fbpx

ଭୁବନେଶ୍ୱର ଏମ୍ସକୁ ଆଉ ଏକ ସଫଳତା: ଯୋଡିଲା ହାତରୁ ଅଲଗା ହୋଇଯାଇଥିବା ବୁଢା ଆଙ୍ଗୁଠି

ଭୁବନେଶ୍ୱର: ଚିକିତ୍ସା କ୍ଷେତ୍ରରେ ଖୁବ ସଫଳତା ହାସଲ କରିଛି ଏମ୍ସ ହସ୍ପିଟାଲ । ବିଭିନ୍ନ ବିଭାଗରେ ବଡ ବଡ ଅପରେସନରେ ସଫଳ ହୋଇ ରାଜ୍ୟରେ ଏକ ବିଶ୍ୱାସଯୋଗ୍ୟ ମେଡିକାଲ ଭାବରେ ନାଁ କରି ସାରିଛି । ଏହାର ଆଉ ଏକ ନମୁନା ଏବେ ଦେଖିବାକୁ ମିଳିଛି । ମେଡିକାଲର ଅଭିଜ୍ଞ ଡାକ୍ତରମାନଙ୍କ ଦ୍ୱାରା ଜଣେ ବ୍ୟକ୍ତିଙ୍କର ବୁଢା ଆଙ୍ଗୁଠି ପ୍ରତିରୋପଣ କରାଯାଇପାରିଛି ।

ଦୀର୍ଘ ୧୦ ଘଣ୍ଟାର ଅପରେସନ ପରେ ଏହି ବର୍ଣ୍ଣସ ଏବଂ ପ୍ଲାଷ୍ଟିକ ସର୍ଜରୀ ବିଭାଗର ଆସୋସିଏଟ ପ୍ରଫେସର ସଞ୍ଜୟ ଗିରିଙ୍କ ନେତୃତ୍ୱରେ ସଫଳ ହୋଇଛି ଏହି ଅପରେସନ । ସୂଚନା ଅନୁସାରେ, ଗତ ଏପ୍ରିଲ ୨୦ ତାରିଖରେ ଖୋର୍ଦ୍ଧା ଚନ୍ଦେଶ୍ୱର ଅଞ୍ଚଳର ରବିନ୍ଦ୍ର ମୁଦୁଲି ଏମ୍ସ ମେଡିକାଲରେ ଭର୍ତ୍ତି ହୋଇଥିଲେ । ମେସିନ ସାହାଯ୍ୟରେ ତାଙ୍କ ବାମ ହାତର ବୁଢା ଆଙ୍ଗୁଠି କଟିଯାଇଥିଲା । ଏହାପରେ ଡକ୍ଟର ସଞ୍ଜୟ ଗିରିଙ୍କ ତତ୍ତ୍ୱାବଧାନରେ ଏକ ଟିମ ରବିନ୍ଦ୍ରଙ୍କ ଅପରେସନ ପାଇଁ ପ୍ରସ୍ତୁତ ହୋଇଥିଲେ । ମାଇକ୍ରୋସ୍କୋପ ସାହାଯ୍ୟରେ ଆଙ୍ଗୁଠିକୁ ଯୋଡାଯିବା ସହିତ ଅପରେସନ ଶେଷ ହୋଇଛି ।

ତେବେ ୧୦ ଘଣ୍ଟାର ଅପରେସନ ପରେ ଏବେ ରବିନ୍ଦ୍ରଙ୍କ ହାତ ବୁଢା ଅଭ୍ଗୁଳିରେ ରକ୍ତ ସଞ୍ଚାଳନ ହୋଇଥିବା ମେଡିକାଲ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଫିଜିଓଥେରାପୀ ଏବଂ ଅନ୍ୟ କିଛି ଚିକିତ୍ସା ପରେ ଏହି ଆଭ୍ଗୁଠି ମଧ୍ୟ ଚଳପ୍ରଚଳ କରିପାରିବ ବୋଲି ଡକ୍ଟର ଗିରି ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.