fbpx

କରୋନା ନୁହେଁ, ପିଶାଚ ମାତିଛି ! ପୂରା ଗାଁ ଏବେ ଲକ୍‌ଡାଉନ୍‌, ସୀମାରେ ଲାଗିଛି ସତର୍କ ବୋର୍ଡ

Advertisement

ଶ୍ରୀକାକୁଲମ୍‌ : ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍‌ ଜିଲ୍ଲାର ବେନେଲାବଲସା ଗ୍ରାମରେ ଗତ କିଛିଦିନ ହେବ କିଛି ଲୋକ ଜ୍ୱରରେ ମୃତ୍ୟୁବରଣ କରିଛନ୍ତି । ତେବେ ଗ୍ରାମବାସୀଙ୍କ ଅନ୍ଧବିଶ୍ୱାସ ଏହିକି ଯେ ଗ୍ରାମରେ ପିଶାଚ ମାତିବାରୁ ଏଭଳି ଅଶୁଭ ଘଟଣାମାନ ଦେଖାଦେଇଛି । ଖାସ୍‌ ଏଥିପାଇଁ ସଂପୂର୍ଣ୍ଣ ଗ୍ରାମକୁ ଏପ୍ରିଲ୍‌ ୧୭ରୁ ୨୫ ଯାଏଁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି । ଅର୍ଥାତ ଏହି ସମୟସୀମା ମଧ୍ୟରେ ଗ୍ରାମର କୌଣସି ବ୍ୟକ୍ତି ବାହାରକୁ ଯାଇପାରିବେ ନାହିଁ କିମ୍ବା ବାହାରୁ କୌଣସି ବ୍ୟକ୍ତି ଗ୍ରାମକୁ ଆସିପାରିବେ ନାହିଁ ।

ଗ୍ରାମବାସୀଙ୍କ ବିଶ୍ୱାସ ଯେ, ଏହି ଲକ୍‌ଡାଉନ୍‌ ଗ୍ରାମରେ ପଶିଥିବା ପ୍ରେତାତ୍ମା ଉପରେ ବେଶ୍‌ ପ୍ରଭାବ ପକାଇବ । ଗ୍ରାମରେ ଥିବା ସରକାରୀ କାର୍ଯ୍ୟାଳୟକୁ ବି ବନ୍ଦ କରିଦିଆଯାଇଛି । ଗ୍ରାମକୁ ଯେଭଳି କୌଣସି ବ୍ୟକ୍ତି ପଶିନପାରିବେ ସେଥିପାଇଁ ବୋର୍ଡ ବି ଲଗାଯାଇଛି । ଏପରିକି ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ବି ବନ୍ଦ କରିଦିଆଯାଇଛି । ଗ୍ରାମର ଚତୁର୍ଦିଗରେ ଲେମ୍ବୁ ବନ୍ଧାଯାଇଛି । ଏହି ଘଟଣାକୁ ସଂପୂର୍ଣ୍ଣ ଜିଲ୍ଲାରେ ମିଶ୍ରିତ ପ୍ରତିକ୍ରିୟା ଶୁଣିବାକୁ ମିଳୁଛି । କେହି କେହି ଏହାକୁ ଅନ୍ଧବିଶ୍ୱାସ କହୁଥିବା ବେଳେ ଆଉ କିଛି ଏଥିରେ ସତ୍ୟତା ଥିବା ଯୁକ୍ତି ବାଢ଼ିଛନ୍ତି ।

Get real time updates directly on you device, subscribe now.