fbpx

ରାଜନୀତି ଖଟିରେ ଏବେ ମୋକିମଙ୍କ ଚର୍ଚ୍ଚା:୨୦୨୪ ନିର୍ବାଚନରେ ମୋକିମ କେଉଁ ଦଳରୁ ଲଢ଼ିବେ ନିର୍ବାଚନ?

ଭୁବନେଶ୍ୱର:ଓଡିଶାରେ ଏବେ ଠାରୁ ବହିଲାଣି ୨୦୨୪ ସାଧାରଣ ନିର୍ବାଚନର ହୱା । ସରଗରମ ହେଉଛି ରାଜ୍ୟ ରାଜନୀତି । ଆଉ ଏହି ମାହୋଲରେ ବର୍ତ୍ତମାନ ସବୁଠାରୁ ଅଧିକ ହାଇଲାଇଟରେ ଅଛନ୍ତି କଟକର ବାରବାଟୀ ବିଧାୟକ ମହମ୍ମଦ ମୋକିମ । ବର୍ତ୍ତମାନ ଯାହା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି କଂଗ୍ରେସ ବିଧାୟକ ଦଳ ପରିବର୍ତ୍ତନ କରିପାରନ୍ତି । ତେବେ କେଉଁ ନୌକାରେ ପାଦ ଦେବେ ମୋକିମ ବର୍ତ୍ତମାନ ତାହାକୁ ନେଇ ରାଜନୀତି ଖଟିରେ ଚର୍ଚ୍ଚା ଆରମ୍ଭ ହେଲାଣି । ମୋକିମ କାହିଁକି ଦଳ ପରିବର୍ତ୍ତନ କରିବେ ଏହାପଛରେ ଦଳର ଗୋଷ୍ଠୀକନ୍ଦଳ ରହିଛି, ନା ଦଳ ମୋକିମକୁ ନିରାଶ କରିଛି ଏଭଳି ଅନେକ ପ୍ରଶ୍ନ ରାଜନୈତିକ ବିଶାରଦ ମାନଙ୍କ ମନରେ ଉଙ୍କି ମାରୁଛି । ତେବେ ମୋକିମଙ୍କୁ ନେଇ ଏହି ସବୁ ବିବାଦ କଂଗ୍ରେସର ପିସିସି ଚୟନ ପରେ ଆରମ୍ଭ ହୋଇଛି ବୋଲି ଆଶା କରାଯାଉଛି । ପିସିସି ସଭାପତି ଆସନକୁ ନେଇ ଆଶାୟୀ ଥିଲେ ମୋକିମ । କିନ୍ତୁ ତାଙ୍କୁ ଏହି ଆସନ ମିଳିଲା ନାହିଁ । ଦଳ ଶରତ ପଟ୍ଟନାୟକଙ୍କୁ ପିସିସି ଭାବେ ଚୟନ କରିଲା । ଯାହାର ଫଳସ୍ୱରୁପ ସେବେ ଠାରୁ ଦଳ ଉପରେ ଋଷି ବସିଲେ ମୋକିମ । ଆଉ ଏହା ପ୍ରମାଣିତ ହୋଇ ଗଲା ଯେତେବେଳେ ମୋକିମଙ୍କୁ ପିସିସି ସଭାପତିଙ୍କ ଶପଥ ଗ୍ରହଣ ଉତ୍ସବରେ ଦେଖିବାକୁ ମିଳିଲା ନାହିଁ । ଏହାପରେ ଦଳର କାର୍ଯ୍ୟକ୍ରମରୁ ଧୀରେ ଧୀରେ ଦୁରେଇଲେ ମୋକିମ ।

ଦଳ ଠାରୁ ଦୂରେଇଲେ,ଦଳ ନିର୍ଦ୍ଦେଶକୁ ଅବମାନନା କରିଲେ:ରାଷ୍ଟ୍ରପତି ନିର୍ବାଚନରେ କଂଗ୍ରେସ ବିରୋଧୀ ଦଳ ନେତା ଯଶୱନ୍ତ ସିନ୍ହା ଙ୍କୁ ଭୋଟଦେବାକୁ ଦଳୀୟ ହୁଇପ ଜାରି କରିଥିଲା କିନ୍ତୁ ନିଜ ଦଳର ନିର୍ଦ୍ଦେଶକୁ ଖାତିର ନକରି ନିଜ ମନର କଥା ଶୁଣିଲେ ମୋକିମ ।ଓଡିଶା ଭାସ୍କରକୁ ଦେଇଥିବା ସାକ୍ଷାତକାରରେ ମୋକିମ ଏହି କଥାକୁ ଖୁଲମ ଖୁଲା ପ୍ରକାଶ କରିଲେ । କହିଲେ ନିଜର ମନର କଥାକୁ ଶୁଣିଲି । ପାର୍ଟିକୁ ପଛରେ ପକାଇ ମାଟିକୁ ପ୍ରାଧ୍ୟାନ୍ୟ ଦେଲେ ମୋକିମ । ଆଉ ମୋକିମଙ୍କ ଏହି ନିଷ୍ପତ୍ତି କଂଗ୍ରେସ ମଧ୍ୟରେ ଥିବା ଗୋଷ୍ଠୀ କନ୍ଦଳକୁ ପଦାରେ ପକାଇଲେ । ଦଳ ମଧ୍ୟରେ କିଛି ନେତା ମଧ୍ୟ ପ୍ରକାଶ କରିଲେ ଯେ ମୋକିମ ଦଳ ଉପରେ ଅସନ୍ତୁଷ୍ଟ ଅଛନ୍ତି । ଏହାପରେ ମୋକିମଙ୍କୁ ଦଳ ପକ୍ଷରୁ କାରଣ ଦର୍ଶଆ ନୋଟିସ ମଧ୍ୟ ଜାରି କରିବାକୁ କହିଲା , ମୋକିମ ମଧ୍ୟ ଏହା କରିଲେ ଆଉ ଏଥିରେ କଣ ପ୍ରକାଶ କରିଛନ୍ତି ତାହା ସେ ପ୍ରକାଶ କରି ନାହାନ୍ତି ।

ଚର୍ଚ୍ଚା ଏଠାରେ ଥମି ନଥିଲା ପୁଣି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଲେ ମୋକିମ । ରାଜ୍ୟପାଳଙ୍କୁ ମୋକିମଙ୍କ କଟକସ୍ଥିତ ବାସଭବନରେ ଦେଖିବାକୁ ମିଳିଲା । ତେବେ ଏହା ଏକ ସୌଜନ୍ୟମୂଳକ ବୈଠକ ହୋଇଥିବା ବେଳେ ରାଜ୍ୟପାଳନଙ୍କ ସହ ମୋକିମଙ୍କୁ ଦେଖି ଉଭୟ ବିରୋଧୀ ଏବଂ କଂଗ୍ରେସ କର୍ମୀ ମାନଙ୍କ ମଧ୍ୟରେ ଟୁପୁୁରଟାପର ଆରମ୍ଭ ହୋଇଗଲା । କାରଣ ପୂର୍ବରୁ ରାଜ୍ୟପାଳ ଏଭଳି ଆଉ କେଉଁ ବିଧାୟଙ୍କ ଘରକୁ ଏଭଳି ବୁଲି ଯିବାର ଦେଖିବାକୁ ମିଳି ନଥିଲା । ମୋକିମଙ୍କ ସହ ରାଜ୍ୟପାଳ ଏହି ସାକ୍ଷାତ ଅନେକ ସଙ୍କେତ ଆଡକୁ ଇଙ୍ଗିତ କଲା । ଏହାପରେ କେନ୍ଦ୍ର ମନ୍ତ୍ରୀ ଓଡିଶା ଗସ୍ତରେ ଆସିଲେ ଏବଂ ସ୍ୱଳ୍ପ ସମୟ ମଧ୍ୟରେ ବହୁ କଂଗ୍ରେସକର୍ମୀ ଦଳରୁ ଇସ୍ତଫା ଦେଲେ । ଯାହା ଆଶା କରାଯାଉଛି ଶାହାଙ୍କ ଏହି ଗସ୍ତ କଂଗ୍ରେସ ଉପରେ ବହୁତ ପ୍ରଭାବ ପକାଇଲା ।

ତେବେ ଏହି ସବୁ ଘଟଣା ରୁ ସିଧା ସିଧା ଜାଣି ହେଉଛି ମୋକିମ ଆଉ କଂଗ୍ରେସ ଦଳ ଉପରେ ସନ୍ତୁଷ୍ଟ ନାହାନ୍ତି । କେଉଁ ମୁହୂର୍ତ୍ତମରେ ମଧ୍ୟ ସେ ଦଳ ଛାଡି ପାରନ୍ତି ବୋଲି ଆଶା କରାଯାଉଛି । ଯଦି ମୋକିମ ଦଳ ଛାଡନ୍ତି ତେବେ ସେ କେଉଁ ଦଳକୁ ଯିବେ ବର୍ତ୍ତମାନ ତାହା ଉପରେ ସମସ୍ତଙ୍କର ନଜର ରହିଛି । ଦଳ ବଦଳିଲେ ଶାସନ, ଶକ୍ତି , ସ୍ଥାନରେ ମଧ୍ୟ ପରିବର୍ତ୍ତନ ଆସି ପାରେ ବୋଲି ସୂଚନା ମିଳୁଛି । ଯଦି ହେଉଥିବା ଚର୍ଚ୍ଚା ଉପରେ ଆମେ ନଜର ପକାଇବା ମୋକିମ ବିଜେଡିରେ ସାମିଲ ହୋଇ ପାରନ୍ତି । ବାରବାଟୀ ନିର୍ବାଚନ ଆସନରୁ ବିଜେପିର ଦେବାଶିଷ ସାମନ୍ତରାୟଙ୍କୁ ହରାଇ ମୋକିମ ବାଜିମାତ କରିଥିଲେ । ଆଉ କିଛି ଦିନ ତଳେ ପାରାଦୀପର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଦେବାଶିଷ ପ୍ରକାଶ କରିଥିଲେ ଯେ ସେ ପାରାଦୀପ ଆସନରୁ ଲଢ଼ିବା ପାଇଁ ଚାହୁଁଛନ୍ତି । ଆଉ ଯଦି ମୋକିମ ବିଜେଡିରେ ସାମିଲ ହୁଅନ୍ତି ତେବେ ବିଜେଡି ତାଙ୍କୁ ଦେବାଶିଷଙ୍କ ବିପକ୍ଷରେ ଛିଡା କରିପାରେ ବୋଲି ଆଶା ପ୍ରକାଶ ପାଉଛି ।କାରଣ ମୋକିମଙ୍କ ପୈତୃକ ଘର ହେଉଛି କେନ୍ଦ୍ରାପଡା, ଯଦି ସୁଯୋଗ ମିଳିଲା ନିଶ୍ଚୟ ମୋକିମ ଏହାର ଫାଇଦା ଉଠାଇବାରେ ମନ ବଳାଇପାରନ୍ତି ।

ରାଜ୍ୟପାଳଙ୍କୁ ଭେଟିବା ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କୁ ଭୋଟ ଦେବା ଆଦି ଉପରେ ଯଦି ଆମେ ଦୃଷ୍ଟି ପକାଇବା ଏହା ଏକ ପ୍ରକାଶରର ସଙ୍କେତ ହୋଇପାରେ ମୋକିମ ବିଜେପିରେ ମଧ୍ୟ ମିଶି ପାରନ୍ତି । ଶାହା ତାଙ୍କ କଟକଗସ୍ତରେ କହିଥିଲେ ଆମେ ଓଡିଶାରେ ମଧ୍ୟ ସରକାର ଗଢ଼ିବୁ । ୨୦୨୪ ନିର୍ବାଚନ ପାଇଁ ଦୃଢ ଆଶାବାଦୀ ଥିବା ବିଜେପି ମୋକିମଙ୍କ ଭଳି ଟାଣୁଆ ନେତାଙ୍କୁ ନିଜ ଦଳରେ ସାମିଲ କରିବା ପାଇଁ ପ୍ରସ୍ତାବ ଦେଇ ପାରେ ।

ତେବେ ଏହି ସବୁ ଚର୍ଚ୍ଚା ଭିତରେ ଆଉ ଏକ ଦଳର ନାମ ମଧ୍ୟ ଶୁଣିବାକୁ ମିଳୁଛି ଆଉ ସେହି ଦଳ ହେଉଛି ଆମ ଆଦମୀ ପାର୍ଟି । ଦିଲ୍ଲୀ ପରେ ପଞ୍ଜାବ ହାତେଇଥିବା ଏହି ଆଞ୍ଚଳିକ ଦଳ ଜାତୀୟ ଦଳ ହେବାକୁ ଗଣ୍ଠି ବାନ୍ଧିଛି । ବିଜେପି ସରକାର ବିରୁଦ୍ଧରେ ଦଳ ଲଢ଼ିବା ପାଇଁ ତାର ସମସ୍ତ ରଣନୀତି ପ୍ରସ୍ତୁତ କରୁଛି । ଓଡିଶାରେ ମଧ୍ୟ ଆପର ଦବଦବା ଦେଖିବାକୁ ମିଳିଲାଣି । ଏହା ସହିତ ବ୍ରହ୍ମପୁର ମହାନଗର ନିର୍ବାଚନରେ ଜାତୀୟ ଦଳ କଂଗ୍ରେସକୁ ପଛରେ ପକାଇ ତୃତୀୟ ସ୍ଥାନରେ ଆପ ଉଭା ହୋଇଥିଲା । ତେଣୁ ରାଜ୍ୟରେ ଆପ ତାର ପତିଆରା ମେଲାଇବାକୁ ଚାହୁଁଥିବା ବେଳେ ରାଜ୍ୟ ସଂଯୋଜକ ଦାଇତ୍ୱ ମୋକିମଙ୍କୁ ମିଳିପାରେ ବୋଲି ମଧ୍ୟ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

ରାଜନୈତିକ ପଣ୍ଡିତ ମାନେ ତ ଚର୍ଚ୍ଚା କରିବେ । ଆଉ ସେମାନଙ୍କ ନଜର ମୋକିମ ଉପରେ ନିଶ୍ଚୟ ରହିବ । ଏହାସହ ବର୍ତ୍ତମାନ ନଜର ମୋକିମଙ୍କ ନେଷ୍ଟ ମୁଭ ଉପରେ ମଧ୍ୟ । ସେ କେଉଁ ଦଳକୁ ଯିବେ କାହା ଶାସନ ତଳେ କାମ କରିବେ କେଉଁ ଦଳର ଦାଇତ୍ୱ ନେବେ ତାହା ଶତପ୍ର୍ରତିଶତ ମୋକିମଙ୍କ ଉପରେ ନିର୍ଭର କରେ । ଦଳରେ ଅଛି ବୋଲି ବାରମ୍ବାର ପ୍ରକାଶ କରୁଥିବା ମୋକିବ ବାସ୍ତବରେ ୨୦୨୪ ନିର୍ବାଚନ ପର୍ଯ୍ୟନ୍ତ ଦଳରେ ରହିବେ ନା ନିଜ ଘନିଷ୍ଠ ବନ୍ଧୁ ମାନଙ୍କ ପରି ଦଳରୁ ହଠାତ ଇସ୍ତଫା ଦେବେ ତାହା ଦେଖିବା ବାକି ରହିଲା ।

Get real time updates directly on you device, subscribe now.