fbpx

ଏହି ମାରାତ୍ମକ ରୋଗରେ ସିଙ୍ଗିଲ ଲୋକଙ୍କର ମୃତ୍ୟୁର ସମ୍ଭାବନା ଅଧିକ: ରିସର୍ଚ୍ଚ

Advertisement

ନୂଆଦିଲ୍ଲୀ: ଏକ ରିସର୍ଚ୍ଚରେ ଖୁଲାସା ହୋଇଛି କି, ଅବିବାହିତ ଲୋକଙ୍କର ପେଟ କ୍ୟାନ୍ସରରେ ମୃତ୍ୟୁ ହେବାର ସମ୍ଭାବନା ଅଧିକ ଥାଏ । ଅନ୍ୟପଟେ ଯେଉଁ ଲୋକମାନେ ନିଜ ପାର୍ଟନରଙ୍କ ସହ ରହୁଛନ୍ତି, ସେମାନଙ୍କଠାରେ କ୍ୟାନ୍ସରରୁ ସୁସ୍ଥ ହେବାର ସମ୍ଭାବନା ଅଧିକ ରୁହେ । ପୂର୍ବରୁ ହୋଇଥିବା ଅନେକ ରିସର୍ଚ୍ଚରେ ଏହା ପ୍ରକାଶ ପାଇଛି କି, ବିବାହ କରିବା ଫଳରେ ଲୋକଙ୍କୁ ସମୟ ପୂର୍ବରୁ ହେଉଥିବା ଅକାଳ ମୃତ୍ୟୁରୁ ରକ୍ଷାକରାଯାଇ ପାରିବ ।

ବିଶେଷଜ୍ଞଙ୍କ କହିବା ମୁତାବକ, ବିବାହିତ ଲୋକଙ୍କଠାରେ କ୍ୟାନ୍ସର ସର୍ଭାଇବଲ ରେଟ ବହୁତ ଅଧିକ ଥାଏ । ଏହା ପରେ ଆସନ୍ତି ସିଙ୍ଗିଲ ଲୋକ ଓ ଶେଷରେ ସେହି ଲୋକମାନେ ଆସନ୍ତି, ଯେଉଁମାନେ କିଛି କାରଣବଶତଃ ନିଜ ପାର୍ଟନରଙ୍କଠାରୁ ଅଲଗା ହୋଇଛନ୍ତି ।

ଏସଡବ୍ଲୁଏନଏସର ଏକ ବୟାନ ଅନୁସାରେ, ପ୍ରୋଫେସର ଅମନ ଜୁନ କହିଛନ୍ତି କି, ‘ବିବାହିତ ଲୋକ ଆର୍ଥିକ କ୍ଷେତ୍ରରେ ଯଥେଷ୍ଟ ସ୍ଥିର ରହିଥାନ୍ତି ଓ ସେମାନଙ୍କୁ ନିଜ ପାର୍ଟନରଙ୍କଠାରୁ ମଧ୍ୟ ଇମୋସନାଲ ସପୋର୍ଟ ମିଳିଥାଏ ।’

ସମଗ୍ର ବିଶ୍ୱରେ ମରୁଥିବା ଲୋକଙ୍କ ମଧ୍ୟରେ ପେଟର କ୍ୟାନ୍ସର ତୃତୀୟ ସବୁଠାରୁ ବଡ଼ କାରଣ । ପ୍ରଫେସର ଜୁ ଓ ଅନୁସନ୍ଧାନକାରୀମାନେ ସମଗ୍ର ଆମେରିକାରେ ୩,୬୪୭ ମାମଲାର ଯାଞ୍ଚ କରିଥିଲେ, ଯେଉଁଠାରେ ଟ୍ୟୁମର ବର୍ତ୍ତମାନ ସୁଦ୍ଧା ତାଙ୍କ ଶରୀରର ଅନ୍ୟ ସ୍ଥାନକୁ ବ୍ୟାପିନଥିଲା । ଏହି ସମସ୍ତ ରୋଗୀଙ୍କୁ ୨୦୧୦ରୁ ୨୦୧୫ ମଧ୍ୟରୁ ସଫଳତାର ସହ ଚିକିତ୍ସା କରାଯାଇଥିଲା ।

ବିବାହିତ ଲୋକଙ୍କର ବଞ୍ଚିବାର ସମ୍ଭାବନା ୭୨ ପ୍ରତିଶତ ଥିଲା । ଏହି ରିସର୍ଚ୍ଚରେ ଜଣାପଡିଲା କି, ସ୍ୱାମୀଙ୍କ ତୁଳନାରେ ପତ୍ନୀଙ୍କଠାରେ ଜୀବିତ ରହିବାର ସମ୍ଭାବନା ଅଧିକ ରହିଥିଲା । ଏହା ସହ ଯେଉଁ ପୁରୁଷଙ୍କ ପତ୍ନୀଙ୍କ ମୃତ୍ୟୁ ହୋଇସାରିଥିଲା, ସେମାନଙ୍କଠାରେ ଜୀବିତ ରହିବାର ସମ୍ଭାବନା କମ୍ ଅର୍ଥାତ୍ ୫୧ ପ୍ରତିଶତ ରହିଥିଲା । ଏପରି ପରିସ୍ଥିତିରେ କିଏ କେତେ ସମୟ ବଞ୍ଚିବ, ସେଥିପାଇଁ ରୋଗୀ ବିବାହିତ ନା ସିଙ୍ଗଲ ଅଛି ଜାଣିବା ନିହାତି ଜରୁରୀ ।

ପେଟ କ୍ୟାନ୍ସର କ’ଣ ?
ଆମେ ଯାହା ଖାଉ, ତାହା ସିଧାସଳଖ ଆମ ପେଟକୁ ଚାଲିଯାଏ । ପେଟ ଏହି ଖାଇବାକୁ ଛୋଟ ଛୋଟ ଖଣ୍ଡ କରି ହଜମ କରିବାର କାମ କରିଥାଏ । ପେଟ ଭିତରେ କ୍ୟାନ୍ସର କୋଶିକାଗୁଡ଼ିକ ସୃଷ୍ଟି ହେଲେ ପେଟ କ୍ୟାନ୍ସର ଆରମ୍ଭ ହୁଏ । ଏହି କୋଷିକାଗୁଡ଼ିକ ଟ୍ୟୁମରରେ ବିକସିତ ହୋଇପାରନ୍ତି । ଏହାକୁ ଗ୍ୟାଷ୍ଟ୍ରିକ କ୍ୟାସର ମଧ୍ୟ କୁହାଯାଏ । ପେଟ କ୍ୟାନ୍ସର ସାଧାରଣତଃ ଅନେକ ବର୍ଷରେ ଧିରେ ଧିରେ ବଢ଼ିଥାଏ । ୬୦ରୁ ୮୦ ବର୍ଷର ଲୋକଙ୍କୁ ଏହି କ୍ୟାନ୍ସରର ସାମ୍ନା କରନ୍ତି । ପେଟ କ୍ୟାନ୍ସର ଶରୀରର ଅନ୍ୟ ଅଙ୍ଗରେ ମଧ୍ୟ ବ୍ୟାପିଥାଏ ।

Get real time updates directly on you device, subscribe now.