fbpx

ଇଣ୍ଡୋନେସିଆରେ ଭୂକମ୍ପର ଜୋରଦାର ଝଟକା: ୬.୯ ତୀବ୍ରତାରେ କମ୍ପିଉଠିଲା ସୋମଲାକି ସହର

ନୂଆଦିଲ୍ଲୀ: ଇଣ୍ଡୋନେସିଆର ବାନ୍ଦା ସାଗରରେ ପ୍ରବଳ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ୟୁଏସଜିଏସ କହିଛି ଯେ ଭୂକମ୍ପର ତୀବ୍ରତା ୬.୯ ରେକର୍ଡ କରାଯାଇଛି । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ ଇଣ୍ଡୋନେସିଆ ସମୟ ସକାଳ ୧୦.୨୩ ସମୟରେ ଦେଶର ବାନ୍ଦା ସାଗରରେ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଥିଲା ।

ସମୁଦ୍ରରେ ଘଟିଥିବା ଏହି ଭୂକମ୍ପ ସୋମଲାକି ସହରକୁ କମ୍ପିତ କରିଥିଲା । ନ୍ୟୁଜ୍ ଏଜେନ୍ସି ଏଏଫପି ଅନୁଯାୟୀ, ଭୂକମ୍ପ ଯୋଗୁଁ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ଖବର ନାହିଁ । ଏଏଫପି ଅନୁଯାୟୀ, ଭୂକମ୍ପ ମଧ୍ୟରେ ସୁନାମିର କୌଣସି ଚେତାବନୀ ଦିଆଯାଇ ନାହିଁ ।

ଗତ ବର୍ଷ ନଭେମ୍ବରରେ ଇଣ୍ଡୋନେସିଆର ପଶ୍ଚିମ ଜାବାରେ ୫.୬ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପରେ ୬୦୨ ଜଣଙ୍କର ମୃତ୍ୟୁ ଘଟିଥିଲା । ୨୦୦୪ ମସିହାରେ ସୁମାତ୍ରା ଅଞ୍ଚଳରେ ୯.୧ ମ୍ୟାଗ୍ନିଚ୍ୟୁଡର ଏକ ସୁନାମି ଘଟିଥିଲା, ଯାହା ପରେ ଏହି ଅଞ୍ଚଳରେ ୨ ଲକ୍ଷ ୨୦ ହଜାର ଲୋକ ପ୍ରାଣ ହରାଇଥିଲେ । ଏଥିରେ ୧ ଲକ୍ଷ ୭୦ ହଜାର ଲୋକ କେବଳ ଇଣ୍ଡୋନେସିଆର ଥିଲେ ।

ଇଣ୍ଡୋନେସିଆରେ ଲଗାତାର ଆସିଥାଏ ଭୂକମ୍ପ ଝଟକା :-
ଇଣ୍ଡୋନେସିଆ ପ୍ରଶାନ୍ତ ମହାସାଗରର ରିଙ୍ଗ ଅଫ୍ ଫାୟାରରେ ରହିଛି, ସେଥିପାଇଁ ସେଠାରେ ଭୂକମ୍ପ ଅନୁଭୂତ ହେଉଛି । ରିଙ୍ଗ୍ ଅଫ୍ ଫାୟାର୍ ପ୍ରଶାନ୍ତ, କୋକୋସ୍, ଭାରତୀୟ-ଅଷ୍ଟ୍ରେଲିୟ, ଜୁଆନ୍ ଡି ଫୁକା, ନାଜ୍କା, ଉତ୍ତର ଆମେରିକୀୟ ଏବଂ ଫିଲିପାଇନ୍ସ ଟେକ୍ଟୋନିକ୍ ପ୍ଲେଟ୍ସ ପରସ୍ପର ସହ ସଂଯୋଗ ହୋଇଛି ।

Get real time updates directly on you device, subscribe now.