fbpx

ସଡ଼କ ସୁରକ୍ଷା କ୍ଷେତ୍ରରେ ଉତ୍ତମ ପଦକ୍ଷେପ ପାଇଁ ନୂଆଦିଲ୍ଲୀଠାରେ ଆୟୋଜିତ ସମ୍ମିଳନୀରେ ଓଡ଼ିଶାକୁ ସ୍ୱତନ୍ତ୍ର ଜୁରି ପୁରସ୍କାର

Advertisement

ଓଡ଼ିଶା ଭାସ୍କର: ନୂଆଦିଲ୍ଲୀଠାରେ ଆଜି ଭାରତୀୟ ବଣିକ ଓ ଶିଳ୍ପ ମହାସଂଘ (ଫିକି) ତରଫରୁ ସଡ଼କ ସୁରକ୍ଷାରେ କର୍ପୋରେଟ୍‍ ମାନଙ୍କ ଭୂମିକା ସମ୍ପର୍କିତ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସହଯୋଗୀ ରାଜ୍ୟଭାବେ ଓଡ଼ିଶା ଯୋଗଦେଇଛି। ସମ୍ମିଳନୀରେ ମୁଖ୍ୟବକ୍ତାଭାବେ ରାଜ୍ୟ ପରିବହନ, ବାଣିଜ୍ୟ, ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ, ପରିବହନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀ ପ୍ରମୁଖ ଯୋଗଦେଇ ସଡ଼କ ସୁରକ୍ଷା କ୍ଷେତ୍ରରେ ଓଡ଼ିଶା ସରକାର ନେଇଥିବା ପଦକ୍ଷେପ ସମ୍ପର୍କରେ ବକ୍ତବ୍ୟ ରଖିଛନ୍ତି।

ମୁଖ୍ୟ ସ୍ୱତନ୍ତ୍ର ବକ୍ତାଭାବେ ସାଂସଦ ରାଜୀପ ପ୍ରତାପ ରୋଢ଼ି ଯୋଗଦେଇ ସଡ଼କ ସୁରକ୍ଷା ସମ୍ପର୍କରେ ବକ୍ତବ୍ୟ ରଖିଛନ୍ତି। ସମ୍ମିଳନୀରେ ସଡ଼କ ସୁରକ୍ଷା ଦିଗରେ ଲୋକଙ୍କୁ ସଚେତନ କରିବା, ସଡ଼କପଥରେ ଘଟୁଥିବା ମୃତ୍ୟୁସଂଖ୍ୟାକୁ ହ୍ରାସ କରିବା, କର୍ପୋରେଟର,ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସଡ଼କ ସୁରକ୍ଷା ନେଇ ନିଆଯାଇଥିବା ପଦକ୍ଷେପ ଉପରେ ଆଲୋଚନା କରାଯାଇଛି। ଏହି ଅବସରରେ ଫିକିର ସଡ଼କ ସୁରକ୍ଷା ସମ୍ପର୍କିତ ବାର୍ଷିକ ରିପୋର୍ଟ ପ୍ରକାଶ ପାଇଛି।

ଏହି ଅବସରରେ ସଡ଼କ ସୁରକ୍ଷା ଦିଗରେ ବିଶେଷ କାର୍ଯ୍ୟକ୍ରମ ପାଇଁ ଓଡ଼ିଶା ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କୁ ୨୦୨୩ ମସିହା ପାଇଁ ଫିକିର ସଡ଼କ ନିରାପତ୍ତା ପୁରସ୍କାର ଏବଂ ସ୍ୱତନ୍ତ୍ର ଜୁରି ପୁରସ୍କାର ପ୍ରଦାନ କରାଯାଇଛି। ପରିବହନ କମିଶନର ଅମିତାଭ ଠାକୁର ସାଂସଦ ଶ୍ରୀ ରୁଢ଼ୀଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ଅପରେସନ୍‍ ରକ୍ଷକ ଏବଂ ଜାତୀୟ ସଡ଼କ ନିରାପତ୍ତା କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବରେ ସ୍ୱତନ୍ତ୍ର ପଦକ୍ଷେପ ପାଇଁ ଓଡ଼ିଶାକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।

Get real time updates directly on you device, subscribe now.