fbpx

ହସ୍ପିଟାଲରେ ଗର୍ଭବତୀ ମହିଳାଙ୍କ ଫଟୋ ଉଠାଉଥିଲା କର୍ମୀ, ବାଥରୁମରେ କରୁଥିଲା ଅଶ୍ଲୀଳ ଭିଡିଓ

ଦୁନିଆରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜର ନିଚ୍ଚ ମାନସିକତା କାରଣରୁ ଅନ୍ୟର ଅମଙ୍ଗଳ ଚାହିଥାନ୍ତି । କିନ୍ତୁ ସେମାନଙ୍କର ସତ ଦିନେ ନା’ ଦିନେ ସାମ୍ନାକୁ ଆସିଥାଏ । ଏଭଳି ଜଣେ ବ୍ୟକ୍ତିଙ୍କ ଖୁଲାସା ହୋଇଛି ଯିଏକି ହସ୍ପିଟାଲରେ ଗର୍ଭବତୀ ମହିଳାଙ୍କ ଡେଲିଭରି ସମୟରେ ଅଶ୍ଲୀଳ ଭିଡିଓ ଉଠାଉଥିଲେ କେବଳ ସେତିକି ନୁହେଁ ହସ୍ପିଟାଲ ବାଥରୁମରେ ମଧ୍ୟ ଅଶ୍ଲୀଳ ଭିଡିଓ ରେକର୍ଡ କରୁଥିଲେ ।

ଇଂଲଣ୍ଡର ହଲ୍ ରୁ ଏଭଳି ଏକ ସାଂଘାତିକ ଘଟଣା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ମିରର ୱେବସାଇଟରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ହଲ୍ ର ମହିଳା ଏବଂ ଶିଶୁ ହସ୍ପିଟାଲର ପଲ ଜନସନ ନାମକ ଜଣେ ସିନିୟର ନର୍ସ ଏଭଳି ଏକ ହୀନ କାମ କରିଛନ୍ତି । ତେବେ ତାଙ୍କର ଏହି ସତ୍ୟତା ପଦାକୁ ଆସିବା ପରେ ୨୦୨୦ରେ ଅକ୍ଟୋବରରେ ସସପେଣ୍ଡ କରିଦିଆଯାଇଥିଲା । ସୋମବାର ତାଙ୍କ ଉପରେ ଲାଗିଥିବା ସମସ୍ତ ମାମଲାର ଶୁଣାଣି ଆରମ୍ଭ ହୋଇଛି

ରିପୋର୍ଟ ଅନୁଯାୟୀ ସେ ୨୦୦୦ ଡେଲିଭରି କରାଇବାରେ ସାହାଯ୍ୟ କରାଇଛନ୍ତି । ଲେବର ୱାର୍ଡ ମ୍ୟାନେଜମେଣ୍ଟ ଦାୟିତ୍ୱରେ ଥିବା ଏହି ପୁରୁଷ ଆୟା କେବଳ ଗର୍ଭବତୀ ମହିଳାଙ୍କ ଡେଲିଭରି ସମୟର ଏବଂ ବାଥରୁମରେ ଫଟୋ ଉଠାଇ ନଥିଲେ ଏହାକୁ ତାଙ୍କର ଏକ ସହ କର୍ମୀଙ୍କୁ ମଧ୍ୟ ପଠାଇଥିଲେ । ଯାହକୁ ନେଇ ଯୌନ ନିର୍ଯ୍ୟାତନାର ମାମଲା ମଧ୍ୟ ତାଙ୍କ ବିରୋଧରେ ରୁଜୁ ହୋଇଛି । ପ୍ରାୟ ୨୯ ଟି ମାମଲାର ଶୁଣାଣି ଆରମ୍ଭ ହୋଇଛି ।

Get real time updates directly on you device, subscribe now.