କାହା ସ୍ୱାମୀକୁ ଚୋରେଇବା ଚିଟିଙ୍ଗ କି ନୁହେଁ? ନିଜ ପୋଷ୍ଟରେ ନିଜେ ଫସିଗଲେ ମହଭାସ

ନିଜ ପୋଷ୍ଟରେ ନିଜେ ଫସିଗଲେ ମହଭାସ, ଟ୍ରୋଲ କଲେ ୟୁଜର୍ସ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ୟୁଜଭେନ୍ଦ୍ର ଚହଲ ଏବଂ ଆରଜେ ମହଭାସଙ୍କ ସମ୍ପର୍କକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା। ଯେତେବେଳେ ଧନଶ୍ରୀ ବର୍ମା ଏବଂ ୟୁଜଭେନ୍ଦ୍ର ଚହଲଙ୍କ ଛାଡପତ୍ର ହୋଇଥିଲା, ସେହି ସମୟରେ ଆରଜେ ମହଭାସ, ଚହଲଙ୍କ ଜୀବନରେ ପ୍ରବେଶ କରିଥିଲେ।

ଏହାକୁ ନେଇ ଆରଜେ ମହଭାସ ସ୍ପଷ୍ଟ କରିଛନ୍ତି ଯେ, ସେମାନଙ୍କ ବନ୍ଧୁତା ନୂଆ ନୁହେଁ ବରଂ ବହୁତ ପୁରୁଣା। ନିକଟରେ ସେ ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି, ଯେଉଁଥିରେ ସେ ସମ୍ପର୍କକୁ ନେଇ ଅଲଗା ଅଲଗା ମନ୍ତବ୍ୟ ଦେଇଛନ୍ତି। ଯାହାକୁ ଦେଖିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ତାଙ୍କୁ ଟ୍ରୋଲ କରୁଥିବାର ଦେଖିବାକୁ ମିଳିଛି।

ଏହି ଭିଡିଓରେ ଆରଜେ ରିସେସନସିପରେ ଚିଟିଙ୍ଗକୁ ନେଇ ଅଳ;ଅଲଗା ଅଲଗା କଥା କହିଥିଲେ। ସେ କହିଥିଲେ ଯେ, ‘ଯେଉଁମାନେ ଚିଟିଙ୍ଗ କରନ୍ତି, ସେମାନେ ପ୍ରକୃତରେ ନିଜକୁ ହିଁ ଠକିଥାନ୍ତି। ଏପରି ଲୋକମାନେ ସେମାନଙ୍କର ସେମାନଙ୍କର କର୍ମ ଅନୁସାରେ ହିଁ … ସେମାନଙ୍କୁ ଛାଡ଼ିଦେବା ଉଚିତ। ସେମାନେ ଆପେ ଆପେ ଡିପ୍ରେସନରେ ମରିଯିବେ।’

ସେ ଆହୁରି ମଧ୍ୟ କହିଛନ୍ତି, ‘ଯଦି କେହି ତୁମକୁ ଚିଟିଙ୍ଗ କରୁଛନ୍ତି, ତେବେ ତାଙ୍କ ଉପରେ ଦୟା କରନ୍ତୁ। ପ୍ରେମ ସବୁବେଳେ ହୁଏ ନାହିଁ, ଏହା ବହୁତ ବିରଳ।’

କିଛି ଲୋକ ମହଭାଶଙ୍କ ଭିଡିଓରେ କମେଣ୍ଟ କରି ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଥିଲେ। ଜଣେ ୟୁଜର ଲେଖିଛନ୍ତି- କାହା ସ୍ୱାମୀକୁ ଚୋରେଇବା ଚିଟିଙ୍ଗ କି ନୁହେଁ?

ଏହାର ଉତ୍ତର ଦେଇ ମହାଭାଶ ଲେଖିଥିଲେ- ‘ମୁଁ ଚୋରି କରିନାହିଁ, ତେଣୁ ମୁଁ ଜାଣିନାହିଁ… କିନ୍ତୁ ହଁ, କାହାର ସ୍ୱାମୀ ଚୋରି କରିବା ଭୁଲ।’ ବର୍ତ୍ତମାନ ଏହି ପୋଷ୍ଟ ଏବେ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରୁଛି।