fbpx

ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ବାସଭବନ ଘେରାଉ କଲା ଛାତ୍ର କଂଗ୍ରେସ, ପ୍ରତିବାଦ ବେଳେ ଉଠାଇନେଲା ପୋଲିସ

ଭୁବନେଶ୍ୱର: ବିଜେବି ଛାତ୍ରୀ ରୁଚିକା ମହାନ୍ତିଙ୍କୁ ନ୍ୟାୟ ଦାବି କରି ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ବାସଭବନ ଘେରାଉ କରିଛି ଛାତ୍ର କଂଗ୍ରେସ । ରୁଚିକାଙ୍କୁ ନ୍ୟାୟ ଦାବିରେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କ ବାସଭବନ ଘେରଉ କରି ପ୍ରତିବାଦ କରିଛନ୍ତି । ରୁଚିକାଙ୍କ ମୃତ୍ୟୁକୁ ତିନି ସପ୍ତାହ ବିତିଯାଇଥିଲେ ମଧ୍ୟ ପୋଲିସ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନାହିଁ । ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ରାଗିଂ ବଢି ଚାଲିଥିବା ବେଳେ ରାଗିଂ ଫ୍ରି କ୍ୟାମ୍ପସ ଗଠନ କରିବାକୁ ଛାତ୍ର କଂଗ୍ରେସ ଦାବି କରି ପ୍ରତିବାଦ କରୁଛି ।

ଘଟଣାର ତଦନ୍ତ ସହ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରି ଛାତ୍ର କଂଗ୍ରେସ ପ୍ରଦର୍ଶନ କରିଛି । ତେବେ ପୋଲିସ ବ୍ୟାରିକେଡ ଲଗାଇ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ । ବ୍ୟାରିକେଡ ଭାଙ୍ଗି ଆଗକୁ ଯିବା ସମୟରେ ପୋଲିସ ସହ ସେମାନଙ୍କର ଧସ୍ତା ଧସ୍ତ ସ୍ଥିତି ଉପୁଜିଥିଲା । ଏହା ପରେ ପୋଲିସ ଛାତ୍ର କଂଗ୍ରେସର କିଛି ନେତାଙ୍କୁ ଉଠେଇ ନେଇଥିବା ସୂଚନା ମିଳିଛି ।

ଗତକାଲି ରୁଚିକାଙ୍କୁ ନ୍ୟାୟ ଦାବି କରି ଓଡ଼ିଶା ବନ୍ଦ ଡାକରା ଦେଇଥିଲା ନବ ନିର୍ମାଣ ଯୁବ ଛାତ୍ର ସଂଗଠନ । ଏହାକୁ ସମର୍ଥନ କରିଥିଲା କଂଗ୍ରେସ । ବିଜେବି ଛାତ୍ରୀ ରୁଚିକା ମହାନ୍ତିଙ୍କୁ ନ୍ୟାୟ ଦେବାକୁ ଦାବି କରି ସାରା ରାଜ୍ୟସାରା ଗତକାଲି ହରତାଳ କରାଯାଇଥିଲା । ରାଜ୍ୟର ବିଭିନ୍ନ ସ୍ଥାନରେ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା ।

 

Get real time updates directly on you device, subscribe now.