ଅଲମ୍ପିକ୍ ଗୋଲ୍ଡ ମେଡାଲିଷ୍ଟଙ୍କୁ ବିବାହ କରିବେ iPhone ମାଲିକଙ୍କ ଝିଅ, ଏଇ ସପ୍ତାହରେ ହେବ ମ୍ୟାରେଜ୍
ଆଥଲେଟଙ୍କୁ ବିବାହ କରିବେ ଆଇଫୋନ୍ ମାଲିକଙ୍କ ଝିଅ । ବିବାହ ପାଇଁ ଜୋରଦାର ପ୍ରସ୍ତୁତି ।
ୱାଶିଂଟନ୍: କୋଟିପତି ବ୍ୟବସାୟୀ ତଥା ଆଇଫୋନ୍ ମାଲିକ ସ୍ୱର୍ଗତ ଷ୍ଟିଭ୍ ଜୋବ୍ସଙ୍କ ଝିଅ ଇଭ ଜୋବ୍ସ କରିବାକୁ ଯାଉଛନ୍ତି ବିବାହ । ଅଲମ୍ପିକ୍ ଗୋଲ୍ଡ ମେଡାଲିଷ୍ଟ ହାରି ଚାର୍ଲ୍ସଙ୍କୁ ବିବାହ କରିବାକୁ ଯାଉଛନ୍ତି ଇଭ୍ ।
ଚଳିତ ସପ୍ତାହରେ ଇଭ୍ ଓ ହାରି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ବିବାହରେ ୬.୭ ମିଲିୟନ୍ ଡଲାର ଖର୍ଚ୍ଚ ହେବାକୁ ଯୋଜନା ରଖିଥିବାବେଳେ ବହୁ ନେତା ମନ୍ତ୍ରୀ ଓ ସେଲିବ୍ରିଟି ଏହି ମ୍ୟାରେଜ ପାର୍ଟିରେ ସାମିଲ ହେବା ସହ ପଫର୍ମ କରିବାକୁ ଯାଉଛନ୍ତି ।
କ’ଣ କରନ୍ତି ଇଭ୍
-ଇଭଙ୍କ ଜନ୍ମ ୧୯୯୮ ଜୁଲାଇ ୯ରେ । ଇଭ୍ ଆମେରିକୀୟ ଫ୍ୟାଶନ୍ ମଡେଲ ହୋଇଥିବାବେଳେ ସେ ପଲୋ ଅଲ୍ଟୋରେ ରୁହନ୍ତି ।
– ବିଏ ପର୍ଯ୍ୟନ୍ତ ଇଭ ପଢ଼ିଥିବାବେଳେ ମଡେଲିଂରେ ତାଙ୍କର ପିଲାବେଳୁ ରୁଚି ରହିଥିଲା ।
-ଇଭ ଜଣେ ଭଲ ହର୍ସ ରାଇଡର । ବିଶ୍ୱର ସବୁଠୁ ଭଲ ହର୍ସ ରାଇଡରଙ୍କ ମଧ୍ୟରେ ଇଭ୍ ୫ମ ସ୍ଥାନ ଅଧିକାର କରିଛନ୍ତି ।
-ମାତ୍ର ୨୨ ବର୍ଷ ବୟସରେ ଇଭ ମଡେଲିଂରେ ପାଦ ଥାପିଥିଲେ ।
-ବର୍ତ୍ତମା ସମୟରେ ଆମେରିକୀୟ ମଡେଲିଂ ଜଗତରେ ଇଭ ଜଣେ ଜଣାଶୁଣା ମଡେଲ ଭାବେ ନିଜ ଛାପ ଛାଡ଼ିଛନ୍ତି ।
-୨୦୨୦ ଟୋକିଓ ଅଲମ୍ପିକ୍ସରେ ଇଭ୍ ସାମିଲ ହେବାକୁ ଇଚ୍ଛା ପ୍ରକଟ କରିଥିବାବେଳେ କୋଭିଡ୍ ପାଇଁ ଅଲମ୍ପିକ୍ ରଦ୍ଦ କରାଯାଇଥିଲା । ଇଭ୍ ସୋସିଆଲ ମିଡିଆରେ ବେଶୀ ଆକ୍ଟିଭ୍ ନୁହନ୍ତି ।