fbpx

ପରୀକ୍ଷାରେ କମ୍ ମାର୍କ ଦେବାରୁ ସାରଙ୍କୁ ଗଛରେ ବାନ୍ଧି ପିଟିଲେ ଛାତ୍ର

ଝାଡ଼ଖଣ୍ଡ : ଆପଣ ଗୁରୁ ଆଉ ଶିଷ୍ୟଙ୍କ ସମ୍ପର୍କ ବିଷୟରେ ବହୁତ କିଛି କଥା ଶୁଣିଥିବେ। ଗୁରୁ ମାନଙ୍କୁ ପିଲା ମାନେ କିପରି ସମ୍ମାନ ଦିଅନ୍ତି ଏହା ମଧ୍ୟ ଆପଣ ଦେଖି ଥିବେ କିନ୍ତୁ ଗୁରୁ ମାନଙ୍କୁ ଗଛରେ ବାନ୍ଧି ପିଟୁ ଥିବାର ଦୃଶ୍ୟ ଆପଣ ଦେଖି ନଥିବେ। ତେବେ ଏଭଳି ଏକ ଘଟଣା ସାମ୍ନା କୁ ଆସିଛି । ଝାଡ଼ଖଣ୍ଡ ର ଦୁମକା ଏକ ଗାଁର ସ୍କୁଲ ଛାତ୍ରମାନେ ସେମାନଙ୍କ ଶିକ୍ଷକମାନଙ୍କୁ ଏକ ଗଛରେ ବାନ୍ଧି ଦେଇ ଥିବା ଦେଖିବାକୁ ମିଳିଛି । ଏମିତି କରି ଥିବାର ପଛରେ କାରଣ ହେଉଛି ଯେ ଶିକ୍ଷକ ଜଣଙ୍କ ସେମାନଙ୍କୁ ପରୀକ୍ଷାରେ କମ୍ ମାର୍କ ପ୍ରଦାନ କରିଥିଲେ। କେବଳ ଏତିକି ନୁହେଁ ସେମାନଙ୍କୁ ମାଡ଼ ମାରିଥିବା ଅଭିଯୋଗ ମଧ୍ୟ ହୋଇଥିଲା।

ତେବେ ଏହି ଘଟଣାରେ ଦୁମକା ରବ୍ଲକ୍ ଏଜୁକେସନ୍ ଏକ୍ସଟେନ୍ସନ୍ ଅଫିସଙ୍କ ପ୍ରତିକ୍ରିୟା ମିଳିଛି ସେ କହିଛନ୍ତି ଆମେ ଏ ବିଷୟରେ ସୂଚନା ପାଇଲୁ ଏବଂ ସମସ୍ତ ଶିକ୍ଷକଙ୍କ ସହ ଆଲୋଚନା କରିଥିଲୁ। ଯେତେବେଳେ ଆମେ ସେଠାରେ ପହଞ୍ଚିଲୁ , ଛାତ୍ରମାନେ ଶିକ୍ଷକ ଙ୍କୁ ଗଛରେ ବାନ୍ଧି ଦେଇଥିଲେ । ପିଲା ମାନେ କହିଛନ୍ତି ସେମାନଙ୍କୁ ପ୍ରାକ୍ଟିକାଲ୍ ରେ ବହୁତ କମ୍ ମାର୍କ ଦିଆଯାଇଥିଲା। ବର୍ତ୍ତମାନ ସୁଦ୍ଧା ଏହି ଘଟଣା ରେ ଶିକ୍ଷକମାନଙ୍କଠାରୁ ଯଥେଷ୍ଟ ପ୍ରତିକ୍ରିୟା ପାଇନାହାଁନ୍ତି ବୋଲି କହିଛନ୍ତି ।

 

ଏହି ଘଟଣା ସମ୍ପର୍କରେ ଅନ୍ୟ ଏକ ଶିକ୍ଷକ କହିଛନ୍ତି ଯେ ଏକ ସଭା ଆୟୋଜନ କରିବାର ବାହାନାରେ ଛାତ୍ରମାନେ ଆମକୁ ଡାକିଲେ ଏବଂ ସେମାନଙ୍କର ଫଳାଫଳ ଖରାପ ହୋଇଛି ବୋଲି କହିଥିଲେ। କିନ୍ତୁ ସେମାନଙ୍କର ବ୍ୟବହାରିକ ମାର୍କ ଫଳାଫଳରେ ଅନ୍ତର୍ଭୂକ୍ତ ହୋଇନଥିଲା। ଏହା ପ୍ରଧାନଶିକ୍ଷକଙ୍କ ଦ୍ୱାରା ତାହା କରାଯାଉଥିଲା।

Get real time updates directly on you device, subscribe now.