fbpx

ଅଜବ ପରମ୍ପରା : ଏହି ଗାଁରେ ଝିଅମାନେ ୪ ଥର ବିବାହ କରନ୍ତି, କେବେ ହୁଅନ୍ତି ନାହିଁ ବିଧବା !

ନୂଆଦିଲ୍ଲୀ : ଭାରତୀୟ ସଭ୍ୟତା ନିଆରା ପରମ୍ପରା ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ । ବିବାହ ସମ୍ବନ୍ଧୀୟ ଅନେକ ପରମ୍ପରା ଏହି ଭାରତୀୟ ସମାଜରେ ଦେଖିବାକୁ ମିଳେ । ଆଜି ଆମେ ଆପଣଙ୍କୁ ଏପରି ଏକ ଅଜବ ପରମ୍ପରା ବିଷୟରେ କହିବାକୁ ଯାଉଛୁ ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଭାରତର ସୀମାନ୍ତରେ ଏଭଳି ଏକ ଗାଁ ଅଛି ଯେଉଁଠାରେ ଝିଅମାନେ କେବେ ବିଧବା ହୁଅନ୍ତି ନାହିଁ । ଅର୍ଥାତ୍ ଏଠାକାର ଝିଅମାନେ ୪ ଥର ଓ ୪ ଜଣଙ୍କ ବିବାହ କରନ୍ତି । କେବଳ ସେତିକି ନୁହେଁ, ସେମାନେ ସମସ୍ତେ ଗୋଟିଏ ଘରେ ମଧ୍ୟ ରୁହନ୍ତି । ପ୍ରାୟତଃ ୪ ସ୍ୱାମୀ ୪ ଭାଇ ମଧ୍ୟ ହୋଇଥାନ୍ତି ।

ହିମାଚଳ ପ୍ରଦେଶର ସାଙ୍ଗଲା ଠାରୁ ୨୮ କିଲୋମିଟର ଦୂରରେ ଥିବା ଚିତକୁଲ ନାମକ ଏକ ଗାଁ । ଯେଉଁଠାରେ ମହିଳାମାନଙ୍କର ସମ୍ପୂର୍ଣ୍ଣ ସ୍ୱାଧୀନତା ଅଛି ଯେ ସେମାନେ ୪ ଥର ବିବାହ କରିପାରିବେ। ଆଶ୍ଚର୍ଯ୍ୟ ହେବାର କିଛି ନାହିଁ କାରଣ ଏହି ପରମ୍ପରା ବହୁ ପୁରାତନ ଏବଂ ବର୍ଷ ବର୍ଷ ଧରି ଏହି ପରମ୍ପରା ପ୍ରଚଳିତ ହୋଇଆସୁଛି । ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଚିତକୁଲର ଜୀବନଯାପନ ଶୈଳୀ, ପୋଷାକ ଏବଂ ସଂସ୍କୃତି ଦେଶର ଅନ୍ୟମାନଙ୍କଠାରୁ ବହୁତ ଅଲଗା । ଚୀନ୍ ସୀମାରେ ଅତି ନିକଟତର ଗାଁ । ଏହାକୁ ଦେଶର ଶେଷ ଗାଁ ମଧ୍ୟ କୁହାଯାଏ । ଦେଶର ଶେଷ ବସଷ୍ଟାଣ୍ଟ, ଶେଷ ଡାକଘର ଏବଂ ଶେଷ ବିଦ୍ୟାଳୟ ମଧ୍ୟ ଏଠାରେ ରହିଛି ।

ଏଠାରେ ମହିଳାମାନଙ୍କୁ ୪ ଥର ବିବାହ କରିବାକୁ ସମ୍ପୂର୍ଣ୍ଣ ସ୍ୱାଧୀନତା ଦିଆଯାଇଛି । ଏଠାରେ ପ୍ରାୟତଃ ଦେଖାଯାଏ ଯେ ମହିଳାମାନେ ଦୁଇ କିମ୍ବା ଚାରି ଭାଇଙ୍କୁ ବିବାହ କରନ୍ତି । ଯାହା ଦ୍ୱାରା ବିବାହ ପରେ ସେମାନେ ସମସ୍ତେ ଗୋଟିଏ ଘରେ ରହିପାରିବେ । ସ୍ଥାନୀୟ ଲୋକମାନେ ବିଶ୍ୱାସ ଅନୁଯାୟୀ, ମହାଭାରତ ସମୟରେ କୁନ୍ତୀ ଏବଂ ଦ୍ରୌପଦୀ ଏହି ଗାଁର ଏକ ଗୁମ୍ଫାରେ ରହୁଥିଲେ। ଗାଁ ଲୋକମାନେ ସେମାନଙ୍କ ସହ ସମୟ ଅତିବାହିତ କରି ସେମାନଙ୍କ ପରମ୍ପରାକୁ ଆପଣାଇ ନେଇଥିଲେ । ସେହି ଦିନଠାରୁ ଏହି ପରମ୍ପରା ପ୍ରଚଳିତ ହୋଇ ଆସୁଛି ।

ଯେତେବେଳେ ଜଣେ ସ୍ୱାମୀ ନିଜ ପତ୍ନୀଙ୍କ ସହିତ ରୁମରେ ଥାଆନ୍ତି, ସେତେବେଳେ ସେ ଏକ ଟୋପି କବାଟ ବାହାରେ ଛାଡିଥାନ୍ତି । ଏହାର ଅର୍ଥ ସ୍ୱାମୀ-ସ୍ତ୍ରୀ ଏକାନ୍ତରେ ସମୟ ଅତିବାହିତ କରୁଛନ୍ତି । ଏହି କାରଣରୁ ଦ୍ୱିତୀୟ ସ୍ୱାମୀ ମଧ୍ୟ ରୁମ ମଧ୍ୟରେ ପ୍ରବେଶ କରେ ନାହିଁ । ସବୁଠାରୁ ଆଶ୍ଚର‌୍ୟ୍ୟଜନକ କଥା ହେଉଛି ଏହି ବିବାହରେ ବଳି ଦିଆଯାଏ । ବିବାହ ପରେ ଝିଅମାନଙ୍କୁ ପୈତୃକ ସମ୍ପତ୍ତିରେ କୌଣସି ଭାଗ ଦିଆଯାଏନାହିଁ ।

Get real time updates directly on you device, subscribe now.