fbpx

ଫ୍ଲପ୍ ଫିଲ୍ମରୁ ଆରମ୍ଭ କରିଥିଲେ କ୍ୟାରିୟର, ପ୍ରଥମ ରୋଜଗାର ମାତ୍ର ୨୫୦ ଟଙ୍କା, ଜାଣନ୍ତୁ କେତେ ସମ୍ପତ୍ତିର ମାଲିକ ବଲିଉଡର ‘ରକ୍‌ଷ୍ଟାର’

ମୁମ୍ବାଇ: ବଲିଉଡର ଚକଲେଟି ବୟ ଭାବେ ଜଣାଶୁଣା ଅଭିନେତା ରଣବୀର କପୁର । ନିଜ ଦମଦାର ଅଭିନୟ ଦ୍ୱାରା ସେ ଦର୍ଶକଙ୍କ ହୃଦୟ ଜିତିପାରିଛନ୍ତି । ଫିଲ୍ମୀ ବ୍ୟାକଗ୍ରାଉଣ୍ଡରୁ ଆସିଥିବା କାରଣରୁ ସେ ଫିଲ୍ମରେ କ୍ୟାରିୟର କରିବା ପାଇଁ ଚିନ୍ତା କରିଥିଲେ ।

୨୦୦୭ ମସିହାରେ ରଣବୀର କପୁର ସଞ୍ଜୟ ଲୀଲା ଭନସାଲୀଙ୍କ ନିର୍ଦ୍ଦେଶିତ ‘ସାୱରିଆ’ ଫିଲ୍ମରେ ହିରୋ ଭାବେ ଅଭିନୟ ଆରମ୍ଭ କରିଥିଲେ । ଏହା ସୋନମ କପୁରଙ୍କ ଡେବ୍ୟୁ ଫିଲ୍ମ ଥିଲା । ଏହି ଫିଲ୍ମରେ ନିକ୍ଷୁଣ ଅଭିନୟ ପାଇଁ ରଣବୀର କପୁର ପ୍ରଶଂସାର ପାତ୍ର ହୋଇଥିଲେ କିନ୍ତୁ ବକ୍ସ ଅଫିସରେ ଫିଲ୍ମଟି ଫ୍ଲପ୍ ହୋଇଥିଲା । ଗତ ୧୭ ବର୍ଷରେ ରଣବୀର କପୁର କେବଳ ଖ୍ୟାତି ଅର୍ଜନ କରିନାହାଁନ୍ତି ବରଂ କୋଟି କୋଟି ଧନ ସମ୍ପତ୍ତି ମଧ୍ୟ ଅର୍ଜନ କରିଛନ୍ତି । କିନ୍ତୁ କମ୍ ବ୍ୟକ୍ତି ଜାଣିଥିବେ କି ପୂର୍ବରୁ ସେ ତାଙ୍କ ବାପା ଋଷି କପୁରଙ୍କ ଫିଲ୍ମରେ କାମ କରିଥିଲେ । ୧୯୯୬ ମସିହାରେ ଋଷି କପୁରଙ୍କ ଫିଲ୍ମ ‘ପ୍ରେମ୍ ଗ୍ରନ୍ଥ’ରେ ରଣବୀର କାମ କରିଥିଲେ । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ରଣବୀରଙ୍କ କାକା ରାଜୀବ କପୁର । ସେ ରଣବୀରଙ୍କୁ ତାଙ୍କ କାମ ପାଇଁ ଆସିଷ୍ଟ କରିଥିଲେ । ରଣବୀରଙ୍କ ଏଥିପାଇଁ ଫି ବାବଦକୁ ୨୫୦ ଟଙ୍କା ମିଳିଥିଲା । ଏହି ଟଙ୍କା ରଣବୀର ତାଙ୍କ ମାଆ ନୀତୁ ସିଂହଙ୍କୁ ଦେଇଥିଲେ । ମିଡିଆ ରିପୋର୍ଟ ଅନୁଯାୟୀ ରଣବୀରଙ୍କ ନେଟୱର୍ଥ ହେଉଛି ୩୪୫ କୋଟି ଟଙ୍କା । ମୁମ୍ବାଇ ବାନ୍ଦ୍ରା ସ୍ଥିତ ତାଙ୍କର ଏକ ୪ ବିଏଚକେ ଏବଂ ପୁନେ ଟ୍ରମ୍ପ ଟାୱାର୍ସରେ ୧୩ କୋଟି ଟଙ୍କାର ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ ଅଛି । ଉଲ୍ଲେଖ୍ୟଯୋଗ୍ୟ ଏହି ଆପାର୍ଟମେଣ୍ଟରୁ ରଣବୀରଙ୍କୁ ବାର୍ଷିକ ୪୮ ଲକ୍ଷ ଟଙ୍କା ଭଡ଼ା ମିଳୁଛି ।

ବର୍ଫି, ଅଜବ ପ୍ରେମ୍ କି ଗଜବ କାହାନୀ, ରକ୍‌ଷ୍ଟାର, ଆନିମଲ, ୟେ ଜୱାନୀ ହୈ ଦିୱାନୀ, ୱେକ୍ ଅପ୍ ସିିଡ୍‌, ବଚନା ଐ ହସିନୋ, ରକେଟ୍ ସିଂ, ରାଜନୀତି ଭଳି ଅନେକ ଫିଲ୍ମରେ ସେ କାମ କରିଛନ୍ତି । କିନ୍ତୁ କିଛି ବକ୍ସ ଅଫିସରେ ସଫଳତା ଦୌଡ଼ରେ ପଛେଇ ଯାଇଛି । କେବଳ ହିଟ୍ ଫିଲ ତାଲିକାରେ କେବଳ ବର୍ଫି ସ୍ଥାନ ପାଇଥିବା ରିପୋର୍ଟରୁ ପ୍ରକାଶ ।

Get real time updates directly on you device, subscribe now.