fbpx

ରାଜ୍ୟରେ ତୃତୀୟ କରୋନା ଆକ୍ରାନ୍ତ ବ୍ୟକ୍ତି ଜଣଙ୍କ ୩ଟି ହସ୍ପିଟାଲ ବୁଲିବୁଲି ଯାଇଛନ୍ତି: ସୁବ୍ରତ ବାଗଚୀ

ଭୁବନେଶ୍ୱର, ୨୭ା୩(ଓଡ଼ିଶା ଭାସ୍କର): ପ୍ରତିଦିନ ପରି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କରୋନା ସମ୍ପର୍କିତ ଖବର ଦେଇଛନ୍ତି । ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାର୍ତ୍ତା ପଢ଼ି ଶୁଣାଇଛନ୍ତି । ମୁଖ୍ୟମନ୍ତ୍ରୀ ଗରିବଙ୍କ କଲ୍ୟାଣ ପାଇଁ ୨୨ଶହ କୋଟିର ପ୍ୟାକେଜ ଘୋଷଣା କରିଛନ୍ତି ବୋଲି ସେ କହିଛନ୍ତି । ଏହାସହ ଘରେ ରହି କରୋନା ଠାରୁ ଦୂରେଇ ରହିବାକୁ କହିଛନ୍ତି ।
ଗତକାଲି ରାଜ୍ୟରେ ଚିହ୍ନଟ ହୋଇଥିବା ତୃତୀୟ କରୋନା ଆକ୍ରାନ୍ତ ବ୍ୟକ୍ତି ଜଣଙ୍କ ୩ଟି ହସ୍ପିଟାଲ ବୁଲିବୁଲି ଯାଇଛନ୍ତି । ସେହିପରି ଓଡ଼ିଶାରେ ୩ଜଣ ଯାକ ଆକ୍ରାନ୍ତ ଭୁବନେଶ୍ୱର ଅଞ୍ଚଳର ବୋଲି ଜଣାପଡ଼ିଛି । ପୂର୍ବରୁ ଚିହ୍ନଟ ହୋଇଥିବା ଦୁଇ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ରାଜ୍ୟରେ ୨୫୬ଟି ନମୁନାରୁ ୧୮୯ଟି ନମୁନାର ରିପୋର୍ଟ ଆସିଛି ବୋଲି ସେ କହିଛନ୍ତି ।
ଏହାସହ କୋରିଆର ଦୃତ ସଂକ୍ରାମକଙ୍କ ଉଦାହରଣ ଦେଇଛନ୍ତି ବାଗଚୀ । କୋରିଆର ଜଣେ ଆକ୍ରାନ୍ତ ପ୍ରାୟ୧୧୬୦ ଜଣଙ୍କ ସଂସ୍ପର୍ଶରେ ଆସିଥିଲେ । କରୋନା ବିପକ୍ଷରେ ଏହା ଏକ ଯୁଦ୍ଧ ଯେଉଁଥିରେ ଆମେ ସମସ୍ତେ ପ୍ରହରୀ । ଆମେ ମନଇଚ୍ଛା ଘରୁ ବାହାରି ଏଣେ ତେଣେ ଯିବା ନାହିଁ ବୋଲି ପରାମର୍ଶ ଦେଇଛନ୍ତି ବାଗଚୀ ।
ଅପରାହ୍ନ ୨ଟା ୨୫ସୁଦ୍ଧା ୧୮୯ଟି ଦେଶରେ କରୋନା ପହଞ୍ଚିଛି । ଭାରତରେ ୭୫୩ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ଆମେରିକା ସବୁଠୁ ଆଗରେ ପହଞ୍ଚିଛି ବୋଲି ବାଗଚୀ କହିଛନ୍ତି ।

Get real time updates directly on you device, subscribe now.