ସୁଭଦ୍ରା ଟଙ୍କା ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ଏମାନଙ୍କର କାଲି ଆସିବ 5 ହାଜର… ବାଦ୍ ପଡିଥିବା ମହିଳାଙ୍କୁ ଡିସେମ୍ବରରେ ମିଳିବ

ଭୁବନେଶ୍ବର: ଆପଣଙ୍କର ବି ସୁଭଦ୍ରା ଟଙ୍କା ଆସିନି କି? ତାହାଲେ ଆଉ ଚିନ୍ତା କରନ୍ତୁ ନାହିଁ । ସୁଭଦ୍ରା ଯୋଜନା ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । କାଲି ମିଳିବ ସୁଭଦ୍ରା ଟଙ୍କା । ସୁଭଦ୍ରା ଯୋଜନାରୁ ବାଦ ପଡିଥିବା 2.67 ହିତଧିକାରୀଙ୍କର ଯାଞ୍ଚ ଶେଷ ହୋଇଛି । ତେବେ ଯାଞ୍ଚ ପରେ 22 ପ୍ରତିଶତ ଆବଦନକାରୀଙ୍କୁ କାଲି ସୁଭଦ୍ରା ଟଙ୍କା ମିଳିବା ନେଇ ଘୋଷଣା କରାଯାଇଛି । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ସୂଚନା ଦେଇଛନ୍ତି ।

ତେବେ ଉପମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, “ଯେଉଁ ଆବେଦନକାରୀ ବାଦ୍ ପଡିଛନ୍ତି ସେମାନଙ୍କର ଜମି ଯୋଗ୍ୟତା ପାଇଁ କଟିଛି । ବ୍ଲକ ସ୍ତରକୁ ଭେରିଫିକେସନ ପାଇଁ ରିପୋର୍ଟ ଯାଇଛି । ସେମାନଙ୍କର ଯାଞ୍ଚ କରି ସାମିଲ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି । 5 ଲକ୍ଷ ମିସ୍ ମ୍ୟାଚର ସମାଧାନ ହୋଇପାରି ନାହିଁ  ।  ତେଣୁ ସେମାନେ ଏଥର ଯୋଜନାର ଲାଭ ଉଠାଇବା ପାଇଁ ସକ୍ଷମ ହୋଇପାରିବେ ନାହିଁ  । ଆଧାର, ଆକାଉଣ୍ଟ, ମୋବାଇଲ ନମ୍ବର ସଂଯୋଗ ପରେ ସାମିଲ କରାଯିବ । ସମାଧାନ ପରେ ସେମାନଙ୍କୁ ଡିସେମ୍ବର ମାସରେ ମିଳିବ ଟଙ୍କା ।” କହିରଖୁଛୁ କି, ଆସନ୍ତାକାଲି ସୁନ୍ଦରଗଡ଼ ଠାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓଡ଼ିଶାର ୨୦ ଲକ୍ଷରୁ ଉର୍ଦ୍ଧ୍ବ ମହିଳାଙ୍କୁ ସୁଭଦ୍ରା ଟଙ୍କା ଦେବେ ।