fbpx

ନିବେଶ ପାଇଁ ଖୋଲିଲା ଷ୍ଟେନଲେ ଲାଇଫଷ୍ଟାଇଲ୍ସର IPO, ୫ ଦିନ ମଧ୍ୟରେ କରିପାରିବେ ନିବେଶ

ନୂଆଦିଲ୍ଲୀ: ବିଳାସପୂର୍ଣ୍ଣ ଫର୍ଣ୍ଣିଚର ବ୍ରାଣ୍ଡ୍ କମ୍ପାନୀ ଷ୍ଟେନଲେ ଲାଇଫଷ୍ଟାଇଲର IPO ନିବେଶ ପାଇଁ ଖୋଲିଯାଇଛି । ଏହି IPO ମାଧ୍ୟମରେ କମ୍ପାନୀ ମାର୍କେଟରୁ ମୋଟ୍ ୫୩୭.୨୦ କୋଟି ଟଙ୍କା ସଂଗ୍ରହ କରିବା ପାଇଁ ଚେଷ୍ଟା କରୁଛି । ତେବେ ଆପଣ ଜୁନ୍ ୨୧ରୁ ୨୫ ପର୍ଯ୍ୟନ୍ତ ଏହି IPOରେ ନିବେଶ କରିପାରିବେ । କମ୍ପାନୀର ଶେୟାର ଗଡ଼ିକର ଫେସ୍ ଭେଲ୍ୟୁ ପ୍ରତି ଶେୟାର ପିଛା ୨ ଟଙ୍କା ରହିଛି । ଏହି ଆଇପିଓରେ ନିବେଶ କରିବାକୁ ଚାହୁଁଥିଲେ ଡିଟେଲ୍ସ ନିମ୍ନଲିଖିତ ।

ଷ୍ଟେନଲେ ଲାଇଫଷ୍ଟାଇଲ ଏହି IPO ମାଧ୍ୟମରେ ୧୪ କୋଟିରୁ ଉର୍ଦ୍ଧ୍ୱ ଇକ୍ୱିଟି ଶେୟାର ବିକ୍ରୟ ପାଇଁ ରଖିଛି । ଏହି IPO ମାଧ୍ୟମରେ କମ୍ପାନୀ ୨୦୦ କୋଟି ଟଙ୍କା ଫ୍ରେଶ୍ ଏବଂ ୩୩୭.୦୨ କୋଟି ଟଙ୍କାର ଶେୟାର ଅଫର ଫର୍ ସେଲ୍ ମାଧ୍ୟମରେ ମାର୍କେଟରୁ ମୋଟ୍ ୫୩୭.୨୦ କୋଟି ଟଙ୍କା ସଂଗ୍ରହ କରିବା ପାଇଁ ଚେଷ୍ଟା କରୁଛି । କମ୍ପାନୀ ତରପରୁ ଶେୟାର ଗୁଡ଼ିକର ମୂଲ୍ୟ ୩୫୧ରୁ ୩୬୯ ଟଙ୍କା ମଧ୍ୟରେ ରଖାଯାଇଛି । ଜୁନ୍ ୨୮କୁ କମ୍ପାନୀର ଶେୟାର ଗଡ଼ିକର ଲିଷ୍ଟିଂ BSE ଏବଂ NSE ରେ ହେବ । କମ୍ପାନୀ ଜୁନ୍ ୨୬ରେ ସଫଳ ନିବେଶକଙ୍କୁ ଶେୟାର ଆଲଟମେଣ୍ଟ ପ୍ରଦାନ କରିବ । ଅପରପକ୍ଷରେ ଅସଫଳ ନିବେଶକଙ୍କୁ ଜୁନ୍ ୨୭ରେ ରିଫଣ୍ଡ ଫେରସ୍ତ କରାଯାଇ ସେମାନଙ୍କ ଡିମାଟ୍ ଆକାଉଣ୍ଟରେ ସ୍ଥାନାନ୍ତରିତ କରାଯିବ ।

ଏହି ଆଇପିଓରେ କମ୍ପାନୀ ୩୦% ଅଂଶ ଆଙ୍କର ନିବେଶକ, ୨୦% QIB, ୧୫% NII ଏବଂ ରିଟେଲ ନିବେଶକଙ୍କ ପାଇଁ ୩୫% ସଂରକ୍ଷିତ ରଖିଛି । ଗ୍ରେ ମାର୍କେଟରେ କମ୍ପାନୀର ଆଇପିଓ ଖୋଲିବା ପରେ ଧମାଲ ଦେଖାଦେଇଛି । ସର୍ବାଧିକ ୩୬୯ ଟଙ୍କା ମୂଲ୍ୟର ପ୍ରାଇସ୍ ବ୍ୟାଣ୍ଡର ଶେୟାର ୧୭୦ ଟଙ୍କା ପ୍ରିମିୟମରେ ଟ୍ରେଣ୍ଡ କରୁଛି । ଯଦି ଲିଷ୍ଟିଂ ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ରହିଥାଏ ତେବେ କମ୍ପାନୀର ଶେୟାରରେ ୪୬.୦୭% ଲାଭ ହେବା ସହ ୫୩୯ ଟଙ୍କା ତାଲିକାଭୁକ୍ତ ହୋଇପାରେ ।

Get real time updates directly on you device, subscribe now.