ଦକ୍ଷିଣ କୋରିଆ ବିମାନ ଦୁର୍ଘଟଣାରେ ଦୁଇ ଜଣ ଜୀବନ୍ତ ଉଦ୍ଧାର, ୧୭୯ ମୃତ

୧୭୫ ଯାତ୍ରୀ ଥିବା ବେଳେ ୬ କ୍ରୁ ମେମ୍ବର ରହିଥିଲେ । ଏହି ଦୁର୍ଘଟଣାରେ ମୋଟ ୧୭୯ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି ।

ନୂଆଦିଲ୍ଲୀ- ଦକ୍ଷିଣ କୋରିଆ ବିମାନ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୧୭୯ରେ ପହଞ୍ଚିଛି । ବିମାନଟି ମୁଆନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ବିମାନଟି ଜେଜୁ ଏୟାର ଲାଇନ୍ସର ଥିଲା । ବିମାନ ଅବତରଣ ବେଳେ ରନ ୱେରେ ଏକ ବାଡ ସହ ଘସି ହୋଇଥିଲା । ଫଳରେ ବିମାନରେ ନିଆଁ ଲାଗିଯାଇଥିଲା । ବିମାନରେ ମୋଟ ୧୮୧ ଜଣ ଥିବା ଜଣାପଡିଛି ।

ବିମାନ ଦୁର୍ଘଟଣା ପରେ ତୁରନ୍ତ ହିଁ ବିମାନ ବନ୍ଦର କର୍ତ୍ତୃପକ୍ଷ ବିମାନରେ ଲାଗିଥିବା ନିଆଁ ଲିଭାଇବା କାମରେ ଲାଗି ଯାଇଥିଲେ ।

ବିମାନରେ ୧୭୫ ଯାତ୍ରୀ ଥିବା ବେଳେ ୬ କ୍ରୁ ମେମ୍ବର ରହିଥିଲେ । ଏହି ଦୁର୍ଘଟଣାରେ ମୋଟ ୧୭୯ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି । ଦୁଇ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି, ସେମାନଙ୍କ ଅବସ୍ଥା ଗୁରୁତର ଥିବା ବେଳେ ସେମାନଙ୍କ ଚିକିତ୍ସା ଚାଲିଥିଲା ।

ତେବେ ପ୍ରାରମ୍ଭିକ ଅବସ୍ଥାରେ ଦକ୍ଷିଣ କୋରିଆ ମିଡିଆ, ଏମିତିକି ୟୋନହପ ନ୍ୟୁଜ ଏଜେନ୍ସି ସୂଚନା ଦେଇଥିଲା କି, ବିମାନ ଦୁର୍ଘଟଣାରେ ୨୮ ଜଣଙ୍କ ମୃତ୍ୟୁ ହୋଇଛିା

ୟୋନହପ କହିଥିଲା କି ବିମାନ ଅବତରଣ କାଳରେ ଏକ ବାଡରେ ଘସି ହୋଇଯାଇଥିଲା । ତେବେ ଅଧିକାରୀମାନେ ଏହାର ତଦନ୍ତ କରୁଛନ୍ତି ପ୍ରକୃତ କାରଣ ଜାଣିବାକୁ ।

ସ୍ଥାନୀୟ ଟିଭି ଷ୍ଟେସନ ତରଫରୁ ଦେଖାଯାଉଥିବା ଦୃଶ୍ୟରେ ଏକ କଳା ବେଲୁନ ସଦୃଶ କଳା ଧୂଆଁ ସାରା ଅଞ୍ଚଳକୁ ଆଚ୍ଛାଦିତ କରିଦେଇଥିଲା ।

ଏହି ଘଟଣା ଏମିତି ସମୟରେ ଆସିଛି, ଯେତେବେଳେ କି ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁଂ ସୁକ ୟୋଲଙ୍କ ଦ୍ୱାରା ମାର୍ଶଲ ଲ ଲାଗୁ କରିବାରୁ ମହାଭିଯୋଗ ଅଣାଯାଇ ରାଜନୈତିକ ସଂକଟ ଦେଇ ଦେଶ ଗତି କରୁଛି ।

ଗତ ଶୁକ୍ରବାର ଦେଶର ସାଂସଦମାନେ କାର୍ଯ୍ୟକାରୀ ରାଷ୍ଟ୍ରପତି ହାନ ଡ୍-ସୁଙ୍କ ଉପରେ ମହାଭିଯୋଗ ଆଣିଥିଲେ ଓ ତାଙ୍କୁ ନିଲମ୍ବିତ କରାଗଲା । ତାଙ୍କ ଦାୟିତ୍ୱ ଏବେ ଉପ ପ୍ରଧାନମନ୍ତ୍ରୀ ଡୋଇ ସାଙ୍ଗ-ମୋକ ସମ୍ଭାଳୁଛନ୍ତି । ।

ୟୋନବାପ ସମାଚାର ଏଜେନ୍ସି ମୁତାବକ, ସମସ୍ତ ଯାତ୍ରୀ ଓ ଚାଳକ ଦଳଙ୍କୁ ବଞ୍ଚାଇବା ପାଇଁ ଚୋଇ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।