fbpx

ଡିପଫେକ ମାମଲାକୁ ନେଇ ମୁହଁ ଖୋଲିଲେ ରଶ୍ମିକା, କହିଲେ ‘ମୋ କଲେଜରେ ଯଦି ଏପରି ହୋଇଥାଆନ୍ତା ତେବେ..’

ନୂଆଦିଲ୍ଲୀ: ଦୁଇ ମାସ ପୂର୍ବେ ନଭେମ୍ବରରେ ରଶ୍ମିକା ମନ୍ଦନାଙ୍କ ଲିଫ୍ଟରେ ପ୍ରବେଶ କରିବାର ଏକ ଡିପଫେକ ଭିଡିଓ ଭାଇରାଲ ହୋଇଥିଲା। ଗତ ସପ୍ତାହରେ ଦିଲ୍ଲୀ ପୋଲିସ ଅଭିନେତ୍ରୀଙ୍କ ଡିପଫେକ ପଛରେ ମୁଖ୍ୟ ଅପରାଧୀଙ୍କୁ ଗିରଫ କରିଥିବା ଦାବି କରିଛି। ବର୍ତ୍ତମାନ, ଅଭିନେତ୍ରୀ ଏକ ସାକ୍ଷାତକାରରେ ତାଙ୍କ ଅଭିଜ୍ଞତା ବିଷୟରେ ପ୍ରକାଶ କରିଛନ୍ତି ଏବଂ ସେ କାହିଁକି ଏହି ପ୍ରସଙ୍ଗରେ କଥା ହୋଇଛନ୍ତି ତାହା ସ୍ପଷ୍ଟ କରିଛନ୍ତି।

ଏହି ଘଟଣାରେ ସେ କିପରି ଅନୁଭବ କରିଥିଲେ ସେ ବିଷୟରେ ରଶ୍ମିକା ଦୀର୍ଘ ସମୟ ଧରି କହିଥିଲେ, ‘ବେଳେବେଳେ ଏହା ଘଟେ, ଏବଂ ଆପଣ ଏହି ବିଷୟରେ କହୁଛନ୍ତି, ହେଲେ ଆପଣ ଏହି ଚାକିରି ବାଛିଛନ୍ତି । ବା ଆପଣ ଜାଣିଛନ୍ତି ଏପରି ଘଟିବ ବୋଲି, ଯେପରି ଏବେ ଆପଣ ଏହି ବିଷୟରେ କାହିଁକି କଥା ହେଉଛନ୍ତି? ମୋ ମୁଣ୍ଡରେ କେବଳ ଏଇ କଥା ଚାଲୁଛି ଯଦି କଲେଜରେ ମୋ ସହିତ ଏପରି ହୋଇଥାଆନ୍ତା ତେବେ ମୋ ପାଖକୁ ଆସି ମୋତେ ସମର୍ଥନ କରିବାକୁ କେହି ଆସିନଥାଆନ୍ତେ । କାରଣ ଆମ ସଂସ୍କୃତିରେ କିଛି ଏପରି ଅଛି ଯାହା ସମାଜ ଆମ ବିଷୟରେ ଭାବେ ସେହିଭଳି ଆମେ ଭାବିଥାଉ । ଯେପରି କି ଆମକୁ ସେହିପରି ହେବାକୁ ପଡିବ । ଏବଂ ପ୍ରତିକ୍ରିୟା ଦେବାକୁ ପଡେ ଏଯପରି ସମାଜ ଆମଠାରୁ ଚାହୁଁଛି । ଆପଣ ଜାଣିଥିବେ ଯେ, ଚିନ୍ତା କରିବା ଏବଂ ପ୍ରତିକ୍ରିୟା କରିବା ଠିକ୍ ଅଟେ ।

ଅଭିନେତ୍ରୀ ଆଗକୁ କହିଛନ୍ତି ଯେ, ତେବେ ବିଚାର କରନ୍ତୁ ଯଦି ସେମାନଙ୍କ କଲେଜର କୌଣସି ଝିଅକୁ ଏହି ପରିସ୍ଥିତି ଦେଇ ଗତି କରିବାକୁ ପଡିଥାଆନ୍ତା ଏବଂ ମୋତେ ଏପରି ଲାଗୁଛି ଯେ, ମୁଁ ସତରେ ସେମାନଙ୍କ ପାଇଁ ଡରିଯାଇଛି ଏବଂ ଯଦି ମୁଁ ଏହି ବିଷୟରେ କଥା ହେଉଛି ତେବେ ପାଖାପାଖି ୪୧ ମିଲିୟନ ଲୋକ ଏହି ବିଷୟରେ ଜାଣିଛନ୍ତି । ଡିପଫେକ ନାମର ବହୁ ଜିନିଷ ଅଛି ଏବଂ ଏହା ଭଲ ନୁହେଁ । କିଛି ଏପରି ଅନେକ ଜିନିଷ ଅଛି । ସେଥିପାଇଁ ମୋତେ ଲାଗୁଛି ମୁଁ ଏହାକୁ ଜାଗରଣ କରିବା ମହତ୍ତ୍ୱପୂର୍ଣ୍ଣ ଥିଲା ।

Get real time updates directly on you device, subscribe now.