସିସିଆଇର ଏକ ସୂତ୍ରରୁ ପ୍ରକାଶ, ମୁମ୍ବାଇରେ ହେବାକୁ ଥିବା ଟି -୨୦ ବିଶ୍ୱକପ ବିଷୟରେ ସୌରଭ ଗାଙ୍ଗୁଲି ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିବାକୁ ଯାଉଛନ୍ତି। ଟିକସ ଛାଡ ସମ୍ପର୍କରେ ସୂଚନା ମଙ୍ଗଳବାର ସୁଦ୍ଧା ଆଇସିସିକୁ ଦେବାକୁ ପଡିବ ଏବଂ ବିଶ୍ୱକପ ଆୟୋଜନ ନେଇ ଜୁନ୍ ୨୮ ସୁଦ୍ଧା ନିଷ୍ପତ୍ତି ନେବାକୁ ହେବ । ଏଭଳି ପରିସ୍ଥିତିରେ ଆସନ୍ତା କିଛି ଦିନ ମଧ୍ୟରେ ଟୁର୍ଣ୍ଣାମେଣ୍ଟ ସମ୍ବନ୍ଧରେ ଅନେକ ନିଷ୍ପତ୍ତି ନିଆଯାଇପାରେ।

Get real time updates directly on you device, subscribe now.