fbpx

ଅନ୍ତର୍ଜାତୀୟ ରେଡିଓ ମେଳାରେ ରାଜ୍ୟସ୍ତରୀୟ ପ୍ରତିଯୋଗିତା: ଟାଲେଣ୍ଟ ଦେଖାଇବେ କୁନି ଛାତ୍ରଛାତ୍ରୀ

ଭୁବନେଶ୍ୱର: ଆସନ୍ତା ଫେବୃଆରୀ ୧୩ ଓ ୧୪ ତାରିଖରେ ସାମାଜିକ ସଂଗଠନ ‘ଆଉଟରିଚ’ ପକ୍ଷରୁ ଅନୁଷ୍ଠିତ ହେବାକୁ ଯାଉଛି ଦଶମ ଆନ୍ତର୍ଜାତୀୟ ରେଡିଓ ମେଳା । ନୂଆ ପୁରୁଣା ରେଡିଓ ପ୍ରଦର୍ଶନୀ ଏବଂ ହାମ୍ ଫେଷ୍ଟ ଭଳି ବିଭିନ୍ନ କାର୍ଯ୍ୟକ୍ରମ ସହିତ ଏହି ରେଡିଓ ମେଳା ଅବସରରେ ସ୍କୁଲ, କଲେଜର ଛାତ୍ରଛାତ୍ରୀମାନଙ୍କ ପାଇଁ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଆୟୋଜିତ ହେବ । ଏଥିପାଇଁ ଅନଲାଇନ ପଞ୍ଜୀକରଣ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇସାରିଛି । ଇଚ୍ଛୁକ ଛାତ୍ରଛାତ୍ରୀ ରେଡିଓ ମେଳାର ୱେବସାଇଟକୁ ଯାଇ ରେଜିଷ୍ଟ୍ରେସନ କରିପାରିବେ ।

ଏହି ପ୍ରତିଯୋଗିତା ପାଇଁ ଛାତ୍ରଛାତ୍ରୀମାନଙ୍କୁ ତିନୋଟି ବିଭାଗରେ ବିଭକ୍ତ କରାଯାଇଛି- ସବ ଜୁନିୟର (ପ୍ରଥମ-ପଞ୍ଚମ), ଜୁନିୟର(ଷଷ୍ଠ-ଦଶମ) ଏବଂ ସିନିୟର (କଲେଜ ଏବଂ ବିଶ୍ୱବିଦ୍ୟାଳୟ) । ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଚିତ୍ରାଙ୍କନ, ନୃତ୍ୟ, ଗୀତ ଏବଂ ତର୍କ ପ୍ରତିଯୋଗିତା ସହିତ ନ୍ୟୁଜ ରିଡିଙ୍ଗ ପ୍ରତିଯୋଗିତା ରହିଛି । ପ୍ରଥମ ତିନି ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବ । ଏ ସମ୍ପର୍କିତ ଅଧିକ ସୂଚନା ପାଇଁ ପ୍ରତିଯୋଗୀମାନେ ୭୬୮୩୮୭୦୮୧୩ ନମ୍ବରରେ ଯୋଗାଯୋଗ କରିପାରିବେ ।

Get real time updates directly on you device, subscribe now.