ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ମଞ୍ଚରେ ଭାଷଣ ଦେବା ୨ ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା । ୨ ପୋଲିସ ଅଧିକାରୀଙ୍କ ବଦଳି ନିର୍ଦ୍ଦେଶ ଦେଲେ ମୁଖ୍ୟ ନିର୍ବାଚନ ଅଧିକାରୀ । ଚୌଦ୍ବାର ଥାନା IIC ବିଶ୍ବରଞ୍ଜନ ସାହୁ ଓ SI ସରସ୍ବତୀ ସାହୁଙ୍କ ବଦଳି ନିର୍ଦ୍ଦେଶ ।
ଉଭୟଙ୍କୁ ନିର୍ବାଚନ ସଂପର୍କିତ କୌଣସି ଦାୟିତ୍ବ ନ ଦେବାକୁ ମଧ୍ୟ ନିର୍ଦ୍ଦେଶ ହୋଇଛି । ରାଜନେତାଙ୍କ ନିକଟରେ ବସି ଉଭୟ ଅଧିକାରୀ ଭାଷଣ ଦେଇଥିଲେ । ଏନେଇ ସିଇଓଙ୍କ ନିକଟରେ ଫେରାଦ ହୋଇଥିଲା ଭାରତୀୟ ଜନତା ପାର୍ଟି (ବିଜେପି) ।