fbpx

ଶ୍ରୀଲଙ୍କା ଅର୍ଥନୈତିକ ସଙ୍କଟ ବିଦ୍ରୋହ: ପୋଲିସ ଗୁଳିରେ ୮ ଜଣଙ୍କ ମୃତ୍ୟୁ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଶ୍ରୀଲଙ୍କାରେ ଦେଖାଦେଇଥିବା ଅର୍ଥନୈତିକ ସଙ୍କଟ କାରଣରୁ ବିଦ୍ରୋହ ଶୀର୍ଷରେ ରହିଛି । ଦେଶରେ ଦ୍ୱିତୀୟ ଥର ପାଇଁ କର୍ଫ୍ୟୁ ଲାଗୁ କରାଯାଇଥିବା ବେଳେ ନିଜ ପଦରୁ ଇସ୍ତଫା ଦେଇଥିଲେ ମହିନ୍ଦା ରାଜପକ୍ଷେ । ରାଜପକ୍ଷେଙ୍କ ଇସ୍ତଫା ପରେ ଏହି ବିକ୍ଷୋଭ ଜୋର୍ ଧରିଥିଲା । ଏହି ଘଟଣା ପରେ ଉତ୍ୟକ୍ତ ଲୋକ ମାନେ ମହିନ୍ଦା ରାଜପକ୍ଷେଙ୍କ ବାସଭବନରେ ନିଆଁ ଲଗାଇ ଦେଇଥିଲେ । ରାଜପକ୍ଷେଙ୍କ ସମର୍ଥକ ଏବଂ ବିରୋଧୀ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା ।

ଏହାପରେ ପୋଲିସ ପକ୍ଷରୁ ମଧ୍ୟ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ପୋଲିସ୍ ପକ୍ଷରୁ ଗୁଳିଚାଳନା କରାଯାଇଥିବା ବେଳେ ପୋଲିସ ପକ୍ଷରୁ ଗୁଳିଚାଳନା କରାଯାଇଥିଲା । ପୋଲିସ ପକ୍ଷରୁ ଗୁଳିଚାଳନା ଏବଂ ଉଭୟ ଗୋଷ୍ଠୀ ମଧ୍ୟରେ ସଂଘର୍ଷ କାରଣରୁ ୮ ଜଣଙ୍କ ପ୍ରାଣହାନି ଘଟିଥିଲା । ସୋମବାର ରାଜପକ୍ଷେ ଇସ୍ତଫା ପ୍ରଦାନ କରିଥିବା ବେଳେ ମଙ୍ଗଳବାର ବିରୋଧୀ ଗୋଷ୍ଠୀ ତାଙ୍କ ଘରେ ନିଆଁ ଳଗାଇ ଦେଇଥିଲେ ।

ଶ୍ରୀଲଙ୍କା ପକ୍ଷରୁ ୫୧ ବିଲିୟନ୍ ଡଲାରର ବିଦେଶୀ ଋଣ କରାଯାଇଛି । ତେବେ ବିଦେଶୀ ଅର୍ଥନୈତିକ ଭଣ୍ଡାର ଖାଲି ହୋଇ ଯାଇଥିବା ବେଳେ ଋଣ ଶୁଝିବାକୁ ଅକ୍ଷମତା ପ୍ରକାଶ କରିଥିଲା । ଏହାପରେ ଦେଶରେ ଅର୍ଥନୈତିକ ସଙ୍କଟ ଜାରି ହୋଇଥିଲା । ଦେଶରେ କର୍ଫ୍ୟୁ ଜାରି କରାଯାଇଥିବା ବେଳେ ପୋଲିସକୁ ଶୁଟ୍ ଆଟ୍ ସାଇଟ୍ ଅର୍ଡର ଜାରି କରାଯାଇଥିଲା ।

Get real time updates directly on you device, subscribe now.