fbpx

ମାଗଣାରେ ଚାଲିବ NETFLIX! ଭାରତକୁ ମିଳିବ କି ଏହି ଅଫର୍? ଜାଣନ୍ତୁ କେଉଁ ଦେଶ ପାଇବେ ସୁବିଧା

ନୂଆଦିଲ୍ଲୀ: ବର୍ତ୍ତମାନ ଇଣ୍ଟରନେଟ ଯୁଗରେ ଯୁବପିଢୀ ନେଟଫ୍ଲିକ୍ସକୁ ବେଶ୍ ପସନ୍ଦ କରୁଛନ୍ତି । ତେଣୁ ଗ୍ରାହକଙ୍କୁ ଆହୁରି ଆକୃଷ୍ଟ କରିବା ପାଇଁ ନେଟଫ୍ଲିକ୍ସ ଏକ ବଡ଼ ଅଫର ଆଣିଛି । ଏଣିକି ୟୁରୋପ ଏବଂ ଏସିଆରେ ନେଟଫ୍ଲିକ୍ସର ଫ୍ରି ଭର୍ଜନ ଦେବା ପାଇଁ ଚିନ୍ତା କରୁଛି କମ୍ପାନୀ । ବର୍ତ୍ତମାନ ପର୍ଯ୍ୟନ୍ତ ଏହା ପେ-ପର-ଭ୍ୟୁ ମଡେଲରେ ଚାଲୁଥିବା ବେଳେ ଏଥିପାଇଁ ଟଙ୍କା ଦେବାକୁ ପଡ଼ିଥାଏ । କିନ୍ତୁ ଏକ ରିପୋର୍ଟ ଅନୁସାରେ, କମ୍ପାନୀ ଏବେ ଏହାର ମାଗଣା ଭର୍ଜନ ଅପଡେଟ କରିବା ପାଇଁ ଯୋଜନା କରୁଛି । ଏହାଦ୍ୱାରା ଅଧିକ ଲୋକ ନେଟଫ୍ଲିକ୍ସ ସହ ଯୋଡ଼ି ହୋଇପାରିବେ ବୋଲି ଆଶା କରାଯାଉଛି । ତେବେ ଏ ନେଇ କମ୍ପାନୀ ତରଫରୁ ବର୍ତ୍ତମାନ ପର୍ଯ୍ୟନ୍ତ ଅଫିସିଆଲ ଘୋଷଣା କରାଯାଇ ନାହିଁ ।

ରିପୋର୍ଟ ଅନୁସାରେ, ନେଟଫ୍ଲିକ୍ସ ପ୍ରଥମେ ଆଫ୍ରିକା ଦେଶ କେନ୍ୟାର ଲୋକମାନଙ୍କ ପାଇଁ ମାଗଣା ସେବା ଯୋଗାଇବାକୁ ଚେଷ୍ଟା କରିଥିଲା । କିନ୍ତୁ ଗତବର୍ଷ ଏହି ସର୍ଭିସକୁ କମ୍ପାନୀ ତରଫରୁ ବନ୍ଦ କରି ଦିଆଯାଇଛି । ଏବେ କେନ୍ୟା ଅପେକ୍ଷା ଅନ୍ୟ ବଡ଼ ଦେଶମାନଙ୍କରେ ନେଟଫ୍ଲିକ୍ସର ମାଗଣା ଭର୍ଗନ ଦେବାକୁ କମ୍ପାନୀ ଯୋଜନା କରୁଛି । ପ୍ରଥମରୁ ମାଗଣା ଟିଭି ଚାଲୁଥିବା ଏବଂ ନେଟଫ୍ଲିକ୍ସ ବିଜ୍ଞାପନ ଦେଖାଉଥିବା ଜର୍ମାନୀ ଏବଂ ଜାପାନ ଭଳି ଦେଶଗୁଡ଼ିକୁ ବିଶେଷ ଭାବରେ ଟାର୍ଗେଟ କରିଛି ଏହି କମ୍ପାନୀ । ତେବେ ଆମେରିକାରେ ମାଗଣା ନେଟଫ୍ଲିକ୍ସ ସେବା ଯୋଗାଇ ଦେବାରେ କୌଣସି ଯୋଜନା ନାହିଁ । କାରଣ ଏହି ଦେଶରେ ନେଟଫ୍ଲିକ୍ସ ଅଧିକାଂଶ ଗ୍ରାହକଙ୍କ ପାଖରେ ପହଞ୍ଚି ସାରିଥିବା ରିପୋର୍ଟରେ କୁହାଯାଇଛି ।

ତେବେ ଏହା ଏକ ପ୍ରଥମ ପର୍ଯ୍ୟାୟ, ବର୍ତ୍ତମାନ ସୁଦ୍ଧା କମ୍ପାନୀ କୌଣସି ବଜାରରେ ମାଗଣା ସେବା ଯୋଗାଇବା ନେଇ ଅଧିକାରୀ ସ୍ତରରେ ଘୋଷଣା କରିନାହିଁ ।ତେବେ ଆଗକୁ ଏହି ଯୋଜନା ଲାଗୁ କରିବା ପାଇଁ ବିଚାର କରାଯାଉଛି । କୌଣସି ଏକ ମାଗଣା ସେବା କମ୍ ସମୟ ମଧ୍ୟରେ ଅଧିକ ଲୋକଙ୍କ ପାଖରେ ପହଞ୍ଚି ପାରିଥାଏ, କାରଣ ଏହାର ଖର୍ଚ୍ଚ ଉଠାଇବା କିମ୍ବା ଏଥିପାଇଁ ଉପଯୁକ୍ତ ବ୍ୟବସ୍ଥା ପାଇ ନଥିବା ଲୋକମାନଙ୍କୁ ଏହି ସେବା ବେଶ୍ ସହାୟକ ହୋଇଥାଏ । ଏହାଦ୍ୱାରା ବିଜ୍ଞାପନ ପାଇଁ ମଧ୍ୟ ଅଧିକ ସୁବିଧା ପାଇପାରିବ କମ୍ପାନୀ । ବର୍ତ୍ତମାନ ସମୟରେ ୟୁଟ୍ୟୁବ ପରେ ଭିଡିଓ ଷ୍ଟ୍ରିମିଙ୍ଗ ପାଇଁ ନେଟଫ୍ଲିକ୍ସ ବେଶ୍ ଅଦୃତ ହୋଇପାରିଛି ।

Get real time updates directly on you device, subscribe now.