fbpx

ବର୍ଡ଼ର- ଗାଭାସ୍କର ଟ୍ରଫିରେ ବଦଳିବ ଷ୍ଟୀଭ୍ ସ୍ମିଥଙ୍କ ବ୍ୟାଟିଂ ଅର୍ଡ଼ର ! ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ଆସନ୍ତା ନଭେମ୍ବର ୨୨ରୁ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ବର୍ଡ଼ର- ଗାଭାସ୍କର ଟ୍ରଫି ଖେଳିବ । ଏଥିପାଇଁ ୨ ଦଳ ପକ୍ଷରୁ ଜୋରସୋର ପ୍ରସ୍ତୁତି ଚାଲିଛି । ଏଥିମଧ୍ୟରେ ଅଷ୍ଟ୍ରେଲୀୟ କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ଷ୍ଟୀଭ୍ ସ୍ମିଥଙ୍କ ବ୍ୟାଟିଂ ଅର୍ଡ଼ର ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି ।

ଟେଷ୍ଟ କ୍ରିକେଟରୁ ଡେଭିଡ୍ ୱାର୍ଣ୍ଣର ସନ୍ୟାସ ନେବା ପରେ ଅଷ୍ଟ୍ରେଲୀୟ ଦଳ ଷ୍ଟୀଭ୍ ସ୍ମିଥଙ୍କୁ ଓପେନର ଭାବେ ପରୀକ୍ଷା କରାଯାଇଥିଲା । କିନ୍ତୁ ସେ କିଛି ଖାସ୍ ପ୍ରଦର୍ଶନ କରିପାରିନଥିଲେ । ସ୍ମିଥ୍ ଏବଂ ଉସ୍ମାନ୍ ଖ୍ୱାଜାଙ୍କ ଓପେନିଂ ଜୋଡ଼ି କେବଳ ଗୋଟିଏ ଅର୍ଦ୍ଧଶତକ କରିଥିଲେ । ଏଥିରେ ସ୍ମିଥଙ୍କ ଆଭରେଜ୍ ୨୮.୫୦ ପାଖାପାଖି ରହିଥିଲା । ଏଭଳି ସ୍ଥିତିକୁ ଦେଖି ଷ୍ଟୀଭଙ୍କୁ ଓପେନର ଭାବରେ ଫିଟ୍ ବିବେଚିତ କରାଯାଇନଥିଲା । ଅପରପକ୍ଷରେ ଷ୍ଟୀଭଙ୍କ ସାଥୀ ଖେଳାଳି ଏହି ପ୍ରସଙ୍ଗ ଉପରେ ନିଜ ମନ୍ତବ୍ୟ ଦେଇଥିଲେ । ଓପେନିଂ ବ୍ୟାଟ୍ସମ୍ୟାନ୍ ଉସ୍ମାନ ଖ୍ୱାଜାଙ୍କ କହିବାନୁଯାୟୀ ସେ ଷ୍ଟୀଭଙ୍କୁ ମିଡିଲ ଅର୍ଡ଼ର ବ୍ୟାଟ୍ସମ୍ୟାନ୍ ଭାବେ ଦେଖିବାକୁ ଚାହିଁବେ । ତାଙ୍କର ଏଭଳି ମନ୍ତବ୍ୟକୁ ଅନେକ ପୂର୍ବତନ ଅଷ୍ଟ୍ରେଲୀୟ କ୍ରିକେଟର ସମର୍ଥନ ମଧ୍ୟ କରିଥିଲେ । ବର୍ତ୍ତମାନ ସେମାନେ ଏକ ଅଭିଜ୍ଞ ଓପେନିଂ ବ୍ୟାଟ୍ସମ୍ୟାନ୍ ପାଇଁ ଦାବି କରିଛନ୍ତି । ଅଷ୍ଟ୍ରେଲୀୟ କ୍ରିକେଟ କୋଚ୍ ଆଡ୍ରୁ ମ୍ୟାକଡୋନାଲ୍ଡଙ୍କ କହିଛନ୍ତି କି ଅଧିନାୟକ ପାଟ୍ରିକ୍ ଜେମ୍ସ କମିନ୍ସ ଏବଂ ଚୟନକର୍ତ୍ତାଙ୍କ ନିଷ୍ପତ୍ତି ଏବେ ବାକି ଅଛି ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ କିଛି ଠୋସ୍ ନିଷ୍ପତ୍ତି ନିଆଯାଇନାହିଁ ।

Get real time updates directly on you device, subscribe now.