fbpx

କାଲିଠାରୁ ଆଉ ଏକ ଲଘୁଚାପ! ଜିଲ୍ଲାପାଳଙ୍କୁ ସତର୍କ କଲେ ଏସଆରସି, ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୩ ।୮(ଓଡିଶା ଭାସ୍କର): ୨୪ ଘଣ୍ଟା ମଧ୍ୟରେ ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ପ୍ରଭାବରେ କାଲିଠୁ ୨୬ ଯାଏ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଏନେଇ ସବୁ ଜିଲ୍ଲାପାଳଙ୍କୁ ସତର୍କ କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିସନର । କାଲି ୯ଟି , ୨୫ ତାରିଖରେ ୧୨ଟି ଓ ୨୬ ତାରିଖରେ ୧୧ଟି ଜିଲ୍ଲା ପାଇଁ ଅରେଞ୍ଚ ୱାର୍ଣ୍ଣିଂ ଜାରି ହୋଇଛି । ଓଡିଶା ଉପକୂଳରେ ୪୦ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ଅଗଷ୍ଟ ୨୫ରୁ ୨୬ ତାରିଖ ଯାଏଁ ମତ୍ସଜୀବୀଙ୍କୁ ସମୁଦ୍ରକୁ ନଯିବା ଲାଗି ପରାମର୍ଶ ଦିଆଯାଇଛି । ସମ୍ଭାବ୍ୟ ବନ୍ୟା ଓ ଭୂସ୍ଖଳନ ଉପରେ ସତର୍କ ଦୃଷ୍ଟି ରଖିବାକୁ ରିଲିଫ କମିସନର ନିର୍ଦ୍ଦେଶ ଦେଇଛନ୍ତି ।

୨୪ ଅଗଷ୍ଟ : ୧୩ ଜିଲ୍ଲା ପାଇଁ ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡା, କଟକ, ଯାଜପୁର, ସୁନ୍ଦରଗଡ, ଦେଓଗଡ, ଝାରସୁଗୁଡା, ପୁରୀ , ଅନୁଗୁଳ, କେନ୍ଦୁଝର ଓ ଢେଙ୍କାନାଳ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

୨୫ ଅଗଷ୍ଟ: ୧୩ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ସେହି ୧୩ଟି ଜିଲ୍ଲା ହେଉଛି- ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ମୟୂରଭଞ୍ଜ, କେନ୍ଦୁଝର ଓ ଢେଙ୍କାନାଳ ।

୬ଟି ଜିଲ୍ଲା ଯଥା- ଅନୁଗୁଳ, ଦେଓଗଡ, ସୁନ୍ଦରଗଡ, ପୁରୀ, କନ୍ଧମାଳ ଓ ବୌଦ୍ଧକୁ ୟେଲୋ ୱାର୍ଣ୍ଣିଂ କରାଯାଇଛି ।

Get real time updates directly on you device, subscribe now.