fbpx

୪୧ଲକ୍ଷ ଟଙ୍କାର ଜାଲ ନୋଟ ଜବତ କଲା ଏସଟିଏଫ, ରାକେଟର ଚେର ରାଜ୍ୟ ବାହାରକୁ ଲମ୍ବିଥିବା ଅନୁମାନ; ଜଣେ ଗିରଫ

ଓଡିଶା ଭାସ୍କର; ଲକ୍ଷାଧିକ ଟଙ୍କାର ଜାଲ ନୋଟ ଜବତ କରିଛି ଏସଟିଏଫ । ମୋଟ ୪୧ଲକ୍ଷ ୧୬ହଜାର ଟଙ୍କାର ଜାଲ ନୋଟ ଜବତ କରାଯାଇଥିବା ସୂଚନା ମିଳିଛି । ଗତକାଲି ରାତିରେ ଏହି ବିପୁଳ ପରିମାଣର ଜାଲ ନୋଟକୁ ଜବତ କରାଯିବା ନେଇ ସ୍ପଷ୍ଟ କରିଛି ଏସଟିଏଫ । ସୋନପୁରରୁ ୪୦ଲକ୍ଷ ଟଙ୍କା ଜାଲ ନୋଟ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି ଏସଟିଏଫ । ଗିରଫ ହୋଇଥିବା ଯୁବକର ନାମ ଦୀପକ ମେହର ବୋଲି ଜଣା ପଡିଛି । ସୋନପୁର ଅଞ୍ଚଳର ଉଲୁଣ୍ଡାରେ ଗିରଫ ଅଭିଯୁକ୍ତ ଦୀପକ ମେହରର ଘର ।

ଏହି ଜାଲ ନୋଟ ରାକେଟ ସହ ଆଉ କିଛି ଅପରାଧୀଙ୍କ ସମ୍ପୃକ୍ତି ଥିବା ନେଇ ଅନୁମାନ କରାଯାଉଛି । ପଡୋଶୀ ରାଜ୍ୟ ଛତିଶଗଡକୁ ନୋଟ ଗୁଡିକ ଚାଲାଣ ହେଉଥିବା ସହେନ୍ଦ କରାଯାଉଛି । ଗିରଫ ପରେ ଅଭିଯୁକ୍ତକୁ ବିରମହାରାଜପୁର ଏସଡିଜେଏମ କୋର୍ଟରେ ହାଜର କରାଯାଇଛି । ସେହିପରି ଘଟଣାସ୍ଥଳରୁ ଜାଲ ନୋଟ ପ୍ରସ୍ତୁତ ସଂରଜାମ ମଧ୍ୟ ଜବତ କରାଯାଇଛି । ତେବେ ଜବତ ନୋଟଗୁଡିକ ଯାଞ୍ଚ ପାଇଁ ପଶ୍ଚିମବଙ୍ଗ ରିଜର୍ଭ ବ୍ୟାଙ୍କ ମୁଦ୍ରଣ ପ୍ରେସକୁ ପଠାଯାଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.