fbpx

ସଂସଦର ସ୍ୱତନ୍ତ୍ର ଅଧିବେଶନ, ଦିନ ୧୧ରୁ ଶପଥ ଆରମ୍ଭ

Advertisement

ନୂଆଦିଲ୍ଲୀ: ଆଜିଠାରୁ ସଂସଦ ଭବନରେ ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେବାକୁ ଯାଉଛି । ଏହି କାର୍ଯ୍ୟକ୍ରମଟି ଆଜି ଓ କାଲି ଦୁଇଦିନ ଧରି ଶପଥ ପାଠର ସମାରୋହ କାର୍ଯ୍ୟକ୍ରମ ଚାଲିବ । ଗୃହରେ ନବନିର୍ବାଚିତ ସାଂସଦମାନଙ୍କୁ ଶପଥ ପାଠ କରାଇବେ କାମଚଳା ବାଚସ୍ପତି । ନବ ନିର୍ବାଚିତ ସାଂସଦଙ୍କ ଶପଥ ପାଠନ୍ରେ ଆସନ୍ତା ୨୬ ତାରିଖରେ ନୂଆ ବାଚସ୍ପତିଙ୍କ ନିର୍ବାଚନ କାର୍ଯ୍ୟକ୍ରମ ସମାରୋହ ଅନୁଷ୍ଠିତ ହେବ ।
ଖବର ଅନୁସାରେ, ଆଜି ଦିନ ୧୧ଟାରେ ଆରମ୍ଭ ହେବ ସ୍ୱତନ୍ତ୍ର ଅଧିବେଶନ । ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶପଥ ଗ୍ରହଣ କରିବା ପରେ ଅନ୍ୟାନ ମନ୍ତ୍ରୀ ଏବଂ ସାଂସଦମାନେ ଶପଥ ଗ୍ରହଣ କରିବେ ।

Get real time updates directly on you device, subscribe now.