fbpx

୩ ଘଣ୍ଟା ସତର୍କ ରୁହନ୍ତୁ! ବଜ୍ରପାତ ଓ ବର୍ଷା ସହ ବିପଦ ଆସୁଛି , ୭ ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ସହ ୧୩ ଜିଲ୍ଲାକୁ ୟଲୋ ୱାର୍ଣ୍ଣିଂ ଜାରି

Advertisement

ଓଡିଶା ଭାସ୍କର: ରାଜ୍ୟରେ ବର୍ଷା ଲାଗି ରହିଛି । ଫଳରେ ଗତ କିଛି ଦିନ ହେବ ଭିନ୍ନ ଭିନ୍ନ ସ୍ଥାନରେ ବର୍ଷା ସହ ବଜ୍ରପାତ ଭଳି ଘଟଣା ମଧ୍ୟ ସାମ୍ନାକୁ ଆସିଛି । ଏନେଇ ରାଜ୍ୟର ୨୧ ଜିଲ୍ଲାକୁ ପାଣିପାଗ ବିଭାଗ ସତର୍କ ରହିବାକୁ ସୂଚନା ଦେଇଛି । ଆଗାମୀ ୩ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର ୭ ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ଏଥିସହିତ ଅରେଞ୍ଜ ୱାର୍ଣ୍ଣିଂ ୟଲୋ ୱାର୍ଣ୍ଣିଂ ଜାରି କରିଛି ରାଜ୍ୟ ପାଣିପାଗ ବିଭାଗ । ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାଗୁଡିକ ମଧ୍ୟରେ ରହିଛନ୍ତି ମାଲଗାନଗିରି, କୋରାପୁଟ, ରାୟଗଡା, କଳାହାଣ୍ଡି, ସୋନପୁର, ଢେଙ୍କାନାଳ ଓ ଦେବଗଡ ।

ସେପଟେ ୟଲୋ ୱାର୍ଣ୍ଣିଂ ଜାରି କରିଥିବା ଜିଲ୍ଲାଗୁଡିକ ମଧ୍ୟରେ କନ୍ଧମାଳ, ସୁନ୍ଦରଗଡ, କଟକ, ଗଞ୍ଜାମ, ଗଜପତି, ଯାଜପୁର, ଝାରସୁଗୁଡା, ଖୋର୍ଦ୍ଧା, କେନ୍ଦ୍ରାପଡା, ନୟାଗଡ, ପୁରୀ, ସମ୍ବଲୁପର ସଂପୃକ୍ତ ରହିଛନ୍ତି । ଆଗାମୀ ୩ ଘଣ୍ଟା ଏସବୁ ଜିଲ୍ଲାକୁ ସତର୍କ ଓ ସଜାଗ ରହିବା ପାଇଁ ଆଞ୍ଚଳିକ ପାଣିପାଗ ବିଭାଗ ଚେତେଇ ଦେଇଛି । ପାଣିପାଗ ବିଭାଗ ବର୍ଷା ସହ ଝଡ ତୋଫାନର ମଧ୍ୟ ଆଶଙ୍କା କରିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ୩ ଘଣ୍ଟା ମଧ୍ୟରେ ଘଡଘଡି ସହ ପ୍ରବଳ ବର୍ଷା ହେବାର କହିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ । ସେଥିପାଇଁ ପାଣିପାଗ ଉପରେ ଧ୍ୟାନ ରଖି ବଜ୍ରପାତରୁ ନିଜକୁ ରକ୍ଷା କରିବା ପାଇଁ ପରାମର୍ଶ ଦେଇଛି ରାଜ୍ୟ ପାଣିପାଗ ବିଭାଗ । ନିଜକୁ ବଜ୍ରପାତ ମୁକ୍ତ ଅଞ୍ଚଳରେ ରଖି ସୁରକ୍ଷା କରିବାକୁ ପାଣିପାଗ ବିଭାଗ କହିଛି । ରାଜଧାନୀବାସୀଙ୍କୁ ମଧ୍ୟ ବିଶେଷ ସତର୍କତା ଅବଲମ୍ବନ କରିବା ପାଇଁ କହିଛି ପାଣିପାଗ ବିଭାଗ ।

Get real time updates directly on you device, subscribe now.