fbpx

SSC CGL ପାଇଁ ଏପରି ପସ୍ତୁତି କଲେ ଥରକେ ପାଇବେ ସଫଳତା, AI ଦେଲା ଏହି ଖାସ ଟିପ୍ସ

ନୂଆଦିଲ୍ଲୀ: ଏସଏସସି ସିଜିଏଲର ପ୍ରିଲିମ୍ସ ପରୀକ୍ଷା ପାଖେଇ ଆସୁଛି। ଏହି ପରୀକ୍ଷା ପାଇଁ ପ୍ରତି ବର୍ଷ ବହୁ ସଂଖ୍ୟାରେ ଗ୍ରାଜୁଏଟ୍ସ ଆପ୍ଲାଏ କରୁଛନ୍ତି। ହେଲେ କିଛି ପରୀକ୍ଷାରେ ସଫଳତା ପ୍ରାପ୍ତ କରିପାରନ୍ତି। ପରୀକ୍ଷାରେ ପାସ କରିବା ପାଇଁ ଭଲ ପ୍ରସ୍ତୁତି ଆବଶ୍ୟକତା ଅଟେ। ତେବେ ପରୀକ୍ଷାରେ ସଫଳତା ପ୍ରାପ୍ତ ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପିଲାମାନଙ୍କ ଲାଗି ପରୀକ୍ଷାର ପ୍ରସ୍ତୁତିକୁ ପସ୍ତୁତ କରିଛି। ଯଦି ଜଣେ ଏହିପରି ଭାବେ ପରୀକ୍ଷା ପାଇଁ ପ୍ରସ୍ତୁତି କରେ ତେବେ ସେ ନିଶ୍ଚିତ ପରୀକ୍ଷାରେ ସଫଳ ହୋଇପାରିବ।

ସିଲାବସକୁ ବୁଝନ୍ତୁ:
-ସର୍ବପ୍ରଥମେ SSC CGLର ସିଲାବସକୁ ଭଲଭାବେ ବୁଝନ୍ତୁ। ଏଥିରେ ଆପଣଙ୍କୁ ଏହା ଜାଣିବାକୁ ମିଳିବ ଯେ, କେଉଁ ବିଷୟରେ ଅଧିକ ଧ୍ୟାନ ଦେବାକୁ ପଡିବ।
-ଗତ ବର୍ଷର ପ୍ରଶ୍ନକୁ ପଢନ୍ତୁ। ଯାହା ଦ୍ୱାରା ପରୀକ୍ଷାର ପ୍ୟାଟର୍ଣ୍ଣ ଜାଣିପାରିବେ।

ଟାଇମ ମ୍ୟାନେଜମେଣ୍ଟ:
-ପ୍ରତିଦିନ ପଢିବାର ଏକ ସେଡ୍ୟୁଲ ତିଆରି କରନ୍ତୁ ଏବଂ ଫଲୋ କରନ୍ତୁ।
-ପ୍ରତି ବିଷୟକୁ ସମୟ ଦିଅନ୍ତୁ, କିନ୍ତୁ ଯେଉଁ ବିଷୟରେ ଅଧିକ ଦୁର୍ବଳ ଅଛନ୍ତି ତାକୁ ଅଧିକ ଧ୍ୟାନ ଦିଅନ୍ତୁ।
-ସମୟ ସମୟରେ ପରୀକ୍ଷା ନିଜେ ଦିଅନ୍ତୁ, ଯାହା ଦ୍ୱାରା ଆପଣ ସମୟ ପ୍ରବନ୍ଧନକୁ ଭଲଭାବେ ଗଢିପାରିବେ।

mock test ଏବଂ ଗତ ବର୍ଷର ପ୍ରଶ୍ନ:
-mock ଟେଷ୍ଟ ଦେଇ ନିଜର ପ୍ରସ୍ତୁତିର ଆକଳନ କରନ୍ତୁ। ଏହା ଆପଣଙ୍କୁ ପରୀକ୍ଷାର ପ୍ୟାଟର୍ଣ୍ଣ ସହ ପରିଚିତ କରାଇବ ଏବଂ ଆପଣଙ୍କ ସ୍ପିଡକୁ ମଧ୍ୟ ବଢାଇବ।
-ଗତ ବର୍ଷର ପ୍ରଶ୍ନକୁ ସମାଧାନ କରନ୍ତୁ, ଏଥିରେ ଆପଣଙ୍କୁ ଏହା ବୁଝିବାକୁ ପଡିବ ଯେ, କେଉଁ ପ୍ରଶ୍ନ ଅଧିକ ଥର ପଚରାଯାଇଛି।

ସର୍ଟ ନୋଟ୍ସ କରନ୍ତୁ:
-ପ୍ରତି ବିଷୟ ମହତ୍ତ୍ୱପୂର୍ଣ୍ଣ ପଏଣ୍ଟସର ସର୍ଟ ନୋଟ୍ସ ତିଆରି କରନ୍ତୁ। ଏଥିରେ ରିଭିଜନର ସାହାଯ୍ୟ ମିଳିବ।
-ପ୍ରତିଦିନ ପଢିବା ପରେ ଛୋଟ-ଛୋଟ ନୋଟ୍ସ ପ୍ରସ୍ତୁତ କରନ୍ତୁ ଯାହା ଦ୍ୱାରା ଶେଷ ସମୟରେ ସହଜରେ ରିଭିଜନ କରିପାରିବେ।

ସାଧାରଣ ଜ୍ଞାନ(ଜିକେ) ଉପରେ ଅଧିକ ଧ୍ୟାନ ଦିଅନ୍ତୁ:
-ସାଧାରଣ ଜ୍ଞାନ ପାଇଁ ନିୟମିତ ଭାବେ ପେପର ପଢନ୍ତୁ ଏବଂ କରେଣ୍ଟ ଆଫେୟାର୍ସ ସହ ଅପଡେଟ ରୁହନ୍ତୁ।
-ଜିକେ ପାଇଁ ବିଶେଷ ନୋଟ୍ସ ତିଆରି କରନ୍ତୁ ଏବଂ ତାକୁ ନିୟମିତ ଭାବେ ରିଭାଇଜ କରନ୍ତୁ।

ଫିଜିକାଲ ଏବଂ ମେଣ୍ଟାଲ ହେଲଥର ଧ୍ୟାନ ରଖନ୍ତୁ:
-ପଢିବା ସହ ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ନିୟମିତ ଏକ୍ସରସାଇଜ ଏବଂ ଭଲ ନୀଦ ଆପଣଙ୍କ ମେଣ୍ଟାଲ ହେଲଥକୁ ସୁସ୍ଥ ରଖିଥାଏ।
-ଷ୍ଟ୍ରେସକୁ କମ କରିବା ପାଇଁ ମେଡିଟେସନ କରନ୍ତୁ ଏବଂ ଯୋଗର ସାହାରା ନିଅନ୍ତୁ।

Get real time updates directly on you device, subscribe now.